Get Updates
Get notified of breaking news, exclusive insights, and must-see stories!

ଜନ୍ମାଷ୍ଟମୀ ଦିନ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ

Janmashtami 2024: ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ତଥା ଜନ୍ମାଷ୍ଟମୀ ପାଳନ କରାଯାଏ । ଏହି ଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ର ମଧ୍ୟରାତ୍ରରେ ହୋଇଥିଲା । ଏହି ଦିନକୁ ସାରା ବିଶ୍ୱରେ ଭକ୍ତମାନେ ବେଶ୍ ଧୂମଧାମରେ ପାଳନ କରିଥାନ୍ତି । ଜନ୍ମାଷ୍ଟମୀ ଦିନ ପ୍ରତ୍ୟକ ମନ୍ଦିରରେ ଖାସ୍ ସଜାସଜି ହେବା ସହ ଶ୍ରୀକୃଷ୍ଣଙ୍କ ଶୃଙ୍ଗାର କରି ତାଙ୍କୁ ଦୋଳିରେ ବସା ଯାଇଥାଏ ।ଏପରିକି ଅନେକ ଭକ୍ତ ଘରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦୋଳିରେ ବସାଇ ପୂଜା କରିଥାନ୍ତି ।

ତେବେ ଏଥର ଜନ୍ମାଷ୍ଟମୀ ୨ଦିନ ପଡୁଛି ବୋଲି କେହି କେହି ମତ ପ୍ରକାଶ କରିଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ଅଷ୍ଟମୀ ତିଥି ୨୬ ଅଗଷ୍ଟ ସୋମବାର ଦିନ ସକାଳ ୩.୩୯ ରେ ଆରମ୍ଭ ହେବ। ଏହା ପରଦିନ ୨୭ ଅଗଷ୍ଟ ମଙ୍ଗଳବାର ଦିନ ୨:୧୯ରେ ଶେଷ ହେବ । ଉଦୟତିଥୀ ଆଧାରରେ ଶ୍ରୀ କୃଷ୍ଣ ଜନମାଷ୍ଟମୀର ପବିତ୍ର ପର୍ବ ୨୬ ଅଗଷ୍ଟ ସୋମବାର ଦିନ ପାଳନ କରାଯିବ।

Janmashtami 2024

ପୂଜାଦିନ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ଗୋସେବା କରିବା ଭୁଲନ୍ତୁ ନାହିଁ । ଭଗବାନ କୃଷ୍ଣ ଗାଈଙ୍କୁ ବହୁତ ଭଲ ପାଉଥିଲେ। ଏପରିକି ପିଲାଦିନରୁ ହିଁ ସେ ଗୋସେବା କରୁଥିଲେ । ବିଶ୍ବାସ ରହିଛି ଯେ ଯେଉଁମାନେ ଗାଈଙ୍କ ପୂଜା କରିଥାନ୍ତି ତାଙ୍କୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଏହି ଦିନ କାହାରି ଅପମାନ କରନ୍ତୁ ନାହିଁ । ଭଗବାନ କୃଷ୍ଣଙ୍କ ଦୃଷ୍ଟିରେ ଧନୀ ,ଗରିବ ସମସ୍ତ ଭକ୍ତ ସମାନ। କୌଣସି ଗରିବଙ୍କ ଅପମାନ କରିବା ଅନୁଚିତ୍ । - ଘରେ ରସୁଣ,ପିଆଜ, ମାଂସ ଏବଂ ମଦ ଖାଇବା ଅନୁଚିତ୍‌ । ଜନ୍ମାଷ୍ଟମୀ ଦିନ ଚାଉଳ ଜାତୀୟ ଖାଦ୍ୟ ଖାଇବା ଅନୁଚିତ୍। ଏକାଦଶୀ ଏବଂ ଜନ୍ମାଷ୍ଟମୀ ଦିନ ଚାଉଳ ଏବଂ ଯଅରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ବର୍ଜିତ ବୋଲି କୁହାଯାଇଥାଏ ।

ଜନ୍ମାଷ୍ଟମୀ ପୂଜା ବିଧି

ପ୍ରଥମେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ । .ପ୍ରଭୁଙ୍କର ଆଣ୍ଠୁଆ ଗୋପାଳ ମୁର୍ତ୍ତି ,ଫଟୋକୁ ପ୍ରଥମେ ଗଙ୍ଗା ଜଳରେ ସ୍ନାନ କରାନ୍ତୁ । .ଏହାପରେ କ୍ଷୀର, ଦହି, ଘିଅ, ମହୁ ଓ ଗୁଡ଼ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ । ଯେଉଁଥିରେ ଆଉ ଥରେ ପ୍ରଭୁଙ୍କ ମୁର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାନ୍ତୁ । .ଏହାପରେ ପୁଣି ଶୁଦ୍ଧ ଜଳରେ ପ୍ରଭୁଙ୍କୁ ସ୍ନାନ କରାନ୍ତୁ .ପ୍ରଭୁଙ୍କୁ ସୁନ୍ଦର ନୂତନ ବସ୍ତ୍ର ପିନ୍ଧାଇ ,ଚନ୍ଦନ,ଫୁଲ ଦେଇ ତାଙ୍କ ଶୃଙ୍ଗାର କରନ୍ତୁ । ରାତି ୧୨ଟାରେ ପ୍ରଭୁଙ୍କ ନିକଟରେ ଭୋଗ ଦେଇ ଆଳତି କରନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+