Today's Horoscope: ଏହି ରାଶିରେ ଅର୍ଥ ପ୍ରାପ୍ତିର ଯୋଗ ରହିଛି
ମେଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ବହୁତ ଭଲ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆଜିର ଦିନରେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବର୍ଗ ସହ ଭଲ ସମୟ ବିତାଇବେ। କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
ବୃଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ରାଜନୈତିକ କାର୍ଯ୍ୟକଳାପକୁ ନେଇ ସମ୍ମାନ ବଢିବ। ଧନପ୍ରାପ୍ତିର ସୁଯୋଗ ରହିଛି । କୌଣସି କାମକୁ ନେଇ ଗର୍ବ କରନ୍ତୁ ନାହିଁ, ନଚେତ ଏହା ଆପଣଙ୍କ ଉପରେ ଭାରି ପଡିବ ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ। ଆପଣ କ୍ରୋଧ ନିୟନ୍ତ୍ରଣ ନ କରି ପାରନ୍ତି । ଏନେଇ ଆପଣ ଅପମାନିତ ହୋଇପାରନ୍ତି। ପ୍ରିୟଜନକୁ ଆଘାତ କରିପାରନ୍ତି ଏବଂ ଏହା ବଡ ଧରଣର ରୂପ ନେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।
କର୍କଟ: ଆଜିରେ ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳ ଦେବ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । କଳହରୁ ଦୂରେଇ ରୁହନ୍ତୁ । ଠିକ୍ ସମୟରେ ଖାଇବା କଷ୍ଟକର ହୋଇପାରେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ। ବାହାରକୁ ଯିବା ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ ।

ସିଂହ: ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆତ୍ମବିଶ୍ବାସ ଆଜିର ଦିନରେ ବୃଦ୍ଧି ଘଟିବ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ଦିନଟି ଭଲରେ ବିତିବ ।
କନ୍ୟା: ଆଜି ଆପଣଙ୍କ ଅନ୍ୟ ଜଣଙ୍କ ପାଇଁ ଦୟାଳୁ ଭାବ ପ୍ରକାଶ କରିବେ। ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ମନୋବଳ ଦୃଢ ହେବ, ମାନସିକ ଶାନ୍ତି ମିଳିବ ।
ତୁଳା: ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ଆପଣ ଆପଣଙ୍କ ବ୍ୟକ୍ତିଗତ ରୂପକୁ ଅଧିକ ଧ୍ୟାନ ଦେଇପାରନ୍ତି, ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ । ପରିବାର ସହ ସମୟ ଅତିବାହିତ କରିବେ ।
ବିଛା: ଆପଣଙ୍କ ଜୀବନସାଥୀଙ୍କ ସହ ଭଲ ସମୟ ବିତିବ । ନୂଆ ସ୍ଥାନକୁ ପାରନ୍ତି । ନିଜ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ। ଅଜଥା ସମୟ ନଷ୍ଟ କରନ୍ତୁ ନାହିଁ ।ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।
ଧନୁ: ଅଫିସରେ କିଛି ଲୋକ ସମାଲୋଚନା କରିପାରନ୍ତି । ଆଜି ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ । ଦୂର ଯାତ୍ରା କରିପାରନ୍ତି । କିଛି କଥାକୁ ନେଇ ଚିନ୍ତାରେ ରହିବେ ।
ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସିର ଦିନଟି, ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା ସହିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେବେ ।
କୁମ୍ଭ: ଆପଣଙ୍କ ପାଇଁ ଦିନ ଟି ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନି ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍ କରିବ।
ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ । ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣା ପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications