Get Updates
Get notified of breaking news, exclusive insights, and must-see stories!

ଏହି ଦିନ ଲାଗିବା ପାଇଁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ କିଛି ରାଶି ଉପରେ ପ୍ରଭାବ ପକାଇପାରେ । ଏଥର ମେଷ ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଅଧିକ ପଡିବ । ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର କ୍ଷେତ୍ରରେ କିଛି ଦ୍ୱନ୍ଦ ସୃଷ୍ଟି ହେବାର ସମ୍ଭାବନା ରିହିଛି ।

 solar eclipse

solar eclipse 2023:: ଉଭୟ ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସମସ୍ତ ଅଞ୍ଚଳରେ ପଡିଥାଏ ସେଠାରେ ଲାଗି ଥାଏ ସୂର୍ଯ୍ୟ ପରାଗ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ଲାଗିବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା ପରାଗର ଲାଗିବାର ସମୟ ।

ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗ ଏହଂ ଚନ୍ଦ୍ର ଗ୍ରହଣକୁ ନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ପରାଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ହେଲେ ଧାର୍ମିକ ଦୃଷ୍ଟିରୁ ସୂର୍ଯ୍ୟ ପରାଗ ଦିନ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । କାରଣ ଏହି ସମୟରେ ରାହୁର ପ୍ରଭାବ ସୂର୍ଯ୍ୟ ଉପରେ ପଡିଥାଏ । ୨୦୨୩ ର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ଗୁରୁବାର ଦିନ ଲାଗିବା ପାଇଁ ଯାଉଛି । ସକାଳ ୭.୦୪ ରୁ ରାତି ୧୨.୨୯ ଯାଏ ସୂର୍ଯ୍ୟ ପରାଗ ଲାଗିବ ।

ଏହି ରାଶି ଉପରେ ପଡିବ ପ୍ରଭାବ
ବର୍ଷର ପ୍ରଥମ ସୂର୍ଯ୍ୟପରାଗ କିଛି ରାଶି ଉପରେ ପ୍ରଭାବ ପକାଇପାରେ । ଏଥର ମେଷ ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ ଅଧିକ ପଡିବ । ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର କ୍ଷେତ୍ରରେ କିଛି ଦ୍ୱନ୍ଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର କିଛି ମାତ୍ରାରେ ପ୍ରଭାବ ପଡିପାରେ । ଏହି ସୂର୍ଯ୍ୟ ପରାଗ ଅଶ୍ୱିନୀ ନକ୍ଷତ୍ରରେ ଘଟିବ ।

କାମ୍ବୋଡିଆ, ଚୀନ୍, ଆମେରିକା, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଆଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଭିଏତନାମ, ତାଇୱାନ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦକ୍ଷିଣ ଭାରତ ମହାସାଗର ଏବଂ ନ୍ୟୁଜିଲାଣ୍ଡରେ ଏହି ପରାଗ ଦୃଶ୍ୟମାନ ହେବ। ଖାସ କଥା ହେଲା ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଭାରତରେ ଦୃଶ୍ୟମାନ ହେଉ ନ ଥିବାରୁ ଏହାର କୌଣସି ନିତି ଏଠାରେ ପାଳନ କରାଯିବ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+