ଜାଣନ୍ତୁ ୨୦୨୫ର ପ୍ରଥମ ଚନ୍ଦ୍ର ଗ୍ରହଣ କେବେ ଘଟିବ, ଏହି ୩ ରାଶିଙ୍କ ଜୀବନରେ ବଢିବ ସମସ୍ୟା
Solar Eclipse 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, 2025 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସ 14 ତାରିଖ ଶୁକ୍ରବାର ଦିନ ଘଟିବ। ଏହି ଚନ୍ଦ୍ରଗ୍ରହଣ ସିଂହ ଏବଂ ଉତ୍ତରା ଫାଲଗୁନି ନକ୍ଷେତ୍ରରେ ହେବ । ତେବେ ଏହା ଭାରତରେ ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହେବ ନାହିଁ ଏବଂ ଏହାର ସୂତକ ଅବଧି ବୈଧ ହେବ ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ ତିନୋଟି ରାଶି ଯଥା ସିଂହ, ମକର ରାଶି ଏବଂ ମିନ ରାଶି ଉପରେ ପ୍ରଭାବ ପକାଇବ ।
ସିଂହ ରାଶି- ଏହି ରାଶିର ବ୍ୟକ୍ତି ମାନସିକ ଚାପ ଏବଂ ଆତ୍ମ ବିଶ୍ୱାସର ଅଭାବ ଅନୁଭବ କରିପାରନ୍ତି । ପାରିବାରିକ ଜୀବନରେ ବିବାଦ ପରିସ୍ଥିତି ଉପୁଜିପାରେ । ବିରୋଧୀମାନେ କର୍ମକ୍ଷେତ୍ରରେ ସକ୍ରିୟ ରହିବେ ଏବଂ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି ହେବ। ଭୁଲ ବୁଝାମଣା ହୋଇପାରେ । ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମକର ରାଶି: ଅଷ୍ଟମ ଘରେ ଚନ୍ଦ୍ରଗ୍ରହଣ ଘଟିବ, ଯାହା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ ଏବଂ ନକାରାତ୍ମକ ଚିନ୍ତାଧାରା ମନରେ ପ୍ରାଧାନ୍ୟ ଦେଇପାରେ । କ୍ୟାରିୟରରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଆପଣ ସାମାଜିକ ସ୍ତରରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ।
ମିନ ରାଶି- ମିନ ରାଶି କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜୀବନରେ ସମସ୍ୟା ଉପୁଜିପାରେ । ବିରୋଧୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବ, ଯେଉଁ କାରଣରୁ ଛୋଟ ଭୁଲ ମଧ୍ୟ ମହଙ୍ଗା ପ୍ରମାଣିତ ହେବ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ ।












Click it and Unblock the Notifications