ଆଜି ଆସନ୍ତୁ ଜାଣିବା: ସପ୍ତାହର ତୃତୀୟ ବାର ଅର୍ଥାତ ବୁଧବାର ଦିନ ସମ୍ବନ୍ଧରେ

ଆମ ସୃଷ୍ଟି ର ରଚନା ପରମେଶ୍ୱର ଙ୍କ ଇଚ୍ଛା ଅନୁସାରେ ଚାଲି ଥାଏ, ସୃଷ୍ଟି ର ରଚନା କରିବା ସହିତ ପ୍ରତେକ ଛୋଟ ବଡ଼ ଜିନିଷ ର ସେ ସର୍ଜୀଵ ହେଉ କି ନିର୍ଜୀଵ ହେଉ ସମସ୍ତ ଙ୍କର ଭାଗ୍ୟ ନିଦ୍ଧାରଣ କରି ଦେଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ଜନ୍ମ କୁଣ୍ଡଳୀ ରେ 9 ଟି ଗ୍ରହ ଥାଏ ଏବଂ ଆମ ଗ୍ରହ ର ସ୍ଥିତି ଓ ଗତି ଯୋଗୁଁ ଆମ ଭାଗ୍ୟ ସବୁ ବେଳେ ବଦଳି ଥାଏ । ତେବେ ସପ୍ତାହ ର ସମସ୍ତ ବାର ନିଜର କିଛି ଅଲଗା ବିଶିଷ୍ଟ ରଖିଥାଏ ଏବଂ ତାହାର ଅଧିପତି ମାନେ ବି ଅଲଗା ଅଲଗା ହୋଇ ଥାଆନ୍ତି । ତେବେ ଆମେ ଆଜି କଥା ହେବା ସପ୍ତାହ ର ତୃତୀୟ ବାର ଅର୍ଥାତ ବୁଧୁବାର ଦିନ ବିଷୟରେ ।

ବୁଧବାର

ବୁଧୁବାରର ଅଧିପତି ବୁଧ ଅଟନ୍ତି, ତେବେ ଏହା ଆମର ବୁଦ୍ଧି ସହିତ ଜଡ଼ିତ ଅଟେ । ଯଦି ଆମ କୁଣ୍ଡଳୀ ରେ ବୁଧ ଗ୍ରହ ଖରାପ ଅଛି ତ ତେବେ ଆମ ବୁଦ୍ଧି ମଧ୍ୟ କମି ଯାଇଥାଏ ଏବଂ ଆମ ଗ୍ରହ ଭଲ ଥିଲେ ବୁଦ୍ଧି ବି ଭଲ ଆସି ଥାଏ । ବୁଧୁବାର ଦିନ ମା ଲକ୍ଷ୍ମୀ ଏବଂ ଗଣେଶ ଙ୍କର ଦିନ ମାନା ଯାଇ ଥାଏ ଏଣୁ ବୁଧୁବାର ଦିନ କିଛି କଥା ପାଳନ କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି, ତେବେ ଆସନ୍ତୁ ଜାଣିବା ଏହି ନିୟମ ଗୁଡ଼ିକ କଣ କଣ ।

  • ବୁଧୁବାର ଦିନ ମା ଲକ୍ଷ୍ମୀ କିମ୍ବା ଭଗବାନ ଶ୍ରୀ ଗଣେଶ ଙ୍କୁ ଧଳା ଅବା ଲାଲ ଫୁଲ ଅବଶ୍ୟ ଚଢାନ୍ତୁ ଏବଂ ମନ୍ଦିର କୁ ଯାଇ ତାଙ୍କର ପୂଜା ଆରାଧନା ମଧ୍ୟ କରନ୍ତୁ ।
  • ଧନ ସମ୍ପତି ବୃଦ୍ଧି କରିବା ପାଇଁ ଲଗାତାର ସାତ ଟି ବୁଧୁବାର ଧଳା ଗାଈକୁ ସବୁଜ ଘାସ ଖାଇବାକୁ ଦେବା ଦ୍ୱାରା ସୁଖ ସମୃଦ୍ଧି ର ପ୍ରାପ୍ତ ହୋଇ ଥାଏ, ଏହା ଦ୍ୱାରା ଘରେ ଧନ ଧାନ୍ୟ ର ବୃଦ୍ଧି ହୋଇ ଥାଏ ।
  • ଯଦି ଆପଣ କେଉଁଠି କରଜ ନେଇ ଛନ୍ତି ଏବଂ ତାକୁ ସୁଜି ପାରୁ ନାହାଁନ୍ତି ତେବେ କରଜ ରୁ ମୁକ୍ତି ପାଇବା ପାଇଁ ସାତ ଟି ବୁଧୁବାର ପର୍ଯ୍ୟନ୍ତ ମୁଗ ଡାଲି ର ଦାନ କରନ୍ତୁ ।
  • ବୁଧୁବାର ଦିନ ମା ଲକ୍ଷ୍ମୀ ଙ୍କୁ ମାନା ଯାଇ ଥାଏ ଏଣୁ ମା ଲକ୍ଷ୍ମୀ ଙ୍କର କୃପା ପାଇବା ପାଇଁ ସେହି ବୁଧୁବାର ଦିନ ବ୍ରତ କରନ୍ତୁ ଏବଂ କିଛି ଧଳା ଜିନିଷ ର ଖାଦ୍ୟ ସେବନ କରିବା ଉଚିତ, ଯେମିତି କ୍ଷୀର ଦହି କିମ୍ବା ଖିରି ଇତ୍ୟାଦି ।
  • ବୁଧୁବାର ଦିନ ଯଦି ଆପଣ କେଉଁଠି କି ଯାଉଛନ୍ତି ଏବଂ ରାସ୍ତା ରେ ଯଦି ଆପଣ ଙ୍କୁ କିନ୍ନର ମିଳି ଯାଏ ତେବେ ତାଙ୍କୁ କିଛି ପଇସା କି ସୁଂଗାର ଅବଶ୍ୟ ଦାନ କରନ୍ତୁ ଏବଂ ବୁଧୁବାର ଦିନ 9 ଟି ଗ୍ରହ ର ପୂଜା ଅବଶ୍ୟ କରିବା ଉଚିତ ।

ବୁଧବାର ଦିନ କେଉଁ କାମ ନ କରିବା ଉଚିତ :

ବୁଧୁବାର ଦିନ କାହାକୁ ଖରାପ ବଚନ କହିବା ଏହା ବହୁତ ଅପଶବ୍ଦ ହୋଇ ଥାଏ ଏଣୁ ଏପରି କାହାକୁ କୁହନ୍ତୁ ନାହିଁ । ଏହି ଦିନ ମଧୁର ବାଣୀ କିମ୍ବା ପ୍ରେମ ରେ କଥା ହେବା ଦ୍ୱାରା ଜୀବନ ରେ ଆର୍ଥିକ ଅବସ୍ଥା ଦୂର ହୋଇ ଯାଇ ଥାଏ ।

ବୁଧୁବାର ଦିନ ଭୁଲ ରେ ବି କୌଣସି କିନ୍ନର ଙ୍କର ଅପମାନିତ କରନ୍ତୁ ନାହିଁ ।

ତେବେ ବୁଧୁବାର ଦିନ କାହାକୁ ଉଦ୍ଧାର ଦେବା ଏବଂ କାହାଠୁ ଉଦ୍ଧାର ଆଣିବା ବହୁତ ଅଶୁଭ ହୋଇ ଥାଏ ଏଣୁ ଏପରି କରନ୍ତୁ ନାହିଁ ।

ବୁଧୁବାର ଦିନ ଯଦି ଆପଣ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଯାତ୍ରା ପୂର୍ବ କିମ୍ବା ଦକ୍ଷିଣ ଆଡ଼କୁ ହେବା ଉଚିତ, ଏହି ଦିନ ଉତ୍ତର କିମ୍ବା ପଶ୍ଚିମ ଆଡ଼କୁ ଯାତ୍ରା କଲେ ବହୁତ ଖରାପ ହୋଇ ଥାଏ ।

ବୁଧୁବାର ଦିନ ପାନ ଖାଇବା ଅନୁଚିତ ହୋଇ ଥାଏ, ମାନା ଯାଏ କି ଏହି ଦିନ ପାନ ଖାଇଲେ ଧନ ର ହାନି ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ନମ୍ବର ରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+