ଜାଣନ୍ତୁ ଧନତେରସର ପୂଜା ସମୟ, ରାଶି ଅନୁଶାରେ କିଣନ୍ତୁ ଏହି ସାମାଗ୍ରୀ
ଜାଣନ୍ତୁ ଧନତେରସର ପୂଜା ସମୟ ଓ କିଣନ୍ତୁ ରାଶି ଅନୁଶାରେ ଏହି ସାମାଗ୍ରୀ
ଭୁବନେଶ୍ୱର: ଆଜି ହେଉଛି ଧନତେରସ୍ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଏହି ପର୍ବ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାଏ । ଆଜିକା ଦିନରେ ଭଗବାନ କୁବେର, ଭଗବାନ ଧନ୍ୱନ୍ତରୀଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାନ୍ୟତା ରହିଛି ଆଜିର ଦିନରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ରହିଥାଏ ।
ଧନତେରସ୍ 2022 ପୂଜା ସମୟ
ଏଥର ଧନତେରସ୍ 22 ଅକ୍ଟୋବର 2022 ରେ 06.03 ରୁ ଆରମ୍ଭ ହେବ ଏବଂ ତ୍ରୟୋଦଶୀ ତିଥି 23 ଅକ୍ଟୋବର 2022, 06.04 ରେ ଶେଷ ହେବ। ପୂଜା ସମୟ 22 ଅକ୍ଟୋବର 2022 ସନ୍ଧ୍ୟାରେ ଥିବାବେଳେ ଉଭୟ ଦିନ କିଣାକିଣି କରିପାରିବେ । ଧନଭନ୍ତରୀ ପୂଜା ମୂହୁର୍ତ୍ତ - ସକାଳ 06.30 ରୁ 08.50 ମଧ୍ୟରେ ପୂଜା କରନ୍ତୁ (22 ଅକ୍ଟୋବର 2022) ଧନଭନ୍ତରୀ ପୂଜା ମୂହୁର୍ତ୍ତ - ସନ୍ଧ୍ୟା 7.31ରୁ - 8.36ରେ ମଧ୍ୟରେ (22 ଅକ୍ଟୋବର 2022)

ରାଶି ଅନୁସାରେ କିଣନ୍ତୁ ଏହି ଜିନିଷ
ମେଷ ରାଶି : ମେଷ ରାଶିର ବ୍ୟକ୍ତି ମାନେ ଆଜିର ଦିନରେ ସୁନା କିମ୍ବା ରୁପା ଅଳଙ୍କାର କିଣିବା ଲାଭପ୍ରଦ ହୋଇଥାଏ ।
ବୃଷ ରାଶି : ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର । ତେଣୁ ବୃଷ ରାଶିର ଲୋକେ ରୁପା, ହୀରା, ଗହଣା, ବାସନକୁସନ, ବା ଚାନ୍ଦିରେ ତିଆରି ଲକ୍ଷ୍ମୀ, ଗଣେଶଙ୍କ ପ୍ରତିମା କିଣି କିଣିବା ଶୁଭ ହୋଇଥାଏ ।
ମିଥୁନ ରାଶି : ଏହି ରାଶିର ଲୋକଙ୍କ ପାଇଁ କଂସା ପାତ୍ର କିମ୍ବା ରୁପା ଗହଣା କିଣି ପାରିବେ ।
କର୍କଟ ରାଶି : ଏହି ରାଶିର ବ୍ୟକ୍ତି ମାନେ ରୂପା କିଣିବା ଶୁଭ ହୋଇଥାଏ ସେହିପରି ଯାନବାହନ ମଧ୍ୟ କିଣିପାରିବେ ।
ସିଂହ ରାଶି : ଏହି ରାଶିର ଲୋକଙ୍କ ପାଇଁ ତମ୍ବା କିମ୍ବା ସୁନା କିଣିପାରିବେ ।
କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ ରୁପା ଅଳଙ୍କାର ବା ବାସନକୁସନ କିଣିବା ଶୁଭ ହୋଇଥାଏ ।
ତୁଳା ରାଶି : ଏହି ରାଶିର ଲୋକଙ୍କ ପାଇଁ ରୂପା ରେ ତିଆରି ଜିନିଷ କିଣିବା ଶୁଭ ହୋଇଥାଏ |
ବିଛା ରାଶି : ଏହି ରାଶିର ଲୋକଙ୍କ ପାଇଁ ତମ୍ବା ନିର୍ମିତ ବସ୍ତୁ ସହ ଇଲେକ୍ଟ୍ରୋନିକ୍ସ ସାମାଗ୍ରୀ ମଧ୍ୟ କିଣିପାରିବେ ।
ଧନୁ : ପିତ୍ତଳ କିମ୍ବା ସୁନା କିଣିବା ଶୁଭ ହୋଇଥାଏ ।
ମକର ରାଶି : ଷ୍ଟିଲ କିମ୍ବା ସୁନା ଗହଣା କିଣି ପାରିବେ ।
କୁମ୍ଭ ରାଶି : ଏହି ରାଶିର ଲୋକ ଷ୍ଟିଲ ପାତ୍ର କିମ୍ବା ସୁନା ଗହଣା ମଧ୍ୟ କିଣିପାରିବେ
ମୀନ ରାଶି : ପିତ୍ତଳ କିମ୍ବା ସୁନା କିଣିପାରିବେ ।












Click it and Unblock the Notifications