ଆଲମିରାରେ ରଖନ୍ତୁ ଏହି ସାମଗ୍ରୀ, ହେବ ଧନ ବର୍ଷା
Astro Tips: ଟଙ୍କା ରଖିବା ପାଇଁ ଘରେ ଏବଂ ଦୋକାନରେ ଲକର ବା ଆଲମିରା ଥାଏ । ମାନ୍ୟତା ରହିଛି ଯେ, ଟଙ୍କା ବ୍ୟତୀତ କିଛି ଏପରି ଜିନିଷ ଅଛି ଯାହା ଆଲମିରାରେ ରଖିବା ଦ୍ୱାରା ଜୀବନରେ ଟଙ୍କାର ଅଭାବ ରହିନଥାଏ ଏବଂ ଘର ସର୍ବଦା ପରିପୂର୍ଣ୍ଣ ରୁହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ଘରେ ଟଙ୍କା ରଖିବା ସ୍ଥାନରେ କିଛି ଖାସ ଜୀନିଷ ରଖିବା ଦ୍ୱାରା ମା' ଲକ୍ଷ୍ମୀ ଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ।
ଓସ୍ତ ପତ୍ର - ଯଦି ଆପଣ ଟଙ୍କା ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଏକ ଓସ୍ତ ପତ୍ରରେ ନାଲି ସିନ୍ଦୁରରେ ଓଁ ଲେଖି ନିଜ ଆଲମିରା ବା ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ୫ ଶନିବାର ପାଇଁ ଏପରି କରନ୍ତୁ । ଏହା ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ବୋଲି ବିଶ୍ୱାସ କରାଯାଏ। ଟଙ୍କାର ଅଭାବ ମଧ୍ୟ ରହିନଥାଏ ।

ଗୁଆ - ହିନ୍ଦୁ ଧର୍ମରେ ଗୁଆକୁ ଗୌରୀ ଗଣେଶଙ୍କ ରୂପ ଭାବରେ ପୂଜାର୍ଚ୍ଚନା କରାଯାଏ । ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ଗୁଆ ରଖି ପୂଜା କରନ୍ତୁ ଏବଂ ପରେ ଏହାକୁ ନିଜ ପଇସା ରଖିବା ସ୍ଥାନରେ ସୁରକ୍ଷିତ ଭାବେ ରଖନ୍ତୁ । ବିଶ୍ୱାସ କରାଯାଏ ଯେ ଯେଉଁଠି ଭଗବାନ ଗଣେଶ ବାସ କରନ୍ତି, ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।
ହଳଦୀ - ସନାତନ ଧର୍ମରେ ହଳଦୀକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ହଳଦୀର ବ୍ୟବହାର କରାଯାଏ । ଏକ ହଳଦିଆ ରଙ୍ଗର କପଡ଼ାରେ ଖଣ୍ତେ ହଳଦୀ ବାନ୍ଧୀ ଟଙ୍କା ରଖୁଥିବା ସ୍ଥାନରେ ରଖିନ୍ତୁ । ଏପରି କରିବା ଦ୍ୱାରା ଘରେ କେବେବି ଟଙ୍କାର ଅଭାବ ରୁହେ ନାହିଁ । ଏପରିକି ସୁଖ ସମୃଦ୍ଧି ମଧ୍ୟ ବଢିଥାଏ । ତେବେ ଲୁଗା ରଖୁଥିବା ସ୍ଥାନରେ ଟଙ୍କା କିମ୍ବା ସୁନା ଗହଣା ରଖନ୍ତୁ ନାହିଁ ।












Click it and Unblock the Notifications