ଜୁନ 2022 ରାଶିଫଳ : ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପାଇବେ ଲାଭ ?
ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ । କିପରି ବିତିବ ଆପଣଙ୍କ ଜୁନ ମାସ ।
କେମିତି ରହିବ ଆପଣଙ୍କ ମାସ ? ଶିକ୍ଷା , ପ୍ରେମ, , ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ମାସଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନଇଣ୍ଡିଆ ଓଡିଆ ସହ ଯୋଡି ହୋଇ ରୁହନ୍ତୁ...

ମେଷ
ବନ୍ଧୁଙ୍କର ସଂଖ୍ୟା ବଢିପାରେ। କାମରେ ମନ ଲାଗିବ । ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଶୀଘ୍ର ଆରମ୍ଭ କରନ୍ତୁ । ଜୁନ ମାସଟି ଆପଣଙ୍କ ପାଇଁ ଖୁବ ଭଲ । ବିଦ୍ୟାର୍ଥୀ ମାନେ ଖୁବ ପରିଶ୍ରମ କରିବା ଦ୍ବାରା ଶୀଘ୍ର ସଫଳତା ପାଇବେ । ଜୀବନସାଥୀଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ । ପାରିବାରିକ ସମସ୍ୟା ଦେଖାଦେଇ ପାରେ । ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
ବୃଷ
ବିନା କାରଣରେ ମନ ଖରାପ ରହିବ । କାରଣ ଆପଣଙ୍କ ଗ୍ରହର ସ୍ଥିତି ଭଲ ରହିବ ନାହିଁ । ଆରାଧ୍ୟପତି ଶୁକ୍ରଙ୍କ ପୂଜା କରନ୍ତୁ । ଶନି ଆପଣଙ୍କୁ କର୍ମର ଫଳ ଦେଖାଇବେ । ପ୍ରଶଂସିତ ହେବେ । କାର୍ଯ୍ୟାଳୟରେ ଭୂଲ ବାହାରିବ ନାହିଁ । ବ୍ୟବସାୟ କ୍ଷେତ୍ରରେ ମାସଟି ଖୁବ ଭଲ ରହିବ । ଦେଖି ଚାହିଁ ରୁହନ୍ତୁ, ସୁସ୍ଥ ରହିବେ । ନଚେତ ଦେହ ଖରାପ ହୋଇପାରେ । ନିଜର ବୁଦ୍ଧି ଯୋଗୁଁ ସଫଳତା ପାଇବେ ।
ମିଥୁନ
ମାନ ସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ଧର୍ମକାର୍ଯ୍ୟରେ ନିଜକୁ ଲିପ୍ତ ରଖିବେ । କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ପଡିପାରେ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳି ନପାରେ। ବ୍ୟବସାୟରେ ଶତ୍ରୁତା ଲାଭ କରିବେ । ମାନସିକ ଦୁଶ୍ଚିନ୍ତା ଲାଗିରହିବ।
କର୍କଟ
ଅତ୍ୟଧିକ ପରିଶ୍ରମ କରିବା ପରେ ସଫଳତା ଲାଭ ହେବ । ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳା ମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ମାସଟି ଭଲ ରହିବ ନାହିଁ । ଅସୁସ୍ଥତା କାରଣରୁ ପାଠ ପଢାରେ ବାଧା ସୃଷ୍ଟି ହୋଇପାରେ ।
ସିଂହ
ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ କାମ ନିଜେ କରନ୍ତୁ, ଅନ୍ୟକକୁ ବିଶ୍ସାସ କରନ୍ତୁ ନାହିଁ । ଶିକ୍ଷା କ୍ଷେତ୍ରରେ ନୂଆ ଆଗ୍ରହ ଦେଖାଦେଇ ପାରେ । ନୂଆ ଜିନିଷ ଶିଖିବାରେ ରୁଚି ବଢିବ । ମନ ଅସ୍ଥିର ରହିବାରେ । ସ୍ବାସ୍ଥ୍ୟ କ୍ଷେତ୍ରରେ ଖୁବ ଭଲ ରହିବ । କାର୍ଯ୍ୟାଳୟର ଚିନ୍ତା ଜାରି ରହିବ ।
କନ୍ୟା
କର୍ମ କ୍ଷେତ୍ରରେ କୌଣସି ଚାଲାକ ବ୍ୟକ୍ତିଙ୍କ ଦ୍ବାରା ଅସୁବିଧାରେ ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ ସମସ୍ୟାରେ ସମ୍ମୁଖୀନ ହେବେ । ନିଜର ଦାୟୀତ୍ବ ଅନ୍ୟକୁ ଦିଅନ୍ତୁ ନାହିଁ । ଅସୁବିଧାରେ ସାମନା କରିବେ । ଧ୍ୟାନର ସହ କାର୍ଯ୍ୟ କରନ୍ତୁ ।
ତୁଳା
ମହିଳାଙ୍କ ପାଇଁ ମାସଟି ଖୁବ ଶୁଭଫଳ ଦେବ । ମହିଳାମାନେ ସୁଖି ହେବେ । ଅଧିକ ପରିଶ୍ରମ ଦ୍ବାରା ଲାଭବାନ ହେବେ । ଛାତ୍ରଛାତ୍ରୀମାନେ ସଫଳ ହେବେ ।
ବିଛା
ଏହି ମାସରେ ସନ୍ତାନଙ୍କ ସହ କିଛି ବିବାଦ ଦେଖାଦେଇପାରେ । ବିନା କାରଣରେ ସେମାନଙ୍କ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ । ନଚେତ ସେମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ମାତାଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ, ସେ ଅସୁସ୍ଥ ହେବାର ସମ୍ଭାବନା ରହିଛି । ଶତ୍ରୁ ବୃଦ୍ଧିର ଯୋଗ ରହିଛି । କାର୍ଯ୍ୟାଳୟରୁ ଯାତ୍ରାର ଯୋଗ ରହିଛି । ମାସଟି ମଧ୍ୟମ ଧରଣର ରହିବ ବୋଲି ଆଶାକରାଯାଉଛି ।
ଧନୁ
ବୁଝି ବିଚାରି କାର୍ଯ୍ୟ କରନ୍ତୁ । ପାରିବାରିକ ଶାନ୍ତି ବଜାୟ ରହିବ । ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ଯାହାଦ୍ବାରା ଆପଣଙ୍କୁ ଖୁସି ଲାଗିପାରେ । ମହିଳାମାନେ ଆନନ୍ଦ ଲାଭ କରିବେ ।
ମକର
କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ ସୃଷ୍ଟି ହୋଇପାରେ। ମାନସିକ ଅଶାନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଦେଖି ଚାହିଁ ଖର୍ଚ୍ଚ କରନ୍ତୁ । ଛାତ୍ରଛାତ୍ରୀମାନେ ଏଣେ ତେଣେ ମନ ନଦେଇ ପରିଶ୍ରମ ଅଧିକ କରନ୍ତୁ । ନଚେତ ସଫଳତା ମିଳିବା କଷ୍ଟକର ହେବ ।
କୁମ୍ଭ
ଆଶଙ୍କାରେ ମାସଟି ବିତି ପାରେ। ଅନେକ ବିବାଦ ଉପୁଜିପାରେ । ପରିବାରରେ ଅଶାନ୍ତି ଦେଖାଦେଇ ପାରେ । କୁଟୁମ୍ବଙ୍କୁ ନେଇ ଚିନ୍ତା ବଢିପାରେ । ବ୍ୟବସାୟରେ ବେଶୀ ଉନ୍ନତି ହେବ ନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ମାସଟି ଭଲ ରହିଛି । ପରିଶ୍ରମର ଫଳ ମିଳିବ ।
ମୀନ
କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେବେ । ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀ ଅସୁସ୍ଥତା ଅନୁଭବ କରିବେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications