Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ ୧୯ ରାଶିଫଳ: ଜାଣନ୍ତୁ କେମିତି ବତିବ ଦିନ, ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

ମେଷ ରାଶି- ଆଜିର ଦିନଟି ଆପଣଙ୍କ ସପକ୍ଷରେ ରହିବ। ଭାଗ୍ୟର ମିଳିବ ସମର୍ଥନ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଟଙ୍କା ଧାର ନେବାରୁ ଦୂରେଇ ରୁହନ୍ତୁ। କିଛି ଦିନ ଧରି ଚାଲିଥିବା ପାରିବାରିକ ବିବାଦର ଅନ୍ତ ହେବ । ଜୀବନ ସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ । ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ଏବଂ କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ।

ବୃଷ ରାଶି : ଆଜି ଆପଣଙ୍କୁ ଆପଣଙ୍କ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ପରିବାର ସହିତ ଅଧିକ ସମୟ ବିତାଇବେ। ଘରର କାମରେ ଆପଣଙ୍କୁ ସମସ୍ତ ସଦସ୍ୟଙ୍କଠାରୁ ସମର୍ଥନ ମିଳିବ। ପରିବାରର ପରିବେଶକୁ ଖୁସି ରଖିବ। ଯଦି ଆପଣ ଚାକିରି କରନ୍ତି ତେବେ ସାବଧାନ ରୁହନ୍ତୁ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯିବ। ଛାତ୍ରଛାତ୍ରୀମାନେ ମଧ୍ୟ ଚାପରୁ ମୁକ୍ତ ରହିବେ ।

January 19 Horoscope

ମିଥୁନ ରାଶି: ସକାରାତ୍ମକ ଚିନ୍ତାଧାରା ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତୁ। ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଅଫିସ୍ କାମ ସହ ଜଡିତ ଯାତ୍ରା କରିପାରନ୍ତି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିପାରନ୍ତି। ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ବିଷୟରେ ବିଚାର କରନ୍ତୁ । ଯଦି ଆପଣ ଗାଡ଼ି କିଣିବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖନ୍ତୁ।

କର୍କଟ ରାଶି-ଆଜି ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ଜୀବନସାଥୀଙ୍କ ସହିତ ଖୁସି ଅନୁଭବ କରିବେ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆପଣ ଏକ ଧାର୍ମିକ କାର୍ଯ୍ୟକ୍ରମ ଯୋଗ ଦେଇପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ, ଆପଣଙ୍କର ଉତ୍ସାହ ବୃଦ୍ଧି ପାଇବ, କିନ୍ତୁ ଆଗକୁ ବଢ଼ିବା ପୂର୍ବରୁ, ଆପଣଙ୍କର ବାକି ରହିଯାଇଥିବା କାର୍ଯ୍ୟକୁ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ ।

ସିଂହ ରାଶି - ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ। ଆଜି ଆପଣ ଆପଣଙ୍କ ଭାଇଭଉଣୀଙ୍କ ସହିତ ଆପଣଙ୍କର ବିଗିଡ଼ିଯାଇଥିବା ସମ୍ପର୍କକୁ ସୁଧାରିବ । ରାସ୍ତାରେ ଚାଲିବା ସମୟରେ ସତର୍କ ରୁହନ୍ତୁ। ଛାତ୍ରମାନଙ୍କ ପାଇଁ ଦିନଟି ଭଲ, ପାଠପଢ଼ାରେ ଥିବା ବାଧା ଦୂର ହେବ ଏବଂ ସେମାନେ ପାଠପଢ଼ାରେ ଧ୍ୟାନ ଦେବେ । ମନୋବଳ ଉଚ୍ଚ ରହିବ।

କନ୍ୟା ରାଶି -ଆଜି ତୁମର ଦିନଟି ଆନନ୍ଦରେ ପରିପୂର୍ଣ୍ଣ ହେବ। ବୈବାହିକ ଜୀବନରେ ବହୁତ ମଧୁରତା ରହିବ । ପରିବାର ସହିତ ଖୁସିରେ ସମୟ ବିତାଇବେ। ଆଜି ଖାଦ୍ୟ ଏବଂ ଘରୋଇ ଜିନିଷପତ୍ର ପାଇଁ ଖର୍ଚ୍ଚ ହୋଇପାରେ। ଭଲ ନିଯୁକ୍ତି ସୁଯୋଗ ମିଳିବାର ସମ୍ଭାବନା ଅଛି । ରାଜନୈତିକ ପ୍ରସଙ୍ଗରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ ।

ତୁଳା ରାଶି -ଆଜିର ଦିନଟି ଖୁସିରେ କଟିବ। ଆପଣଙ୍କର ସମସ୍ତ କାମ ଭଲ ଭାବରେ ଏବଂ ସମୟ ମଧ୍ୟରେ ସମାପ୍ତ କରିବେ। ସତର୍କ ରୁହନ୍ତୁ, ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମାନସିକ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ନିଅନ୍ତୁ।

ବିଛା ରାଶି: ଆପଣ ଆପଣଙ୍କର ବୁଦ୍ଧିମତା ଏବଂ ଜ୍ଞାନ ବଳରେ ଯେକୌଣସି ଆର୍ଥିକ ସମସ୍ୟାର ସମାଧାନ ହେବ । ଆପଣଙ୍କର ପଦୋନ୍ନତିର ସମ୍ଭାବନା ବଢ଼ିବ। ଆଜି ଆପଣଙ୍କ ପିଲାମାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ବୃଦ୍ଧି ପାଇବ। ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ପିଲାମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଚାକିରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଅଫର ମିଳିପାରେ।

ଧନୁ ରାଶି: ଆଜି ଆପଣଙ୍କୁ ପ୍ରଗତି ପାଇଁ କିଛି ନୂତନ ଉପାୟ ମିଳିବ। କିଛି ଭଲ ଲୋକଙ୍କ ଠାରୁ ସମର୍ଥନ ମିଳିବ । ଆଜି ଛାତ୍ର ଏବଂ ମହିଳାମାନଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ, କୌଣସି ସ୍ଥାନରୁ କିଛି ଭଲ ଖବର ମିଳିପାରେ ।

ମକର: ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଆଜି କେବଳ ଗୋଟିଏ ପରେ ଗୋଟିଏ ସଫଳତା ଆପଣଙ୍କୁ ମିଳିବ, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା ସହିତ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସଫଳ ହେବେ ।

କୁମ୍ଭ: ଆପଣଙ୍କ ପାଇଁ ଦିନ ଟି ମଧ୍ୟମ ଧରଣର ରହିବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନି ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ।

ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ । କାରଣ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣା ପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ବିବାହକୁ ନେଇ ଭଲ ଖବର ମିଳିପାରେ । ଦିନଟି ଭଲରେ ବିତିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+