ମୃତ୍ୟୁପରେ କଣ ପାଇଁ କରାଯାଏ ପିଣ୍ଡଦାନ

ଆଜି ଆସନ୍ତୁ ଜାଣିବା: ମୃତ୍ୟୁପରେ କଣ ପାଇଁ କରାଯାଏ ପିଣ୍ଡଦାନ ଓ କିପରି ଆତ୍ମା ମାନେ ଯାଇ ଥାଆନ୍ତି ବିଷ୍ନୁଲୋକ । ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ,ଏହା ଏକ ଅକାଟ୍ୟ ସତ୍ୟ ଅଟେ ।ଯିଏ ବି ଏହି ଧରା ପୃଷ୍ଠାରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିଥାଏ । ହିନ୍ଦୁ ଧର୍ମରେ ମଣିଷ ମୃତ୍ୟୁ ପରେ ଶୁଦ୍ଧି କ୍ରିୟାର ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଏହାର ଗୋଟିଏ ବିଶେଷ ମହତ୍ୱ ଗରୁଡ଼ ପୁରାଣରେ ରହିଛି ।

pind daan

ଗରୁଡପୁରାଣ ଅନୁସାରେ ମୃତ୍ୟୁ ପରେ ପ୍ରତି ମଣିଷ ପ୍ରେତ ଯୋନିକୁ ଯାଇ ଥାଆନ୍ତି ଓ ପରିଜନ ମାନଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ଥାଆନ୍ତି ଓ ଦିଆଯାଇଥିବା ଜଳ କୁ ପିଇ ଥାଆନ୍ତି l ଅନ୍ତିମ ସଂସ୍କାର ପରେ ୧୩ ଦିନ ପର୍ଯ୍ୟନ୍ତ ଆତ୍ମାର ଶାନ୍ତି ପାଇଁ ସମସ୍ତ କାର୍ଯ୍ୟ କରାଯାଇଥାଏ l ୧୩ ଦିନ ପରେ ଆତ୍ମା ଅନ୍ୟ ଯୋନିକୁ ଯାଇଥାଏ l ଯେଉଁ ବ୍ୟକ୍ତି ମାନଙ୍କର ସୁଧୀ କ୍ରିୟା ଠିକ ଭାବରେ ହୋଇ ନଥାଏ ସେହି ବ୍ୟକ୍ତି ମାନଙ୍କ ଆତ୍ମା ସନ୍ତୁଷ୍ଟ ହୋଇ ନଥାଏ।

ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତି ସବୁବେଳେ ନିଜ କର୍ମର ଫଳ ଭୋଗ କରିଥାଏ ତାହା ମୃତ୍ୟୁ ପରେ ମଧ୍ୟ । ଏହାପରେ ସେ ନିଜ କର୍ମ ଅନୁସାରେ ଜନ୍ମ ଲାଭ କରି ଥାଆନ୍ତି l ଯେଉଁ ବ୍ୟକ୍ତିମାନେ ପୁଣ୍ୟାତ୍ମା ହୋଇ ଥାଆନ୍ତି ସେମାନେ କେବେବି ପ୍ରେତ ଯୋନିକୁ ଯାଇ ନଥାନ୍ତି । ମଣିଷ ନିଜ କର୍ମ ଅର୍ଜିତ ଫଳ ଅନୁସାରେ ବିଷ୍ଣୁ ଲୋକ ଯାଇଥାଏ।

ମୃତ୍ୟୁପରେ ଯମଦୂତ ଯେତେବେଳେ ଆତ୍ମାକୁ ନେଇ ଯମପୁରୀକୁ ନେଇ ଯାଇ ଥାଆନ୍ତି ସେତେବେଳେ ସେହି ସୁକ୍ଷ୍ମ ଶରୀରର ଆତ୍ମା ଅଲଗା ହେଇଯିବା ପରେ ଶ୍ରାଦ୍ଧ ଦେବା ନିହାତି ଜରୁରୀ ଅଟେ । ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁର ଏକ ବର୍ଷ ପର୍ଯ୍ୟନ୍ତ ମୃତ ବ୍ୟକ୍ତିକୁ ଅନ୍ନ ଓ ଜଳ ଅର୍ପଣ କରିବା ନିହାତି ଆବଶ୍ୟକ ଅଟେ । ଏପରି କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ । କାରଣ ମାନ୍ୟତା ଅନୁସାରେ ଗୋଟିଏ ଆତ୍ମା ଆଉ ଗୋଟିଏ ଜନ୍ମ ପାଇବା ପାଇଁ ନିହାତି ଗୋଟିଏ ବର୍ଷ ସମୟ ଲାଗିଥାଏ । ଯାହା ଆମ ହିନ୍ଦୁ ଧର୍ମରେ ଗ୍ରହଣ କରାଯାଇ ଥାଏ ।

ବିଷ୍ଣୁ ପୁରାଣ ଅନୁସାରେ ସୃଷ୍ଟିର ରଚନା ହେବା ସମୟରେ ବ୍ରହ୍ମାଙ୍କ ପିଠିରୁ ଆମ ପିତୃ ପୁରୁଷ ଉତ୍ପର୍ଣ୍ଣ ହୋଇଥିଲେ। ପିତୃ ପୁରୁଷଙ୍କ ଉତ୍ପର୍ଣ୍ଣ ପରେ ବ୍ରହ୍ମା ସେହି ଶରୀରକୁ ତ୍ୟାଗ କରି ଦେଇଥିଲେ l ପିତରଙ୍କୁ ଜନ୍ମ ଦେଇଥିବା ଶରୀର ସନ୍ଧ୍ୟା ସମୟ ହୋଇଗଲା l ସେଥିପାଇଁ ପିତୃ ପୁରୁଷ ସନ୍ଧ୍ୟା ସମୟରେ ଶକ୍ତିଶାଳୀ ହୋଇ ଯାଇ ଥାଆନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+