ଆଜିର ରାଶିଫଳ: ଜାଣନ୍ତୁ ଆପଣ ହେବେ କି ଲାଭବାନ?
କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

ମେଷ: ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ । ଆପଣଙ୍କର ଆର୍ଥିକ ପରିସ୍ଥିତି ଆଜି ଅନୁକୂଳ ଦେଖାଯାଉନାହିଁ। ସେଥିପାଇଁ ଆପଣଙ୍କୁ ଆଜି ଅର୍ଥ ସଞ୍ଚୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ। ଥରେ ଆପଣ ନିଜର ମନର ମଣିଷକୁ ପ୍ରାପ୍ତ କଲା ପରେ,ଜୀବନରେ ଆଉ କୌଣସି ଜିନିଷର ଆବଶ୍ୟକତା ନାହିଁ । ଏଇ କଥାକୁ ଆପଣ ଆଜି ଗଭୀରତାରେ ଅନୁଭବ କରିବେ ।
ବୃଷ: ଆପଣ ନିଜେ ଅପମାନିତ ହେଲେ ବୋଲି ଭାବନ୍ତୁ ନାହିଁ, ଯଦି ଆପଣଙ୍କର ସାଥୀ ନିଜ କଥା ରଖି ପାରିନାହାନ୍ତି । ଆପଣ ତାଙ୍କୁ ଶାନ୍ତିରେ ବୁଝାନ୍ତୁ। ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି। ଆପଣଙ୍କୁ ଏହା ସମୟ ନଷ୍ଟ ହେଲାପରି ଲାଗିପାରେ । ଆପଣ ଆପଣଙ୍କ ଜୀବନସାଥୀ ସହିତ ଭାବନାତ୍ମକ ଦୃଷ୍ଟିରେ ଜଡ଼ିତ ଅଛନ୍ତି, ତାହେଲେ ନିକଟ ରହିବା ପରି ଅନୁଭବ କରିବେ।
ମିଥୁନ: ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ତ୍ବେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ। ଆଜି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ସହାୟକ ଓ ସହଯୋଗ ଦେବେ।
କର୍କଟ: ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ । ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ । ଆଜି ଆପଣଙ୍କ ବୈବାହିକ ଜୀବନର ସବୁଠୁ ସ୍ନେହପୂର୍ଣ୍ଣ ଦିନ ହୋଇପାରେ । ପତ୍ନୀଙ୍କ ସହିତ ବୁଲିବା ପ୍ଲାନ କରିପାରନ୍ତି।
ସିଂହ: ଆଜି ଆପଣ ଖେଳାଖେଳିରେ ଭାଗ ନେଇ ପାରନ୍ତି। ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ । କୌଣସି ବିବାଦ ସୃଷ୍ଟି କରିବା ବିଷୟ ଉପରେ ଆଲୋଚନା କରନ୍ତୁ ନାହିଁ । ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତିତର୍କ ହୋଇ ପାରେ । ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ ରହିବ ।
କନ୍ୟା: ପ୍ରେମ ପାଇଁ କରିଥିବା ଉଦ୍ୟମ କିଛି ଫଳ ଦେବ ନାହିଁ । ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ । କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ । ଦିନ ଶେଷରେ ଆଜି ଆପଣ ଆପଣଙ୍କ ପରିବାରକୁ ସମୟ ଦେବାପାଇଁ ଇଛା କରିପାରନ୍ତି । କିନ୍ତୁ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ଯୌଗୁଁ ଆପଣଙ୍କ ମୁଡ଼ ଖରାପ ହୋଇଯାଇପାରେ ।
ତୁଳା : ପ୍ରେମର ମଜା ଅନୁଭବ କରନ୍ତୁ । ଆଜି ଆପଣ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଯୋଗୁଁ ଘର ଲୋକ ଖୁସିରେ ଭରି ଉଠିବେ । ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ । ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ । ବୈବାହିକ ଜୀବନର ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ ।
ବିଛା: ଆପଣଙ୍କ ପ୍ରିୟ ସାଙ୍ଗ ଆପଣଙ୍କ ପରିଚୟ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ କରେଇବେ,ଯାହା କାରଣରୁ ଆପଣଙ୍କ ଭାବନା ଉପରେ ଗଭୀର ପ୍ରଭାବ ପଡ଼ିବ । ଆଜି କୌଣସି ଅନୁଭବୀ ବ୍ୟକ୍ତିଙ୍କର ସହାୟତା ନିଅନ୍ତୁ ନଚେତ ଅର୍ଥହାନୀ ହୋଇପାରେ । ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ । ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ । ଯେହେତୁ ଗହଳି ଆପଣଙ୍କର ବ୍ୟକ୍ତିତ୍ୱ ନୁହେଁ ତେଣୁ ଆଜି ଯେତେ ଗହଳି ହେଲେ ମଧ୍ୟ ଆପଣ ଆପଣଙ୍କ ପାଇଁ ସମୟ ବାହାର କରିବାରେ ସକ୍ଷମ ହୋଇପାରିବେ । ଆପଣ ଦୁନିଆରେ ସବୁଠୁ ଧନୀ ଅନୁଭବ କରିବେ, କାରଣ ଆପଣଙ୍କ ଜୀବନସାଥୀର ବ୍ୟବହାର ଆପଣଙ୍କୁ ଏପରି ଅନୁଭବ କରେଇବ ।
ମକର: ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ । ଆଜି ଖାଲି ବସିବା ଅପେକ୍ଷା କିଛି ଏମିତି କାମ କରନ୍ତୁ ଯାହା ଆମର ରୋଜଗାର ବଢ଼ାଇ ପାରିବ। ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତାପିତାଙ୍କୁ ଦୁଃଖି କରିପାରେ । କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ । ପ୍ରେମ ଜୀବନ କ୍ଷେତ୍ରରେ ଆଜି ଭଲ ଦିନ ନୁହେଁ, କାରଣ ଆପଣ ଆଜି ପ୍ରକୃତ ପ୍ରେମ ଖୋଜିବାରେ ବିଫଳ ହେଇ ପାରନ୍ତି ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ । ଅଫିସ ପହଞ୍ଚିଲା ପରେ ଜାଣିପାରିବେ ଯେ ଆଜି ଆପଣ ଅଫିସରୁ ଶୀଘ୍ର ଘରକୁ ଯାଇପାରିବେ ନାହିଁ। ଘରକୁ ଶୀଘ୍ର ଫେରି ପରିବାର ବର୍ଗଙ୍କ ସହିତ ମୁଭି ବା ପାର୍କ ଯିବାପାଇଁ ଯୋଜନା କରିପାରନ୍ତି । ଆପଣଙ୍କ ଜୀବନସାଥି ଅନ୍ୟ ମାନଙ୍କ କଥାରେ ପଡ଼ି ଆପଣଙ୍କ ସହିତ ବିବାଦ କରିବେ, କିନ୍ତୁ ଆପଣଙ୍କ ଭଲ ପାଇବା ସବୁ କିଛି ଠିକ କରିଦେବ ।
ମୀନ: ଆଜି ହସରେ ଚମକି ଉଠି ଉଜ୍ବଳ ହେବାର ଦିନ, ଯେବେ ଅଧିକାଂଶ ଜିନିଷ ଆପଣଙ୍କ ମନ ହିସାବରେ ହୁଏ । ଖରାପ ଅର୍ଥ ଅବସ୍ଥାରୁ ସାଙ୍ଗ ମାନଙ୍କ ସାହାଯ୍ୟରେ ଆରାମରେ ବାହାରି ପାରିବେ । ଘରର ପରିବେଶ କାରଣରୁ ଆପଣ ଦୁଃଖୀ ହୋଇ ପାରନ୍ତି । ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି । ଜୀବନର ସବୁଠୁ କଠିନ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କ ଜୀବନ ସାଥୀର ସହଯୋଗ ମିଳିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications