ଆଜିର ରାଶିଫଳ: ସୁଧୁରିବ କି ଆପଣଙ୍କ ଆର୍ଥିକ ସ୍ଥିତି, ଜାଣନ୍ତୁ
କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...
କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

ମେଷ : ଆଜିର ଦିନଟିକୁ ଆପଣ ଆନନ୍ଦମୟ ରହିବ। ମନ ଅତ୍ୟନ୍ତ ପ୍ରସନ୍ନ ରହିବ। ଆପଣ ଆଜି ସ୍ନେହୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବ୍ୟବସାୟ ରେ ଲାଭ ମିଳିବ। ଆର୍ଥିକ ସହାୟତା ମିଳିବ। ପୂର୍ବ ସ୍ଥିତି ସୁଧୁରିବ।
ବୃଷ : ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିବ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ଏନେଇ ଖୁବ୍ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ପରିବାର ସହିତ ସମୟ ବିତାଇବେ।
ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଆତ୍ମସଂଯମୀ ହେବେ। ନିଜ ଉପରେ ନିୟନ୍ତ୍ରଣ ରଖିବେ। ଆଇନ କାମରେ ଆଜି ସଫଳ ହେବେ। ଅର୍ଥ ଲାଭ ହେବାର ଯୋଗ ରହିଛି। ସନ୍ତାନ ପାଠ ପଢା ପାଇଁ ଚିନ୍ତା ବୃଦ୍ଧି ହେବ। ସେମାନେ ପରିଶ୍ରମୀ ହେବେ।
କର୍କଟ : ଦିନଟି ଭଲରେ କଟିବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ପରିବାର ସହିତ ସମୟ ବିତାଇବେ। ଶାରିରୀକ ସୁସ୍ଥତା ବଜାୟ ରହିବ। ବନ୍ଧୁ ମିଳନର ଯୋଗ ରହିଛି।
ସିଂହ : ସୁସ୍ଥ ଓ ନିରାମୟ ରହିବେ। କର୍ମକ୍ଷେତ୍ରରେ ନିଜର ଜ୍ଞାନର ବିନିଯୋଗ କରିବେ। ଆପଣଙ୍କୁ ଆଜି ଧନ ଓ ସମ୍ମାନ ମିଳିପାରେ। କାର୍ଯ୍ୟାଳୟ ରେ ଆପଣଙ୍କ କାମକୁ ଖୁବ୍ ପ୍ରଶଂସା କରିବେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ଦୂର ଯାତ୍ରା କରି ପାରନ୍ତି।
କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ। ମା ଙ୍କ ଅସୁସ୍ଥତା କଷ୍ଟ ଦେବ। ଦେଖି ଚାହିଁ ରୁହନ୍ତୁ।
ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ ଆହୁରି ମଧୁମୟ କରନ୍ତୁ। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ।
ବିଛା : ଧୈର୍ଯ୍ୟର ସହିତ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ଆଜିର ଦିନରେ କରନ୍ତୁ ନାହିଁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ। ଦୁର୍ଘଟଣା ର ସାମ୍ନା କରିପାରନ୍ତି ।
ଧନୁ : ସେବା ଭାବନାର ଆଗରେ ରହିବେ। କାର୍ଯ୍ୟାଳୟ ରେ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ପରିଶ୍ରମୀ ହେବେ। ପାଠ ପଢା କୁ ନେଇ ଅଧିକ ଚିନ୍ତା କରିବେ।
ମକର : ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧାରେ ପକାଇବା। ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ମନରେ ଅହଂକାର ରଖନ୍ତୁ ନାହିଁ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିବା ଖୁସିରେ ଖୁସି ହେବେ ପୁରା ପରିବାର।
କୁମ୍ଭ : ଦିନଟି ଭଲରେ ବିତିବ । ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। କେଉଁ ବି ସୋର୍ସରୁ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି। ଭଲ ଜାଗାକୁ ବୁଲି ଯିବା ଯୋଗୁଁ ମନ ଅତ୍ୟନ୍ତ ଖୁସି ରହିବ।
ମୀନ : କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଜି ଆପଣ ସାମିଲ ହୋଇପାରନ୍ତି। ଗରିବଙ୍କୁ ଖାଇବାକୁ ଦିଅନ୍ତୁ,ମାନସିକ ଶାନ୍ତି ମିଳିବ। ଦେବ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। କଠିନ ପରିଶ୍ରମ ଦ୍ବାରା ଆପଣ ସର୍ବଦା ସଫଳ ହେବେ।












Click it and Unblock the Notifications