ଆଜିର ରାଶିଫଳ: ସୁଧୁରିବ କି ଆପଣଙ୍କ ସ୍ଥିତି, ଜାଣନ୍ତୁ

କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

କେମିତି ବିତିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ଏସବୁ ପାଇଁ ଆପଣଙ୍କ ରାଶିରେ କିପରି ରହିବ ଗ୍ରହର ସ୍ଥିତି, ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ...

astro

ମେ​ଷ :​‌ ଆଜି ଆପଣ ଅତ୍ୟନ୍ତ ପ୍ରସନ୍ନ ରହିବ । ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସହାୟତା ମିଳିବ। ପୂର୍ବ ସ୍ଥିତି ସୁଧୁରିବ। ଆପଣଙ୍କ ଜୀବନସାଥୀ ସବୁ ଭୁଲ ଭୁଲି ପ୍ରେମ ସହିତ ଆପଣଙ୍କ ପାଖକୁ ଆସିବେ। ପୂର୍ବ ଭଳି ସବୁ ସ୍ବଭାବିକ ହେଇଯିବ । ମାତା ପିତା ନିଛି ନୂତନ କଥା କହିବେ ଯାହା ଆପଣଙ୍କୁ ସୁଧାରିବାରେ ସହାୟକ ହେବ।

ବୃଷ : ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ । ଆପଣଙ୍କ ଜୀବନସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁକି ବି ଭୁଲି ପାରୁ ନାହାନ୍ତି । ପିଲାମାନେ ଖୁସି ଆଣିଦେବେ। ବିଦ୍ୟାର୍ଥୀ ପଢାପଢି ପାଇଁ ଅଧିକ ତତ୍ପର ହେବେ । ପାଠପଢାରେ ଅଧିକ ସମୟ ବିତାଇବା ପାଇଁ ପସନ୍ଦ କରିବେ ।

ମିଥୁନ : ବ୍ୟବସାୟୀ ମାନେ ନୂତନ ଗ୍ରାହକ ମାନଙ୍କ ସହିତ କଥା ହେବ ପାଇଁ ଆଜି ଉତ୍ତମ ଦିନ । କିନ୍ତୁ ଘରେ କୌଣସି ଅତିଥିଙ୍କ ଆଗମନପାଇଁ ସବୁ ଯୋଜନା ପଣ୍ଡୁର ହୋଇଯିବ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥିତିରେ ବୃଦ୍ଧି ହେବ । ନୂଆ ବ୍ୟକ୍ତିଙ୍କ ସହିତ ମିଳନ ହୋଇପାରେ । ଏନେଇ ନିଜକୁ ପ୍ରସ୍ତୁତ ରଖନ୍ତୁ ।

କର୍କଟ : ଦିନଟି ଭଲରେ କଟିବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଆଜି ପାର୍କରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା । କିଛି ସମୟ ପାଇଁ ଆପଣ ଚିନ୍ତାରେ ରହିବେ । ଘରକୁ ଫେରିବା ପରେ ଠିକ ଅନୁଭବ କରିବେ । କାରଣ ପୁରୁଣା କଥା ସର୍ବଦା କଷ୍ଟଦିଏ ।

ସିଂହ : ଆପଣ ଆଜିର ଦିନକୁ ନିଜ ଜୀବନରେ କେବେ ବି ଭୁଲିବେନି । ପ୍ରେମ ପାଇଁ ଆଜିର ଦିନ ଉପଯୋଗୀ । ଆଜି ହିଁ ପ୍ରେମିକା ବିଷୟରେ ଘରେ ପ୍ରସ୍ତାବ ଦିଅନ୍ତୁ । ହୁଏତ ବିବାହ ପାଇଁ ଗ୍ରୀନ ସିଗନାଲ ମିଳିପାରେ। ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ । ଅବସର ସମୟ ଆପଣ ଆଜି ଧାର୍ମିକ ଅନୁଷ୍ଠାନରେ ବିତାଇବେ ।

କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ବାଣିଜ୍ୟ କାରବାର ଲାଭଦାୟକ । ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ। ମା ଙ୍କ ଅସୁସ୍ଥତା କଷ୍ଟ ଦେବ। ଦେଖି ଚାହିଁ ରୁହନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ ।

ତୁଳା : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ ଆହୁରି ମଧୁମୟ କରନ୍ତୁ। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ। ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଅଧିକ ଖୁସି ଦେବେ । ଏନେଇ ଆପଣ ଆନନ୍ଦିତ ରହିବେ ।

ବିଛା : ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ଆଜିର ଦିନରେ କରନ୍ତୁ ନାହିଁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ। ଦୁର୍ଘଟଣା ର ସାମ୍ନା କରିପାରନ୍ତି । ଆଜି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଓ ସୁଖର ଲୋକର ଭ୍ରମଣ କରାଇବେ । ଅଧିକ ସମୟ ନିଜ ପରିବାରକୁ ଦିଅନ୍ତୁ ।ଏହା ଦ୍ବାରା ଆପଣଙ୍କ ଜୀବନ ଆହୁରି ସରଳ ହେବ ।

ଧନୁ : କାର୍ଯ୍ୟାଳୟରେ ଭଲ କାମ କରି ଲୋକପ୍ରିୟତା ହାସଲ କରିବେ । ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ପରିଶ୍ରମୀ ହେବେ। ପାଠପଢାକୁ ନେଇ ଅଧିକ ଚିନ୍ତା କରିବେ। ଏହା ଦେଖି ଆପଣଙ୍କ ଦୁଃଖ ଦୂର ହେବ ।

ମକର : ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧାରେ ପକାଇବା। ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ମନରେ ଅହଂକାର ରଖନ୍ତୁ ନାହିଁ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିବା ଖୁସିରେ ଖୁସି ହେବେ ପୁରା ପରିବାର।

କୁମ୍ଭ : ଦିନଟି ଭଲରେ ବିତିବ । ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। କେଉଁ ବି ସୋର୍ସରୁ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି। ଭଲ ଜାଗାକୁ ବୁଲି ଯିବା ଯୋଗୁଁ ମନ ଅତ୍ୟନ୍ତ ଖୁସି ରହିବ।

ମୀନ : ବୁଲାବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ । ଯଦି ଆପଣ ଠିକ ଲୋକଙ୍କ ସମ୍ପର୍କ ଓ ନେବାଦେବା କରିବେ। ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାଗନ୍ତୁ। ଗୁରୁଜନଙ୍କ କଥା ମାନନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+