ରାଶିଫଳ : କେମିତି କଟିବ ଆଜିର ଦିନ, କଣ ରହିଛି ପ୍ରତିକାର
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ କେମିତି ବିତିବ ଆପଣଙ୍କ ହେବ ?
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ କେମିତି ବିତିବ ଆପଣଙ୍କ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆଜି ଆପଣଙ୍କ ଦିନଟି ଶୁଭଦାୟକ ହେବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ମନ ପ୍ରଫୁଲ୍ଲ ରହିବ । ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ପରିବାର ସହ ଭଲ ସମୟ ବିତିବ। ଧାର୍ମିକ କାର୍ଯ୍ୟ ରେ ନିଜକୁ ବ୍ୟସ୍ତ ରଖିବେ।
ବୃଷ: ନିଜର ଦକ୍ଷତା ବଳରେ ଭଲ କାମ କରିବେ ଏବଂ ନିଜ କଥା ଦ୍ୱାରା ଅନେକଙ୍କୁ ଆପାୟିତ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ଆଜି ଅସୁସ୍ଥ ଅନୁଭବ କରି ପାରନ୍ତି। ନିଜର ଧ୍ୟାନ ରଖନ୍ତୁ।
ମିଥୁନ: ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ। ନିଜକୁ ଯୁକ୍ତି ତର୍କ ରୁ ଦୂରେଇ ରଖନ୍ତୁ। ସୁସ୍ଥ ରହିବେ ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନଟି ଭଲ ରହିବ । ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଦିନଟି ଖୁବ୍ ଆନନ୍ଦ ରେ ବିତିବ।
ସିଂହ: ଆଜି ଦିନଟି ଆପଣଙଙ୍କୁ ଏତେ ଲାଭ ଦେବନି । କିନ୍ତୁ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ଦୂର ସମ୍ପର୍କୀୟ ଙ୍କ ସହ ଯୋଗାଯୋଗ ହେଇପାରେ।
କନ୍ୟା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିପାରେ । ଉଚ୍ଚ ବିଚାରଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ।
ତୁଳା: କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅନାବଶ୍ୟକ ଆଲୋ଼ଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇ ପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ସାବଧାନ ରୁହନ୍ତୁ।
ବିଛା: ଆପଣଙ୍କ କାର୍ଯ୍ୟ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ବିବାହିତ ଦମ୍ପତ୍ତି ସନ୍ତାନ ସୁଖ ଲାଭ କରିପାରନ୍ତି । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।
ଧନୁ: ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାର ଠାରୁ ଭଲ ଖବର ପାଇବେ। ପରିବାର ରେ ସମୟ ଭଲ ବିତିବ।
ମକର: ସରକାରୀ କାର୍ଯ୍ୟରେ ଆପଣ କିଛି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ । ତେଣୁ ଏସବୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ।ନିଜର ଧ୍ୟାନ ରଖନ୍ତୁ।
କୁମ୍ଭ : ମନ ଭାରାକ୍ରାନ୍ତ ରହିବା। ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରି ଆସିପାରେ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ। କିନ୍ତୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।
ମୀନ: ପ୍ରିୟଜନଙ୍କର ଶ୍ରଦ୍ଧାଭାଜନ ହୋଇପାରନ୍ତି । ବ୍ୟବସାୟୀ ମାନେ ଯଦି ନିଜ ବ୍ୟବସାୟରେ ଭାଗୀଦାର ହେବାକୁ ଜଣେ କର୍ମଠ ବ୍ୟକ୍ତି ଖୋଜୁଥାନ୍ତି । ତାହେଲେ କାର୍ଯ୍ୟଟି ଶୀଘ୍ର କରନ୍ତୁ । ଦିନଟି ଶୁଭଦାୟକ ହେବ। ଦିନଟିକୁ ସମ୍ପୂର୍ଣ୍ଣ ଉପଯୋଗ କରନ୍ତୁ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications