Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : କେମିତି କଟିବ ଦିନ,ଜାଣନ୍ତୁ

କେମିତି ବିଟିବ ଆପଣଙ୍କ ଦିନ? ପ୍ରେମ, ଶିକ୍ଷା, ପରିବାର ପାଇଁ କିପରି ରାଶି ଉପରେ ରହିବ ଗ୍ରହ ର ସ୍ଥିତି, ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଶାରେ ଆଜିର ରାଶିଫଳ...

କେମିତି ବିତିବ ଆପଣଙ୍କ ଆଜିର ଦିନ ? ପ୍ରେମ, ଶିକ୍ଷା ଓ ପରିବାର ପାଇଁ କିପରି ରହିଛି ରାଶିରେ ଗ୍ରହର ସ୍ଥିତି, ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

rashi

ମେଷ: ଆପଣଙ୍କ ମନ ଖୁସି ରହିବ। ପାରିବାରିକ ଜୀବନ ସୁଖମୟ ହେବ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ନେଚେତ ଦିନଟି ଭଲରେ ବିତିବ ନାହିଁ। ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟ କରୁଛନ୍ତି ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: ଆପଣଙ୍କ ଯୋଜନା ଅନୁସାରେ କାମ ହେବ । ଆଜି ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କଠାରୁ ଶୁଭଖବର ପାଇବେ । ଶାରୀରିକ ସୁସ୍ଥତା ବଜାୟ ରଖିବେ । ଦିନଟି ମୋଟାମୋଟି ଭାବେ ଭଲରେ ବିତିବ ।

ମିଥୁନ: ଆଜି ଆପଣ ମାନସିକ ଏବଂ ଶାରୀରୀକ ସ୍ତରରେ ସୁସ୍ଥ ରହିବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଦିନଟି ଭଲ ରହିବ ।

କର୍କଟ: ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ କିନ୍ତୁ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ବାପା ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ ।

କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ। ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ଜଗି ରଖି ଖର୍ଚ୍ଚ କରନ୍ତୁ । ଛାତ୍ରଛାତ୍ରୀ ପାଠପଢାରେ ମନ ଲାଗିବ ନାହିଁ । ଫଳରେ ସଫଳତା ମିଳିବ ନାହିଁ ।

ତୁଳା: ନାଟକୀୟ ଢଙ୍ଗରେ ଆପଣ କୌଣସି ଏକ ପ୍ରଦର୍ଶନର ନେତୃତ୍ୱ ନେଇ ପାରନ୍ତି। ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତ୍ତି ସଫଳ ହେବ । ଆପଣଙ୍କ ଆଜିର ଦିନଟି ବହୁତ ଭଲ ରହିବ ।

ବିଛା: ଦିନସାରା ଆନନ୍ଦମୟ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।ଧନୁ: ଆଜି ପାଇବାର ଦିନ ଅଟେ । ଆର୍ଥିକ ଲାଭ ହେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।

ମକର: ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନାହିଁ । ସ୍ୱାସ୍ଥ୍ୟହାନି ହେବା ସହ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ଉପରିସ୍ଥ ଅଧିକାରୀ ଖୁସି ହୋଇ ପାରନ୍ତି।

କୁମ୍ଭ: ଆଜି ଆପଣଙ୍କର ଦିନ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାବରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଅଧିକ କଷ୍ଟ ଅନୁଭବ କରିବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାବନା ଅଛି । କଥା ହେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

ମୀନ: ଭାଗ୍ୟ ଦୁର୍ବଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃ ନିୟନ୍ତ୍ରଣରେ ରଖନ୍ତୁ । ଦେଖିବେ ଆପଣଙ୍କୁ ପୁଣି ସଫଳତା ମିଳିବ । ଆଗକୁ ବଢିବେ । ପରିବାର ସହ କିଛି ସମୟ ବିତାଇ ପାରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+