୧୯ ନଭେମ୍ବର 2024 ମଙ୍ଗଳବାର, ଏହି ରାଶିର ଲୋକ ରୁହନ୍ତୁ ସତର୍କ
ମେଷ: ଆଜିର ଦିନଟି ବହୁତ ଭଲ ରହିବ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ଆଜିର ଦିନରେ ପରିବାର ସଦସ୍ୟ କିମ୍ବା ବନ୍ଧୁ ବର୍ଗ ସହ ଭଲ ସମୟ ବିତାଇବେ। କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ବରିଷ୍ଠ ସହକର୍ମୀମାନଙ୍କ ଠାରୁ ସହଯୋଗ ପାଇବେ। ପରିବାର ସହିତ ଦିନ ବିତିବ। ଛାତ୍ରଛାତ୍ରୀ ସଫଳ ହେବେ।
ମିଥୁନ: ଅସୁସ୍ଥ ରହିବେ। ଏନେଇ ଚିନ୍ତିତ ହେବେ। କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି ।

କର୍କଟ: ଆପଣ ସତର୍କତାର ସହ କାମ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର ରାଗ ନିୟନ୍ତ୍ରଣ କରନ୍ତୁ। ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ ।
ସିଂହ: ପାରିବାରିକ ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ମନ ଖରାପ କରନ୍ତୁ ନାହିଁ।
କନ୍ୟା: ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ । ଅସୁସ୍ଥ ବ୍ୟକ୍ତି ସୁସ୍ଥ ହେବେ।
ତୁଳା: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।
ବିଛା: ଚିନ୍ତିତ ରହିବେ । ବନ୍ଧୁମାନେ ଦୂରେଇ ଯିବେ । ଶରୀର ଅସୁସ୍ଥ ରହିବ। ମର୍ଯ୍ୟାଦା ହାନୀ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୈଣସି କାଗଜ ପତ୍ରରେ ହସ୍ତାକ୍ଷର କରିବେ ।
ଧନୁ: ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗରେ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍ କରିବେ। ଦିନଟି ଭଲ ରେ ବିତିବ।
ମକର: ପ୍ରଚୁର ଅର୍ଥ ଲାଭ ହେବ । ପରିବାର ସଦସ୍ୟଙ୍କ ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ନଚେତ୍ ସଫଳତା ମିଳିବନି।
କୁମ୍ଭ: ଆପଣଙ୍କ ଦିନଟି ସୁଖମୟ ରହିବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ବଡ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ ।ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ >
ମୀନ: ଆଜି ଚିନ୍ତାରେ ରହିିବେ । ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ, ମନ ଭଲ ରହିବ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ ଲାଗି ରହିବ । ହେଲେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।












Click it and Unblock the Notifications