ଆଜିର ରାଶିଫଳ : କେମିତି ବିତିବ ଆପଣଙ୍କ ଦିନ, ପଢନ୍ତୁ
କେମିତି ରହିବ ଆପଣଙ୍କ ଦିନ ? ପ୍ରେମ, ଶିକ୍ଷା ଏବଂ ପରିବାର ପାଇଁ କିପରି ରହିବ ରାଶିରେ ଗ୍ରହର ସ୍ଥିତି ? ସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡଆ ଆଜିର ରାଶିଫଳ...
କେମିତି ରହିବ ଆପଣଙ୍କ ଦିନ ? ପ୍ରେମ, ଶିକ୍ଷା ଏବଂ ପରିବାର ପାଇଁ କିପରି ରହିବ ରାଶିରେ ଗ୍ରହର ସ୍ଥିତି ? ସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡଆ ଆଜିର ରାଶିଫଳ...

ମେଷ: ଆଜିର ଦିନଟି ସେତେ ଭଲ ରହିବ ନାହିଁ।ଆଜି କିଛି ବଡ ନିଷ୍ପତ୍ତି ନେଇ ପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପରିବାର ସହ ମନୋମାଳିନ୍ୟ ଦେଥାଦେଇପାରେ । ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ।
ବୃଷ: ଆପଣ କାର୍ଯ୍ୟସ୍ଥଳରେ ପ୍ରଶଂସିତ ହେବେ। ଅଧିକ ପରିଶ୍ରମର ମୂଲ୍ୟ ରହିବା ଭଳି ଲାଗିବ। ଏହା ସହ ଆପଣ ମିଷ୍ଟଭାଷୀ ହୋଇଥିବା ହେତୁ ବହୁତ ଲୋକଙ୍କୁ ଆପଣଙ୍କ ଯାଦୁରେ ମୁଗ୍ଧ କରିପାରିବେ । ଦିନଟି ଭଲରେ ବିତିବ ।
ମିଥୁନ: ଆପଣ ଘର କାମରେ ବ୍ୟସ୍ତ ରହିବେ । ଅତ୍ୟଧିକ କାମ ଯୋଗୁଁ କଷ୍ଟ ଅନୁଭବ କରିବେ । କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ ।ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି ।
କର୍କଟ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ସୌନ୍ଦର୍ଯ୍ୟ ସ୍ଥଳକୁ ବୁଲି ଯିବେ । ଆର୍ଥିକ ଅବସ୍ଥା ସୁଧୁରିବ । ସୁସ୍ଥ ରହିବେ।
ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ । ଭବିଷ୍ୟତରେ କାମରେ ଆସିବ।
କନ୍ୟା: ଆପଣ ଅନ୍ୟମାନଙ୍କୁ ନିଜର ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ ।
ତୁଳା: ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିବେ । ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ।
ବିଛା: ଆଜି ଆପଣଙ୍କ ପାଇଁ ଶୁଭ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ । କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ ।
ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି । ପିତାଙ୍କ ପକ୍ଷରୁ ସହଯୋଗ ମିଳିପାରେ । ନିଜ କାର୍ଯ୍ୟ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ଭଲ ପାଇବେ । ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ ଧନାଧ୍ୟ ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ ।
ମକର: ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ । ଦିନଟି ଭଲରେ କଟିବ।
କୁମ୍ଭ: ଆଜି ଆପଣ ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ , ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ । ଏପରି ହେବ ଯେ ଆପଣ ଟିକିଏ ଟିକିଏ କଥାରେ ବା ତୃଟିରେ ରାଗିବେ। ଏପରି କିଛି କାର୍ଯ୍ୟ୍ କରିବେ ଯାହା ପାଇଁ ଆପଣ ଅନୁସୋଚନା କରିବେ । ସାବଧାନ ରୁହନ୍ତୁ।
ମୀନ: ଯଦି ଆପଣ ଲେଖକ, କବି, ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ ।ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ଦିନଟି ଆନନ୍ଦମୟ ରହିବ । ପରିବାର ଲୋକେ ଖୁସି ହେବେ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications