ଆଜିର ରାଶିଫଳ, ଜାଣନ୍ତୁ କିପରୁ କଟିବ ଆପଣଙ୍କର ଦିନ, କଣ ରହିଛି ପ୍ରତିକାର
ଶିକ୍ଷା, ପ୍ରେମ, ବ୍ୟବସାୟ ଆଦିରେ ଆପଣଙ୍କ ରାଶିରେ କେମିତି ରହିଛି ଗ୍ରହର ସ୍ଥିତି । ଏବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ଆଜିର ରାଶିଫଳ..
ଶିକ୍ଷା, ପ୍ରେମ, ବ୍ୟବସାୟ ଆଦିରେ ଆପଣଙ୍କ ରାଶିରେ କେମିତି ରହିଛି ଗ୍ରହର ସ୍ଥିତି । ଏବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ଆଜିର ରାଶିଫଳ..

ମେଷ: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଯାହାକି ଆଧ୍ୟାତ୍ମିକ ଜୀବନ ପାଇଁ ଆବଶ୍ୟକ । ଆଜି ଦିନରେ ଅନ୍ୟ ମାନଙ୍କ ପରାମର୍ଶ ନେବା ଓ ତାକୁ କାର୍ଯ୍ୟରେ ପରିଣତ କରାଇବା ଆବଶ୍ୟକ । ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ ।
ବୃଷ: କାହାକୁ କିଛି କହିବା ଆଗରୁ ଭାବନ୍ତୁ । ଆଜି କୌଣସି ଭଲକାମ କରିବେ ଯାହା ସମସ୍ତଙ୍କୁ ପସନ୍ଦ ଆସିବ। ସେମାନେ ବାହାବାଃ ଦେବେ । ଆପଣଙ୍କ ଗୁଣ ଯୋଗୁଁ ଆପଣ ଲୋକଙ୍କ ପ୍ରିୟ ଭାଜନ ହେବେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।
ମିଥୁନ: ଆଜି କୌଣସି ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ଏଥିପାଇଁ ସତର୍କ ଓ ସାବଧାନ ରୁହନ୍ତୁ । କିଛି ଅପ୍ରୀତିକର ଘଟଣା ଘଟିପାରେ। ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ସନ୍ତାନ ମାନେ ବେଶୀ ବିରକ୍ତ କରି ପାରନ୍ତି ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖିରେ ସମସ୍ୟା ଦେଖାଦେବ ଏବଂ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ଭଲରେ ବ୍ୟବହାର କରନ୍ତୁ । କୌଣସି ପ୍ରକାର ଦ୍ବନ୍ଦ ନ ଉପୁଜେ ସେଥିପ୍ରତି ଧ୍ୟାନ ରଖିବେ । ଅନେକ ଦିନର ସମସ୍ୟାରେ ପରିବର୍ତ୍ତନ ଆସିବ ।
ସିଂହ: ଭାବପ୍ରବଣ ନିଷ୍ପତ୍ତି ନେବା ସମୟରେ ତୁମର ଯୁକ୍ତିଯୁକ୍ତତା ତ୍ୟାଗ କର ନାହିଁ । ଚନ୍ଦ୍ରର ସ୍ଥିତି ହେତୁ ଆଜି ଆପଣଙ୍କ ଟଙ୍କା ଅନାବଶ୍ୟକ ଜିନିଷରେ ଖର୍ଚ୍ଚ ହେବ । ଟଙ୍କା ଜମା ରଖିବା ବିଷୟରେ ଆପଣଙ୍କ ଜୀବନସାଥୀ କିମ୍ବା ପିତାମାତାଙ୍କ ସହ କଥା ହୁଅନ୍ତୁ । ଆପଣଙ୍କର ଜୀବନଶୈଳୀ ଯୋଗୁଁ ଘରେ ଚାପ ସୃଷ୍ଟି ହେବ ।
କନ୍ୟା: ଆଜି ଦିନଟି ଭଲରେ ବିତିବ। ପରିବାର ସହିତ ଭଲ ସମୟ ବିତାଇବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ବାହାରକୁ ବୁଲି ଯାଇ ପାରନ୍ତି । ଅର୍ଥ ସଞ୍ଚୟ କରି ପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ରହିବ।
ତୁଳା: ଆପଣଙ୍କର କେହି ସଂପର୍କୀୟ ଭାଇଭଉଣୀ ଆଜି ଟଙ୍କା ଧାର ମାଗିପାରନ୍ତି। ଆପଣ ତାଙ୍କୁ ଟଙ୍କା ଋଣ ଦେଇ ନିଜର ଆର୍ଥିକ ପରିସ୍ଥିତିକୁ ନଷ୍ଟ କରିବେ। ବ୍ୟବସାୟୀ କ୍ଷତି ସହିବେ। ପରିବାର ସାହାଯ୍ୟ କରିବେ।
ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।
ଧନୁ: ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ । ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୂର୍ଣ୍ଣ ସତ୍ୟ କହୁ ନାହାନ୍ତି । ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ।
ମକର: ଆପଣ ଶୀଘ୍ର କେଉଁ ଏକ କ୍ରୀଡ଼ାରେ ଭାଗ ନେଇ ପାରିବେ। ଯେଉଁମାନେ ଅକାରଣରେ ପଇସା ଖର୍ଚ୍ଚ କରନ୍ତି ସେମାନେ ଆଜି ବୁଝିପାରିବେ ଜୀବନରେ ଅର୍ଥର କେତେ ଆବଶ୍ୟକତା ରହିଛି।କାରଣ ଆଜି ଯତେବେଳେ ଅଚାନକ ଆପଣଙ୍କୁ ପଇସା ଆବଶ୍ୟକ ପଡ଼ିବ କିନ୍ତୁ ଆପଣଙ୍କ ପାଖରେ ପଇସା ନଥିବ ।
କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ । ପରିବାରରେ ହସଖୁସି ଭରି ରହିବ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଖୁସି ମଉଜ ବଜାୟ ରହିବ । ଆପଣଙ୍କ ଭାବନାରେ ପ୍ରତିକୂଳ ଭାବନା ଦେଖା ଦେଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ଦ୍ୱାରା ତାହା ବାହାର କରିବାକୁ ଚେଷ୍ଟା କରନ୍ତୁ ।
ମୀନ: ଆପଣ ଆପଣଙ୍କ ଶରୀର ପ୍ରତି ସମ୍ବେଦନଶୀଳତା ଦେଖାଇପାରନ୍ତି । ନିଜ ଲୋକଙ୍କଠାରୁ ଆପଣ ଅଳ୍ପ କିଛି ଦିନ ଅଲଗା ରହିପାରନ୍ତି । ବିବାଦ ଏବଂ ଅବୁଝାମଣା ହେବାର ଆଶା କରାଯାଏ । ଏନେଇ ମନରେ ଦ୍ବନ୍ଦ ଲାଗି ରହିବ । ଶାନ୍ତମନରେ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।












Click it and Unblock the Notifications