ଏହି ପାଞ୍ଚଟି ଉପାୟରେ ପ୍ରସନ୍ନ ହୋଇଥାନ୍ତି ମାତା ଲକ୍ଷ୍ମୀ ! ଧନର ଆଗମନ ସହିତ ମିଳିଥାଏ ସଫଳତା
ମନୁଷ୍ୟ ଜୀବନ ସୁଖ-ଦୁଃଖର ଏକ ଅଦ୍ଭୁତ ସଙ୍ଗମ। ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଜୀବନରେ ସର୍ବଦା ଖୁସି ରହିଥିବ, ତାହାର ଇଛା ନଥିଲେ ମଧ୍ୟ ନିଜର ଜୀବନରେ ଦୁଃଖର ସାମ୍ନା କରିବାକୁ ପଡିଥାଏ। ସୁଖ ଦୁଃଖ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ। ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏହି ସୁଖ ଓ ଦୁଃଖର ପଥ ଅତିକ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଜୀବନରେ ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ବହୁ ପ୍ରକାରର ଚେଷ୍ଟା କରିଥାଏ କିନ୍ତୁ ତାଙ୍କୁ ଖୁସି ସହିତ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।
ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ଟଙ୍କା। ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ ବ୍ୟକ୍ତି ସବୁବେଳେ ଚିନ୍ତା କରିଥାଏ। ଯାହା ଦ୍ଵାରା ତାହାର ମାନସିକ ଚାପ ବଢ଼ି ଯାଇଥାଏ। ଧନ ପ୍ରାପ୍ତି ପାଇଁ ମାତା ଲଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ଯଦି ଧନର ଦେବୀ ମାତା ଲଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହେ, ତେବେ ଆପଣ ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ଏବଂ ଆପଣ ନିଜ ଜୀବନରେ ସର୍ବଦା ସଫଳତା ଆଡ଼କୁ ଅଗ୍ରସର ହେବାରେ ଲାଗିବ।
ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଉପାୟ ଉଲ୍ଲେଖ ରହିଛି, ଯାହା ଦ୍ୱାରା ଆପଣ ଧନର ଦେବୀ ମାତା ଲଷ୍ମୀଙ୍କର କୃପା ପ୍ରାପ୍ତ କରିପାରିବେ। ଏହି ଉପାୟ ଗୁଡିକୁ କରିବା ଦ୍ଵାରା ଶୀଘ୍ର ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆପଣଙ୍କୁ ଏମିତି କିଛି କରିବାକୁ ପଡିବ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଶୁକ୍ରବାର ଦିନ କରିବାକୁ ଥିବା ଉପାୟଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହାକୁ ଆପଣ ସହଜରେ କରିପାରିବେ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ଧନ ସହ ସମ୍ପୃକ୍ତ ସମସ୍ୟା ସହିତ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

-ଯଦି ଆପଣ କୌଣସି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି, ତେବେ ବାହାରିବା ପୂର୍ବରୁ ଆପଣ କିଛି ମିଠା ଦହି ଖାଇ ବାହାରିବେ। ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ କାମ ସଫଳ ହେବ।
-ବେଳେବେଳେ ଦେଖାଯାଇଥାଏ ଯେ, କୌଣସି କଥାକୁ ନେଇ ପତି ପତ୍ନୀ ମଧ୍ୟରେ ମାନସିକତା ଚିନ୍ତା ବା କଳହ ଉତ୍ପନ୍ନ ହୋଇଥାଏ। ଯଦି ଆପଣଙ୍କ ସହ ଏପରି ପରିସ୍ଥିତି ଆସେ, ତେବେ ଆପଣ ନିଜ ଶୟନ କକ୍ଷରେ ପ୍ରେମୀ ପକ୍ଷୀର ଯୋଡାର ଫୋଟକୁ ଲଗାନ୍ତୁ। ଏହା ଦ୍ଵାରା ପତି ପତ୍ନୀ ମଧ୍ୟରେ ପରସ୍ପରର ସମ୍ପର୍କ ବଢିବା ସହ ପ୍ରେମ ମଧ୍ୟ ବଢିଥାଏ।
-ଯଦି ଆପଣଙ୍କ କାମ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ ହେଉଛି। ତେବେ ଏହି ପରିସ୍ଥିତିରେ ଆପଣ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖୁଆନ୍ତୁ। ଏହା ଦ୍ଵାରା ଆପଣଙ୍କ କାମ ସଫଳ ହେବ। କାମକାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ।