ଏହି ପାଞ୍ଚଟି ଉପାୟରେ ପ୍ରସନ୍ନ ହୋଇଥାନ୍ତି ମାତା ଲକ୍ଷ୍ମୀ ! ଧନର ଆଗମନ ସହିତ ମିଳିଥାଏ ସଫଳତା

ଏମିତି କିଛି କରିବାକୁ ପଡିବ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଶୁକ୍ରବାର ଦିନ କରିବାକୁ ଥିବା ଉପାୟଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହାକୁ ଆପଣ ସହଜରେ କରିପାରିବେ

ମନୁଷ୍ୟ ଜୀବନ ସୁଖ-ଦୁଃଖର ଏକ ଅଦ୍ଭୁତ ସଙ୍ଗମ। ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଜୀବନରେ ସର୍ବଦା ଖୁସି ରହିଥିବ, ତାହାର ଇଛା ନଥିଲେ ମଧ୍ୟ ନିଜର ଜୀବନରେ ଦୁଃଖର ସାମ୍ନା କରିବାକୁ ପଡିଥାଏ। ସୁଖ ଦୁଃଖ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ। ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏହି ସୁଖ ଓ ଦୁଃଖର ପଥ ଅତିକ୍ରମ କରିବାକୁ ପଡିଥାଏ। ବର୍ତ୍ତମାନ ଜୀବନରେ ମଣିଷ ନିଜ ଜୀବନକୁ ସୁଖମୟ କରିବା ପାଇଁ ବହୁ ପ୍ରକାରର ଚେଷ୍ଟା କରିଥାଏ କିନ୍ତୁ ତାଙ୍କୁ ଖୁସି ସହିତ ଅସୁବିଧାର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।
ଲୋକଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ଟଙ୍କା। ଅଧିକରୁ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ ବ୍ୟକ୍ତି ସବୁବେଳେ ଚିନ୍ତା କରିଥାଏ। ଯାହା ଦ୍ଵାରା ତାହାର ମାନସିକ ଚାପ ବଢ଼ି ଯାଇଥାଏ। ଧନ ପ୍ରାପ୍ତି ପାଇଁ ମାତା ଲଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ଯଦି ଧନର ଦେବୀ ମାତା ଲଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହେ, ତେବେ ଆପଣ ଅଳ୍ପ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିପାରିବେ ଏବଂ ଆପଣ ନିଜ ଜୀବନରେ ସର୍ବଦା ସଫଳତା ଆଡ଼କୁ ଅଗ୍ରସର ହେବାରେ ଲାଗିବ।
ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଉପାୟ ଉଲ୍ଲେଖ ରହିଛି, ଯାହା ଦ୍ୱାରା ଆପଣ ଧନର ଦେବୀ ମାତା ଲଷ୍ମୀଙ୍କର କୃପା ପ୍ରାପ୍ତ କରିପାରିବେ। ଏହି ଉପାୟ ଗୁଡିକୁ କରିବା ଦ୍ଵାରା ଶୀଘ୍ର ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଆପଣଙ୍କୁ ଏମିତି କିଛି କରିବାକୁ ପଡିବ ଯାହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଶୁକ୍ରବାର ଦିନ କରିବାକୁ ଥିବା ଉପାୟଗୁଡିକ ବିଷୟରେ ଆପଣଙ୍କୁ ଜଣାଇବୁ, ଯାହାକୁ ଆପଣ ସହଜରେ କରିପାରିବେ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ଧନ ସହ ସମ୍ପୃକ୍ତ ସମସ୍ୟା ସହିତ ଅନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ।

ଲକ୍ଷ୍ମୀ
-ମାତା ଲକ୍ଷ୍ମୀଙ୍କ ଠାରୁ କୃପା ପାଇବା ପାଇଁ ଆପଣଙ୍କୁ ସର୍ଵ ପ୍ରଥମେ ଏହି ଉପାୟ କରିବାକୁ ପଡିବ। ଆପଣ ସକାଳୁ ଉଠିବା କ୍ଷଣି ମାତା ଲକ୍ଷ୍ମୀଙ୍କୁ ପ୍ରଣାମ କରି ଧଳା ବସ୍ତ୍ର ପରିଧାନ କରନ୍ତୁ ଏବଂ ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଶ୍ରୀ ସ୍ଵରୂପ ଓ ଚିତ୍ର ସମ୍ମୁଖରେ ଠିଆ ହୋଇ ଶ୍ରୀ-ସୋତ୍ରର ପାଠ କରନ୍ତୁ ଏବଂ ପଦ୍ମ ଫୁଲ ଅର୍ପଣ କରନ୍ତୁ।-ଯଦି ଆପଣ ଶୁକ୍ରବାର ଦିନ ତିନିଜଣ କୁମାରୀ କନ୍ୟାଙ୍କୁ ଘରକୁ ଡାକି ଭୋଜନରେ କ୍ଷୀରୀ ଖାଇବାକୁ ଦିଅନ୍ତୁ ଏବଂ ସେମାନଙ୍କୁ ଦକ୍ଷିଣା ସ୍ଵରୂପେ କିଛି ଟଙ୍କା କିମ୍ବା ହଳଦିଆ ବସ୍ତ୍ର ଦାନ କରନ୍ତି; ତେବେ ଏହା ଦ୍ଵାରା ଆପଣଙ୍କ ଉପରେ ଧନର ଦେବୀ ମାତା ଲଷ୍ମୀଙ୍କ କୃପା ଅତିଶୀଘ୍ର ପ୍ରାପ୍ତ ହୋଇଥାଏ।

-ଯଦି ଆପଣ କୌଣସି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି, ତେବେ ବାହାରିବା ପୂର୍ବରୁ ଆପଣ କିଛି ମିଠା ଦହି ଖାଇ ବାହାରିବେ। ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କ କାମ ସଫଳ ହେବ।
-ବେଳେବେଳେ ଦେଖାଯାଇଥାଏ ଯେ, କୌଣସି କଥାକୁ ନେଇ ପତି ପତ୍ନୀ ମଧ୍ୟରେ ମାନସିକତା ଚିନ୍ତା ବା କଳହ ଉତ୍ପନ୍ନ ହୋଇଥାଏ। ଯଦି ଆପଣଙ୍କ ସହ ଏପରି ପରିସ୍ଥିତି ଆସେ, ତେବେ ଆପଣ ନିଜ ଶୟନ କକ୍ଷରେ ପ୍ରେମୀ ପକ୍ଷୀର ଯୋଡାର ଫୋଟକୁ ଲଗାନ୍ତୁ। ଏହା ଦ୍ଵାରା ପତି ପତ୍ନୀ ମଧ୍ୟରେ ପରସ୍ପରର ସମ୍ପର୍କ ବଢିବା ସହ ପ୍ରେମ ମଧ୍ୟ ବଢିଥାଏ।
-ଯଦି ଆପଣଙ୍କ କାମ କାର୍ଯ୍ୟରେ କୌଣସି ବାଧା ଉତ୍ପନ୍ନ ହେଉଛି। ତେବେ ଏହି ପରିସ୍ଥିତିରେ ଆପଣ ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଖୁଆନ୍ତୁ। ଏହା ଦ୍ଵାରା ଆପଣଙ୍କ କାମ ସଫଳ ହେବ। କାମକାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+