Get Updates
Get notified of breaking news, exclusive insights, and must-see stories!

Christmas 2024: ଖ୍ରୀଷ୍ଟମାସରେ ଦିଅନ୍ତୁ ଏହି ଉପହାର, ବଦଳିଯିବ ଭାଗ୍ୟ

Christmas 2024: ଚଳିତ ମାସ ୨୫ ତାରିଖରେ ପାଳନ କରାଯିବ ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ କାରଣ ଏହି ଦିନ ପ୍ରଭୁ ଯୀଶୁଙ୍କ ଜନ୍ମଦିନ । ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ୨୪ ତାରିଖ ମଧ୍ୟରାତ୍ରୀରେ ଧରାବତରଣ କରିଥାନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜା ଯାଇଥାଏ ଏହି ସମୟରେ ସାରା ବିଶ୍ୱରେ ଉତ୍ସାହର ମାହୋଲ ରହିଥାଏ ।

ପିଲାଠୁ ବୟସ୍କ ସମସ୍ତେ ଏକାଠି ବଡ଼ ଦିନକୁ ସେଲିବ୍ରେଟ୍ କରିବାକୁ ପସନ୍ଦ କରିଥାନ୍ତି । ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କ ସ୍ମୃତିରେ ଚର୍ଚ୍ଚରେ ପ୍ରାର୍ଥନା କରାଯାଏ, ଘରେ ଖ୍ରୀଷ୍ଟମାସ ଗଛ ସଜାଯାଇଥାଏ, କେକ୍ , ମହମବତୀ ଇତ୍ୟାଦି ଲଗାଯାଇଥାଏ । ଖ୍ରୀଷ୍ଟମାସ ଦିନ, ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉପହାର ପାଇଁ ଅପେକ୍ଷା କରନ୍ତି ।

ତେବେ ଯଦି ଆପଣ ଏହି ଖ୍ରୀଷ୍ଟମାସରେ ରାଶି ଅନୁଯାୟୀ ଉପହାର ଦିଅନ୍ତି, ତେବେ ଆପଣଙ୍କ ପ୍ରିୟଜନଙ୍କର ଖୁସି ଦ୍ୱିଗୁଣିତ ହେବ । କୁହାଯାଏ ଖ୍ରୀଷ୍ଟମାସରେ ରାଶି ଅନୁଯାୟୀ ଉପହାର ଦେବା ଦ୍ୱାରା ସୁଖ ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ଉପହାର ଦେଲେ ହେବ ଶୁଭ ।

ମେଷ - ଖ୍ରୀଷ୍ଟମାସରେ, ମେଷ ରାଶିର ଲୋକମାନଙ୍କୁ ନାଲି ରଙ୍ଗର ସ୍କାର୍ଫ, କଲମ କିମ୍ବା ପୋଷାକ ନିଜ ପ୍ରିୟ ଲୋକଙ୍କୁ ଗିଫ୍ଟ ଦେଇପାରିବେ । ସେହିପରି ଗରୀବ ଲୋକଙ୍କୁ ଲାଲ ରଙ୍ଗର କମ୍ବଳ ବଣ୍ଟନ କରିପାରିବେ । ଏପରି କରିବା ଦ୍ୱାରା ଆପଣଙ୍କ ସମ୍ମାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ବୃଷ - ବୃଷ ରାଶିର ବ୍ୟକ୍ତି ଖ୍ରୀଷ୍ଟମାସ ଦିନ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ହସୁଥିବା ଲାଫିଙ୍ଗ୍ ବୁଦ୍ଧଙ୍କୁ ଉପହାର ଦେଇପାରିବେ । ଏହା ଆପଣଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରଦାନ କରିବ ।

ମିଥୁନ - ଆପଣ ଖ୍ରୀଷ୍ଟମାସ ଦିନ ସବୁଜ ମହମବତୀ, ପୁସ୍ତକ, ଖେଳନା, ବାଦ୍ୟଯନ୍ତ୍ର ଗିଫ୍ଟ କରିପାରିବେ । ଏପରି କରିବା ଦ୍ୱାରା ଆପଣ ନିଜ କ୍ୟାରିଅରରେ ସଫଳତା ପାଇବ |

କର୍କଟ - କର୍କଟ ରାଶିର ଲୋକମାନେ ଏହି ଦିନ ନିଜ ମା, ବାପା, ଭାଇ କିମ୍ବା ଭଉଣୀଙ୍କୁ ଏକ ଧଳା ରଙ୍ଗର ସାମଗ୍ରୀ ଉପହାର ଦେବା ଉଚିତ୍ । ଆପଣ ନିଜ ହାତରେ ତିଆରି ଏକ ପେଣ୍ଟିଂ ମଧ୍ୟ ଦେଇପାରିବେ । ଏହା ପରିବାରକୁ ନିକଟତର କରିଥାଏ ଏବଂ ସମ୍ପର୍କରେ ମଧୁରତା ଭରିଥାଏ ।

ତୁଳା - ଖ୍ରୀଷ୍ଟମାସ ଅବସରରେ, ଆପଣ ୭ଟି ଘୋଡାର ଥିବା ଫଟୋ ମଧ୍ୟ ଉପହାର ଭାବେ ଦେଇପାରିବେ । ଏହାକୁ ଘରେ ରଖିବା ଦ୍ୱାରା ମଧ୍ୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ବିଛା - ଏହି ଦିନରେ ନାଲି ଚୁଡ଼ି କିମ୍ବା ନାଲି କ୍ୟାପ୍ ମଧ୍ୟ ଗିଫ୍ଟ କରିପାରିବେ ।ଏହା ରାଶିଫଳରେ ମଙ୍ଗଳ ଗ୍ରହର ସ୍ଥିତିକୁ ଦୃଢ କରିଥାଏ ବୋଲି ବିଶ୍ୱାସ କରାଯାଏ।

Christmas 2025

ଧନୁ ରାଶି - ଖ୍ରୀଷ୍ଟମାସରେ ଆପଣ ହଳଦିଆ ଫୁଲ ଏବଂ ସୁନା ଅଳଙ୍କାରର ଗିଫ୍ଟ କରିପାରିବେ । ଏହା ଆପଣଙ୍କ ସମ୍ପର୍କକୁ ମଜବୁତ କରେ ଏବଂ ବୈବାହିକ ଜୀବନ ଏବଂ ପରିବାରରେ ଏକତା ବଜାୟ ରଖେ ।

ମକର ରାଶି - ମକର ରାଶିର ବ୍ୟକ୍ତିମାନେ ନିଜ ପ୍ରିୟ ଲୋକଙ୍କୁ କଳା କମ୍ବଳ, ଚକୋଲେଟ୍, ୱାଲେଟ୍ ଉପହାର ଦେଇ ଖ୍ରୀଷ୍ଟମାସ ପାଳନ କରିବା ଉଚିତ୍ । ଏହା ଦ୍ୱାରା ଆପଣ ଆର୍ଥିକ, ମାନସିକ ଏବଂ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବେ ।

କୁମ୍ଭ - ଖ୍ରୀଷ୍ଟମାସରେ ଆପଣ ପିଲାମାନଙ୍କୁ ଉପହାର ଦେବା ଉଚିତ୍ ।

ମିନ - ବିଭିନ୍ନ ପ୍ରକାରର ଫଳରେ ତିଆରି ହୋଇଥିବା ଚକୋଲେଟ୍ କିମ୍ବା ଫଳ ଉପହାର ଦେଇପାରିବେ । ଉପହାର ପାଇଁ ଏହା ହେଉଛି ସର୍ବୋତ୍ତମ ବିକଳ୍ପ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+