ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ସ୍ଥାପନ କରିବା ଉଚିତ ଗଣେଶ ମୂର୍ତ୍ତି

ଭୁବେଶ୍ଵର: ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଏବଂ ଗଣେଶ ମୂର୍ତ୍ତି ସ୍ଥାପନ ସମ୍ପର୍କରେ ନିର୍ଦିଷ୍ଟ ବିଧି ରହିଛି । ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରଭୁ ବିଘ୍ନରାଜ ହେଉଛନ୍ତି ଅଗ୍ରପୂଜ୍ୟ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରିପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ତେବେ ଘରର କେଉଁ ସ୍ଥାନରେ ତଥା କେଉଁ ଦିଗରେ ପ୍ରତିମା ସ୍ଥାପନ କରିବା ଦ୍ଵାରା ଶ୍ରୀଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ, ସେ ସମ୍ପର୍କରେ ଆସନ୍ତୁ ଜାଣିବା:

Sri Ganesh

ଗଣେଶ ବିଘ୍ନନାଶ, ଅଗ୍ରପୂଜ୍ୟ ହେଉଛନ୍ତି ଶ୍ରୀଗଣେଶ। ନୂତନ ଘରପ୍ରବେଶ ହେଉ ଅବା ଶୁଭକାର୍ଯ୍ୟ, ସର୍ବପ୍ରଥମେ ପୂଜା ପାଆନ୍ତି ଶ୍ରୀଗଣେଶ। ତାଙ୍କୁ ପୂଜାକଲେ ସବୁକିଛି ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

● ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।

● ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ, ତେବେ ଘର ଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଚାହିଁବା ଭଳି ୯" ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ।

●ଘରର ଯେକୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାତ୍ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ।

●ଘରର ମଧ୍ୟ ଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ।

● ଘରେ ଶ୍ରୀଗଣେଶଙ୍କର ବସିଥିବା, ଆଶୀର୍ବାଦ ଦେଉଥିବା ଭଙ୍ଗିର ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ।

● ଶ୍ରୀ ଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+