ଦୂର୍ଗାପୂଜାରେ କେଉଁ ରାଶି ହେବ ଭାଗ୍ୟଶାଳୀ , ଜାଣନ୍ତୁ
ଆଉ ମାତ୍ର କିଛି ଦିନ ପରେ ମାଆଦୂର୍ଗାଙ୍କ ପୂଜା ବା ଦଶହରା। ସାରା ରାଜ୍ୟରେ ଏହି ପୂଜାକୁ ବଡ ଧୂମଧାମରେ ପାଳନ କରିଥାନ୍ତି ଲୋକେ । ଏହି ପୂଜାର ରହିଛି ଅନେକ ନିୟମ ଓ ବିଧି ।
ଆଉ ମାତ୍ର କିଛି ଦିନ ପରେ ମାଆଦୂର୍ଗାଙ୍କ ପୂଜା ବା ଦଶହରା। ସାରା ରାଜ୍ୟରେ ଏହି ପୂଜାକୁ ବଡ ଧୂମଧାମରେ ପାଳନ କରିଥାନ୍ତି ଲୋକେ । ଏହି ପୂଜାର ରହିଛି ଅନେକ ନିୟମ ଓ ବିଧି । ଏହି ସମୟରେ ଆପଣଙ୍କ ରାଶିରେ କ'ଣ ରହିଛି ସ୍ଥିତି ଆସନ୍ତୁ ଜାଣିବା । 8ଟି ରାଶିର ଏଥର ଭାଗ୍ୟ ପରିବାର୍ତ୍ତନ ହୋଇପାରେ । ଗ୍ରହ ଓ ନକ୍ଷେତ୍ରରେ ହେବ ବଡ ପରିବର୍ତ୍ତନ ।

କେଉଁ ରାଶିରେ ପଡିବ ମାଆ ଦୁର୍ଗାଙ୍କ କୃପା , କେଉଁ ଭୋଗିବ ଅଧିକ ସମସ୍ୟା । ଏନେଇ ଜାଣନ୍ତୁ ....
କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମାଆ ଦୁର୍ଗାଙ୍କ ଅଶେଷ କୃପା । ଦୁର୍ଗାପୂଜା ଠାରୁ ଏହି ବ୍ୟକ୍ତିଙ୍କ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି । ଅନେକ ଦିନର ସମସ୍ୟାରେ ହେବାକୁ ଯାଉଛି ପରିବର୍ତ୍ତନ । ଖରାପ ସମୟ ଦୂର ହେବ । ମାଆଙ୍କ କୃପାରୁ ଏମାନେ ଭାଗ୍ୟବାନ ହେବେ । ପରିବାରରେ ଖରାପ ନଜର ପଡିବ ନାହିଁ। କାର୍ଯ୍ୟରେ ସଫଳ ହେବେ ।
ଦ୍ୱିତୀୟରେ ସିଂହ ରାଶି । ଏହି ରାଶିର ଲୋକ ସାଧାରଣତଃ ପରିଶ୍ରମୀ ହୋଇଥାନ୍ତି । ସେମାନଙ୍କୁ ପରିଶ୍ରମର ଫଳ ମିଳିବ । ସବୁ କ୍ଷେତ୍ରରେ ଲାଭ ପାଇବେ । ମାଆ ଦୁର୍ଗାଙ୍କ ଆର୍ଶୀବାଦ ରହିବ ।
ତୃତୀୟରେ ରହିଛି କନ୍ୟା ରାଶି । ଏମାନେ ପୂର୍ବରୁ ଅଟକିଥିବା କାର୍ଯ୍ୟରେ ସଫଳତା ସହିତ ଆଗକୁ ଯେଉଁ କାମରେ ମନୋନିବେଶ କରିବେ ସେଥିରେ ମଧ୍ୟ ସଫଳ ହେବେ । ପାଠ ପଢା କ୍ଷେତ୍ରରେ ସଫଳତା ଏମାନଙ୍କର ପାଦ ଛୁଇଁବ।
ଦୂର୍ଗା ପୂଜା ପରଠାରୁ ତୁଳା ରାଶିରେ ଧନ ବୃଦ୍ଧି ହେବ । ମାଆ ଦୁର୍ଗାଙ୍କ କୃପାରୁ ନୂଆ ଚାକିରି ମିଳିବ । ମାନସିକ ଖୁସି ବଜାୟ ରହିବ । ପୂର୍ବର ସ୍ଥିତିରେ ବଡ ପରିବର୍ତ୍ତନ ହେବ ।
ପଞ୍ଚମରେ ରହିଛି ବୃଷ ରାଶି । ଦୁର୍ଗାପୂଜା ଦିନଠୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବ । ପରିବାର ସହିତ ଭଲ ସମୟ ବିତାଇବେ । ଦାମ୍ପତ୍ତ୍ୟ ଜୀବନ ସୁଖମୟ ହେବ।
ଷଷ୍ଠ ରାଶିରେ ରହିଛି ମେଷ ରାଶି। ବ୍ୟବସାୟରେ ଏମାନେ ଅଧିକ ଲାଭ ପାଇବେ । ମାଆ ଦୁର୍ଗାଙ୍କ କୃପାରୁ ଏମାନେ ଅଧିକ ଲାଭବାନ ହେବା ସହିତ ନୂତନ ବ୍ୟବସାୟ ଆରମ୍ଭ କରିବେ ।
ସପ୍ତମ ରାଶିଟି ହେଉଛି ମିଥୁନ ରାଶି । ମାତା ଦୁର୍ଗାଙ୍କର ଅଶେଷ କୃପାରୁ ଏମାନେ ନିଜ କାର୍ଯ୍ୟରେ ସଫଳତା ହାସଲ କରିବେ । ପାଠ ପଢା ଓ ବ୍ୟବସାୟରେ ମଧ୍ୟ ସଫଳତା ପାଇବେ ।
ମକର ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ପାରିବାରିକ ଜୀବନରେ ଆହୁରି ଖୁସି ହେବେ । ସେମାନଙ୍କର ଭାଗ୍ୟ ଚମକିବ। ପରିବାରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସବୁ କାମରେ ସଫଳ ହେବେ ।












Click it and Unblock the Notifications