ଆପଣଙ୍କ ଘରେ ଏଠି ଅଛି କି ତୁଳସୀ ଗଛ? ଆସିପାରେ ବଡ଼ ଅସୁବିଧା ...
ଭୁବନଶ୍ୱର:ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ସୁଖ, ସମ୍ବୃଦ୍ଧି, ଧନ ସମ୍ପତ୍ତିର ଅଭାବ ରହିନଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ , ସେହି ଘରେ ସର୍ବଦା ସକରାତ୍ମକ ଉର୍ଜ୍ଜା ରହିଥାଏ । ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ବିଭିନ୍ନ ଗ୍ରହ ଦୋଷ ଦୂର ହୋଇଥାଏ । ଏଥି ପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ ପୂଜା କରାଯାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ୱ ରହିଛି ।
ଏହି ତୁଳସୀ ଗଛକୁ ସୁଖ, ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ । ତେବେ ତୁଳସୀ ଗଛକୁ ଘରର ସଠିକ୍ ସ୍ଥାନରେ ଯଦି ନ ରଖାଯାଏ ତେବେ ଏହା ଅଶୁଭ ଫଳ ଦେଇଥାଏ । ତେଣୁ ତୁଳସୀ ଗଛକୁ ଘରର କେଉଁ ସ୍ଥାନରେ ଓ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା । କିଛି ଲୋକଙ୍କ ଘରେ ସ୍ଥାନ ଅଭାବ କାରଣରୁ ଲୋକମାନେ ଘରର ଛାତ ଉପରେ ତୁଳସୀ ଗଛ ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଛାତ ଉପରେ ରଖୁବା ଭିଚିତ ନୁହେଁ । ଏଭଳି ରଖୁବା ଦ୍ୱାରା ଏହା ଅଶୁଭ ଫଳ ଦେଇଥାଏ । ଘରକୁ ନକରାତ୍ମକ ଶକ୍ତି ପ୍ରେବଶ କରିଥାଏ ।

ଯେଉଁମାନଙ୍କ ରାଶିଫଳରେ ବୁଧ ଗ୍ରହ ଧନ ସହ ସମ୍ପର୍କ ରଖୁଥାଏ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ସେହି ଲୋକମାନେ ଯଦି ତୁଳସୀ ଗଛକୁ ଘରର ଛାତ ଉପରେ ରଖି ପୂଜା କରୁଥିବେ ତେବେ ସେମନାଙ୍କ ଧନ ହାନୀ ଘଟିଥାଏ । ଏଥିସହ ଆର୍ଥୀକ ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଏମିତିକି ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କ ଘରର ଛାତ ଉପରେ ତୁଳସୀ ଗଛ ରଖାଯାଇଥାଏ, ସେହି ଘରେ ପକ୍ଷୀ କିମ୍ବା ପାରା ଆସି ବସା ତିଆରି କରନ୍ତି । ଏହା ଅଶୁଭ ଲକ୍ଷଣହୋଇଥାଏ
ତୁଳସୀ ଗଛକୁ ଘରର ପୂର୍ବ ଦିଗ ରେ ରଖୁବା ଉଚିତ ନୁହେଁ । ଏଭଳି ରଖିବା ଦ୍ୱାରା ବ୍ୟବସାୟରେ କ୍ଷତି ହୋଇଥାଏ । ଏଥିସହ ପରିବାର ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ଘରର ଉତ୍ତର ଦିଗ ତଥା ଐଶାନ ଦିଗରେ ରଖି ପୂଜା କରିବା ଉଚିତ୍ । ଯାହା ଦ୍ୱାରା ପରିବାରର ଗ୍ରହ ଦୋଷ ଓ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।












Click it and Unblock the Notifications