ପୂଜା କରିବା ବେଳେ ଭୂମିରେ ରଖନ୍ତୁ ନାହିଁ ଏହିସବୁ ଜିନିଷ

ଭୁବନେଶ୍ୱର: ବାସ୍ତୁ ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ସଙ୍କେତ ବୋଲି କୁହାଯାଏ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ରହିଥାଏ । ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ । ବିଶେଷକରି ପୂଜାରେ ବ୍ୟବହୃତ ହେଉଥୁବା ଜିନିଷକୁ ଭୂମି ଉପରେ ରଖାଯାଏ ନାହିଁ । ଏହାଦ୍ୱାରା ପୂଜାର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢିଥାଏ ।

ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋ ଭୂମି ଉପରେ ରଖନ୍ତୁ ନାହିଁ : ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି । ବାସ୍ତୁ ଅନୁସାରେ ଏହା ଦ୍ୱାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ôଥକ ସମସ୍ୟା ଦେଖା ଦେଇପାରେ । ତେଣୁ ତାହାକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।

ଭୁଲରେ ସୁଧା ଶିବଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ : ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ୱାରା ଆର୍ôଥକ ସମସ୍ୟା ଦେଖା ଦେଇଥାଏ । ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖୁବା ଉଚିତ୍ ।

ଭୂଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ : ଶଙ୍ଖ ବଜାଇବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏଥିସହିତ ଶଙ୍ଖକୁ ମଧ୍ୟ ମା' ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଇଥାଏ । ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ।

sankha

ଫୁଲ, ତୁଳସୀପତ୍ର : ଭଗବତ ଗୀତା ଅନୁସାରେ, ଦୀପ, ଧୂପ, ଯନ୍ତ୍ର, ଫୁଲ, ତୁଳସୀପତ୍ର, କର୍ପୂର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ । ଏହା ପୂଜା ପାଠରେ ବ୍ୟବହୃତ ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ ।

ପୂଜା ପାଠ ସାମଗ୍ରୀକୁ ଭୂମି ଉପରେ ରଖୁବା ଅଶୁଭ : ପୂଜା ପାଠ ସାମଗ୍ରୀକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ କୁହାଯାଏ । ସେଥିଲାଗି ଏହାକୁ କେବେ ଭୂମି ଉପରେ ରଖୁବା ଉଚିତ୍ ନୁହେଁ । ଏହାଦ୍ୱାରା ଘରେ ବାସ୍ତୁଦୋଷ ଦେଖାଦେବା ସହିତ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଦୀପ, ଫୁଲ, ମାଳ, ଗଙ୍ଗାଜଳ, ଧୂପଦାନୀ ଆଦି ପୂଜା ସାମଗ୍ରୀକୁ ସର୍ବଦା ଥାଳି ମଧ୍ୟରେ ରଖି କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ ।

କଳସକୁ ଭୂମି ଉପରେ ରଖିବା ଅଶୁଭ : ପ୍ରତ୍ୟେକ ପୂଜାରେ କଳସ ସ୍ଥାପନା କରାଯାଇଥାଏ । କୁହାଯାଏ ଏହା ବିନା ପୂଜାର ଫଳ ମିଳି ନଥାଏ । କିନ୍ତୁ ଅନେକ ସମୟରେ ଲୋକ କଳସକୁ ଭୂମି ଉପରେ ରଖିଦେଇଥାନ୍ତି । ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏଥିସହିତ ମା' ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଆର୍ôଥକ ଅଭାବ ଦେଖାଦେଇଥାଏ । ତେଣୁ ପବିତ୍ର କଳସକୁ ସବୁବେଳେ ଥାଳିରେ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+