ଆଜିର ରାଶିଫଳ: ବ୍ୟବସାୟରେ ମିଳିବ କି ଲାଭ?
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଅଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆଜି ଆପଣଙ୍କ ଦିନ ଭଲରେ ବିତିବ। ଆପଣ ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରହିବେ । ଆଜି ଆପଣ ସୁସ୍ଥ ରହିବେ। ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଆପଣଙ୍କୁ କେହି ସାହାଯ୍ୟ କରିବେ ନାହିଁ। ସତର୍କତାର ସହ କାମ କରନ୍ତୁ । ବିଦ୍ୟାର୍ଥୀ ପରିଶ୍ରମୀ ହେବେ । ପରିବାର ଆପଣଙ୍କ କାର୍ଯ୍ୟରେ ଖୁସି ହେବେ।
ବୃଷ: ଆଜି ଆପଣଙ୍କ ଦିନଟି ଖୁସିରେ ବିତିବ। ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ସହିତ ସମୟ ବିତେଇ ଆପଣ ଅଧିକ ଆନନ୍ଦିତ ହେବେ । ବ୍ୟବସାୟ ରେ ନୂଆ ଲୋକଙ୍କ ସହ ସଂପର୍କ ହେବ। ଆପଣଙ୍କ ଏହାଦ୍ବାରା ଲାଭବାନ୍ ହେବେ। ଦୂର ଯାତ୍ରାର ଯୋଗ ରହିଛି।
ମିଥୁନ: ପ୍ରେମ ପାଇଁ ଦିନଟି ଉପଯୋଗୀ। ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କ ଠାରୁ ଅର୍ଥଲାଭ ହୋଇପାରେ। ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟି କାଟିବେ । ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ପତ୍ନୀଙ୍କ ସହିତ ପରିବାର ବିଷୟରେ ଆଲୋଚନା କରିବେ।
କର୍କଟ: ଆଜି ଆପଣଙ୍କ ଦିନଟି ଆନନ୍ଦମୟ ରହିବ। ବନ୍ଧୁମିଳନର ଯୋଗ ରହିଛି। କେଉଁ ପୁରୁଣା ବନ୍ଧୁ ଘରକୁ ଆସିପାରନ୍ତି। ପରିବାର ଓ ସନ୍ତାନ ଙ୍କ ସହ ଆନନ୍ଦରେ ସମୟ ବିତିବ। ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ହେବ।
ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି। ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ।
କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ବାଣ୍ଟନ୍ତୁ। ଆପଣ କମ ସମୟ ପାଇବେ , ଏତିକି ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।
ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ।
ବିଛା: ଅଯଥାରେ କାହା ସଙ୍ଗରେ ବିବାଦ କରନ୍ତୁ ନାହିଁ । ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ।
ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ।
ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ବୁଲାବୁଲି କରିବା ପାଇଁ ଯାଇପାରନ୍ତି । ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ହରାଇବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ।
କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ଲାଗିପାରେ । ଯାହା ଆପଣକୁ ଦୁଃଖ ଦେବ । ମାନସିକ ଚିନ୍ତା ବଢିବ। ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ ।
ମୀନ: ଆପଣଙ୍କ ପାଇଁ ଆଜି ଦିନଟି ସେତେଟା ଖାସ ନୁହେଁ। ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ । ବେଶୀ ଖର୍ଚ୍ଚ କରନ୍ତୁ ନାହିଁ । ନ ହେଲେ ଭବିଷ୍ୟତରେ ଦୁଃଖ ପ୍ରକାଶ କରିବେ । ବିଦ୍ୟାର୍ଥୀ ସଫଳ ହେବେ। ଏଥି ସହ ଆଗକୁ ବଢିବା ପାଇଁ ପରିବାର ଠାରୁ ଆହୁରି ପ୍ରେରଣା ପାଇବେ।












Click it and Unblock the Notifications