ଆଜିର ରାଶିଫଳ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ..
ଶିକ୍ଷା,ବ୍ୟବସାୟ ଓ ପ୍ରେମ ପାଇଁ କେମିତି ରହିଛି ରାଶିରେ ଗ୍ରହର ସ୍ଥିତି ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ..

ମେଷ : ଆଜିର ଦିନଟିକୁ ଆପଣ ଆନନ୍ଦର ସହିତ ବିତେଇବେ। ଈଶ୍ବର ବିଶ୍ବାସରୁ ଶାଶ୍ବତ ନିଷ୍ପତ୍ତିର ସନ୍ଧାନ ପାଇବେ। ମନ ଅତ୍ୟନ୍ତ ପ୍ରସନ୍ନ ରହିବ। ସ୍ନେହୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍ ହେବେ। ବ୍ୟବସାୟ ରେ ଲାଭ ମିଳିବ।
ବୃଷ : ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିବ। ଭଲ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ଏନେଇ ଖୁବ୍ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ।
ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ଆଇନ କାମରେ ଆଜି ସଫଳ ହେବେ। ଅର୍ଥ ଲାଭ ହେବାର ଯୋଗ ରହିଛି। ସନ୍ତାନ ପାଇଁ ଚିନ୍ତା ବୃଦ୍ଧି ହେବ।
କର୍କଟ : ସତ୍ୟଧର୍ମ ପରାୟଣ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ ଓ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ପରିବାର ସହିତ ସମୟ ବିତାଇବେ। ସୁସ୍ଥ ରହିବେ।
ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ପାଥେୟ କରି କର୍ମକ୍ଷେତ୍ରରେ ବିନିଯୋଗ କରିବେ। ଧନ ଓ ସମ୍ମାନ ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ଦୂର ଯାତ୍ରା କରି ପାରନ୍ତି।
କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ଆପଣ ଦୟାଧର୍ମକୁ ଆଦରି ନେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିବେ। ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ।
ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ କୁସୁମିତ କରିପାରନ୍ତି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ଅଛି। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ।
ବିଛା : ଧୈର୍ଯ୍ୟବାନ୍ ହେବେ। କୌଣସି କାମ କୁ ଡରିଲେ ସେ ଡରାଇବ; ମାତ୍ର ତା'ର ମୁକାବିଲା କଲେ ସିଏ ଲୁଚିଯାଇପାରେ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କତାର ଦିନ ଆଜି। ଗାଡି ଧୀରେ ଚଲାନ୍ତୁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ।
ଧନୁ : ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। କାର୍ଯ୍ୟାଳୟ ରେ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ଶୁଭ ଖବର ଦେବେ।
ମକର : ଅଯଥା ଖର୍ଚ୍ଚ କରିବେ ନାହିଁ। ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ଅହଂକାର ଦୂର ହେଲେ ଭକ୍ତି ପ୍ରକଟିତ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିପାରେ।
କୁମ୍ଭ : ପ୍ରତି ଆହ୍ବାନକୁ ଉତ୍କର୍ଷର ସୋପାନ ଭାବେ ଗ୍ରହଣ କରିବେ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ଚେଷ୍ଟା ଶୂନ୍ୟ ହୋଇ ମଧ୍ୟ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି।
ମୀନ : କୌଣସି ଏକ କାର୍ଯ୍ୟକ୍ରମରେ ଆଜି ଆପଣ ସାମିଲ ହୋଇପାରନ୍ତି। ଗରିବ ଭୋକିଲାକୁ କିଛି ଖାଦ୍ୟ ଦାନ କରନ୍ତୁ। ଯାହା ସେମାନଙ୍କୁ ଖୁସି ଦେବ। ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହେବେ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। ଟିକିଏ ଚେଷ୍ଟା କରନ୍ତୁ। ପରିଶ୍ରମ କଲେ ସବୁ ସ୍ଥାନରେ ସଫଳ ହେବେ।












Click it and Unblock the Notifications