ଆଜିର ରାଶିଫଳ: କେମିତି ରହିବ ଆପଣଙ୍କ ଦିନ,ଜାଣନ୍ତୁ
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ?ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ?ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ । ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ହୋଇଯାଇପାରେ । ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ ସତର୍କ ରୁହନ୍ତୁ ।
ବୃଷ: ବନ୍ଧୁଙ୍କୁ ଭେଟନ୍ତୁ । ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣନ୍ତୁ । ସନ୍ଧ୍ୟାରେ ଆପଣ ଏକ ସାମାଜିକ କାର୍ଯ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କୁ ଭେଟିବେ । ସେମାନଙ୍କ ସହ କଥା ହୋଇ ପୁରାପୁରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।
ମିଥୁନ: ଆଜି ଦିନଟି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ । ଆପଣ ଅଫିସରେ କୌଣସି ବାଧାବିଘ୍ନର ସମ୍ମୁଖୀନ ନହୋଇ ଉତ୍ସାହ ଓ ଉଦ୍ଦୀପନା ସହ କାର୍ଯ୍ୟ କରି ସଫଳତା ଅର୍ଜନ କରିବେ । ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ ।
କର୍କଟ: ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାର୍ଦତା ବୃଦ୍ଧି ପାଇବ ଏବଂ ସେମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଦିନ ଶେଷରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ ।
ସିଂହ: ଅଶାନ୍ତି, ଶାରୀରିକ ୟନ୍ତ୍ରଣା, ଏବଂ ବନ୍ଧୁତାରେ ଅପ୍ରୀତି ଜନ୍ମାଇବା ପ୍ରକ୍ରିୟାକୁ ଆପଣ ଚେଷ୍ଟାକରି ଦୂର କରିପାରିବେ । ଏହା କାର୍ଯ୍ୟକାରୀ କରିବାକୁ ଆପଣ ବାସ୍ତବବାଦୀ ହୁଅନ୍ତୁ, ଶାରୀରିକ ସୁସ୍ଥତା ପ୍ରତି ଆଶାବାଦୀ ହୁଅନ୍ତୁ ଏବଂ ନିଜର ଉଗ୍ର ଭାବ ପ୍ରତ୍ଯାହାର କରନ୍ତୁ । ନିଜର ଆର୍ଥିକ ଖର୍ଚ୍ଚ ନିୟନ୍ତ୍ରଣ ରଖନ୍ତୁ । ନିଜର ପୁଞ୍ଜି ଲଗାଣ ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଥିବାରୁ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ ।
କନ୍ୟା: ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଦ୍ୱାରା ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହେବ ।
ତୁଳା: ପରିବାର ସଦସ୍ୟଙ୍କ ସହ କଥା ହେବା ସମୟରେ ନିଜ ସୀମା ମଧ୍ୟରେ ରୁହନ୍ତୁ । ଆପଣଙ୍କୁ ଧାର୍ମିକ କାର୍ଯ୍ୟ, ରୀତିନୀତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ତେବେ କଥାରେ ଅଛି, କିଛି ହରାଇଲେ ହିଁ କିଛି ପାଇବେ । ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ଆପଣଙ୍କ ଭାଗ୍ୟରେଖା ଉପରକୁ ଉଠିପାରେ ।
ବିଛା: ଆପଣ ସୁସ୍ଥ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଟାଣ କଥା କହିବା ପୂର୍ବରୁ ଥରେ ଭାବନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟି ଦିନର ସଦୁପଯୋଗ କରନ୍ତୁ ।
ଧନୁ: ଯଦି କିଛି ଡାକ୍ତରୀ ସର୍ଜରୀ କିମ୍ବା ଅପରେସନ୍ ରହିଛି, ସ୍ଥଗିତ ରଖନ୍ତୁ । ସେଥିାପଇଁ ଆଜି ଦିନଟି ଭଲ ନାହିଁ । ତେବେ କଷ୍ଟକର ସମୟ ଶୀଘ୍ର ବଦଳିବ, ଦିନର ଶେଷ ଭାଗରେ ସ୍ଥିତିରେ ସୁଧାର ଆସିବ । ନିଜ ବନ୍ଧୁଙ୍କ ସହ ବିବାଦ ତୁଟାଇ ଭଲ ସମୟ ବିତାନ୍ତୁ ।
ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ବିଶେଷ ଭାବରେ କର୍ମଜୀବୀ ଓ ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଦାୟକ। ସକାଳରୁ ଗୃହ ପରିବେଶରେ ସୁଖ ଶାନ୍ତି ବିରାଜମାନ କରିବ । ଆପଣ ନିଜର ବାର୍ତ୍ତାଳପରେ ସଞ୍ଜମତା ନ ରଖିଲେ ପରିବାରର ସଦସ୍ୟଙ୍କ ସହିତ କଳି ସ୍ଥିତି ଉପୁଜିପାରେ । ଅତ୍ୟଧିକ ଖର୍ଚ୍ଚର ପରିମାଣକୁ ନ ରୋକିଲେ ଆର୍ଥିକ ଅନାଟନ ଘଟିପାରେ । ଆପଣ ନିଜକୁ ଏପରି ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ, ଯେଉଁଠାରେ ଆପଣଙ୍କୁ ଅପମାନିତ ହେବାକୁ ପଡିବ ।
କୁମ୍ଭ: ଆପଣଙ୍କର ପଦୋନ୍ନତି ସହ ଦରମା ବୃଦ୍ଧି ମଧ୍ୟ ହୋଇପାରେ । ଅଫିସ ବାହାରେ ମଧ୍ୟ ପ୍ରଶଂସିତ ହେବେ । ଆପଣଙ୍କ ଶାରୀରିକ ସୁସ୍ଥତା ମଧ୍ୟ ବଜାୟ ରହିବ । ପରିବାରର ସଦସ୍ୟଙ୍କ ସହ ମୌଜ ମଜଲିସରେ ସମୟ କାଟିବେ । ନିଜର ସନ୍ତାନ ସନ୍ତତି ସେମାନଙ୍କ କ୍ଷେତ୍ରରେ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚିବେ ।
ମୀନ: ବିଜ୍ଞ ବ୍ୟକ୍ତିଙ୍କ ସହ ଆଲୋଚନା କରିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣ ଯଦି କୌଣସି ଯୋଜନାକୁ କାର୍ଯ୍ୟକାରୀ ଚାହୁଁଛନ୍ତି, ତାହା ହେଲେ ତାହାର ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ଭଲ । ଅର୍ଥଲାଭ ହୋଇପାରେ । ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖା ଦେଲେ ମଧ୍ୟ ପରିବାରର ଶାନ୍ତ ମଧୁର ପରିବେଶରେ ଆପଣ ସୁସ୍ଥ ଅନୁଭବ କରିବେ ।












Click it and Unblock the Notifications