Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ : ଜାଣନ୍ତୁ କିପରି ରହିବ ଆପଣଙ୍କ ଆଜିର ଦିନ

ଆଜିର ରାଶିଫଳ : ଜାଣନ୍ତୁ କିପରି ରହିବ ଆପଣଙ୍କ ଆଜିର ଦିନ

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ଆଜିର ଦିନ
ଆଜି ୨୦୨୨ ମସିହା ଡିସେମ୍ବର ୨ ତାରିଖ ଶୁକ୍ରବାର ବିଛା ୧୭ ଦିନ । ମାର୍ଗଶିର ମାସ ଶୁକ୍ଳପକ୍ଷ ଦଶମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ।

ମେଷ: ପାରିବାରିକୁ ନେଇ ମାନସିକ ଚାପରେ ରହିବେ । ଶରୀର ସୁସ୍ଥ ରହିବ । ବକେୟା ଅର୍ଥ ଫେରି ପାଇବେ । ପାରିବାରିକ ଦାୟିତ୍ବକୁ ଅଣଦେଖା କରନ୍ତୁ ନାହିଁ । ବ୍ୟବାସାୟ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଅଧିକ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ନଚେତ୍ ପରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇବା ପାଇଁ ପଡିପାରେ ।
ଯଦି କୌଣସି ଆଇନଗତ କାର୍ଯ୍ୟ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି, ତେବେ ଏହାକୁ ସମୟ ଥାଉ ଥାଉ ସଂପୂର୍ଣ୍ଣ କରନ୍ତୁ ।

ବୃଷ: କାମ ଖୋଜୁଥିବା ଲୋକମାନେ ଆଜି କିଛି ନୂତନ ସୂଚନା ପାଇପାରନ୍ତି । ଆଜି ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବେ । ଦକ୍ଷତା ଯୋଗ୍ୟତାକୁ ନେଇ ନିଜ କାର୍ଯ୍ୟରେ ପ୍ରଶଂସିତ ହେବେ ଏବଂ ଏକରୁ ଅଧିକ ଉତ୍ସରୁ ଆପଣଙ୍କୁ ଆଜି ଶୁଭ ଖବର ମିଳିପାରେ । ଅର୍ଥଲାଭ ହେବାର ସମ୍ଭାବନା ରହିଛି । କିଛି ନୂତନ ବ୍ୟବସାୟ ଯୋଜନା କରିପାରନ୍ତି ।

daily horoscope

ମିଥୁନ: ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଆଜି ନିଜ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରନ୍ତୁ, ନଚେତ୍ କିଛି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ନିଜପାଇଁ ସମୟ ବାହାର କରନ୍ତୁ । କ୍ରୀଡୀ, ନୃତ୍ୟ, କଳାରେ ଉନ୍ନତି ଲାଭ କରବେ । ପାରିବାରିକ ଜୀବନ ଆପଣଙ୍କର ସୁଖପ୍ରଦ ହେବ ।

କର୍କଟ: ଆଜି ଆପଣ ଲୋକପ୍ରିୟ ହେବେ । ହସ ଖୁସିରେ ଦିନଟି କଟିବ । ପୂର୍ବ ସମସ୍ୟାର ସରଳ ସମାଧାନ ବାହାର କରିବେ । ବ୍ୟବସାୟରେ ଲାଭବାନ ହେବେ । ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ନୂତନ ସମ୍ପତ୍ତି କିଣିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆଜି ଦୂର ଯାତ୍ରା କରିପାରନ୍ତି ।

ସିଂହ: ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି । ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାର ସମୟ । ପରିବାରିକ ସମ୍ପର୍କ ସୁଦୃଢ ହେବ । ଆଜି ଦିନଟା ଖୁସି ଭରା ରହିବ ।

କନ୍ୟା : ପରିବାର ସହ ଅଧିକ ସମୟ ବିତାଇବେ । ଜୀବନସାଥିଙ୍କ ସାହାଯ୍ୟ ସହଯୋଗ ପାଇ ମନବଳ ସୁଦୃଢ ହେବ । ଆଇନ ଅଦାଲତ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବ ।

ତୁଳା : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରି ପାରେ । ବ୍ୟାପାରରେ ଆପଣଙ୍କୁ ଆଜି ଲାଭ ମିଳିବ । ବ୍ୟାପାରକୁ ନୂଆ ସଫଳତା ମିଳିପାରେ । ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ ।

ବିଛା : ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ସମୟ କାଟିବାକୁ ଚାହିଁବେ । ବ୍ୟବସାୟ ପାଇଁ ଦିନଟି ଅନୁକୂଳ ।

ଧନୁ: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ। ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇପାରେ। ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି ।

ମକର: ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ ।

କୁମ୍ଭ: ଅର୍ଥ ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବା ସହିତ ପ୍ରଶଂସିତ ହେବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ । ପରିବାର ସଦସ୍ୟଙ୍କ ସାହାଯ୍ୟରେ ଆପଣ ସହଜରେ କୌଣସି ବଡ଼ ସମସ୍ୟାରୁ ମୁକ୍ତି ପାଇପାରିବେ ।

ମୀନ: ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି । ସାନ ଭାଇ-ଭଉଣୀ ଆପଣଙ୍କ ମତ ମାଗିବେ । ଆଡି ସ୍ନାୟବିତ ଦୁର୍ବଳତା ଅନୁଭବ କରିବେ । ଆଜି ଦିନଟି ଖୁସିରେ ପରିପୂର୍ଣ୍ଣ ହେବ ଏବଂ ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା କାର୍ଯ୍ୟ ଆଜି ଶେଷ ହେବ । କିଛି ସାମାଜିକ କାର୍ଯ୍ୟକ୍ରମରେ ଜଡିତ ହୋଇପାରନ୍ତି । ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା କରିପାରନ୍ତି । ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+