ଆଜିର ରାଶିଫଳ: ଶୁଭଫଳ ପ୍ରଦାନ କରିବ କି ଆଜିର ଦିନ?
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ କେମିତି ବିତିବ ଆପଣଙ୍କ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀ ସହିତ କେମିତି ବିତିବ ଆପଣଙ୍କ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଆଜି ଆପଣ ଚିନ୍ତିତ ରହିବେ । ଅନ୍ୟ କାହା ସହ ସମ୍ପର୍କ ଅଧିକ ଭଲ କରିବା ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ। ଆଜି ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ବିବାହକୁ ନେଇ ଆଗରୁ ଚିନ୍ତାରେ ଥିଲେ ଆଜି କିଛି ଭଲ ଖବର ପାଇବେ । କୌଣସି କଥାକୁ ନେଇ ବେଶୀ ଭାବନ୍ତୁ ନାହିଁ। ନଚେତ ଅସୁବିଧାରେ ପଡିବେ ।
ବୃଷ: ଦିନଟି ଏତେ ଭଲ ରହିବ ନାହିଁ । କାହା ସହିତ ମତଭେଦ ହୋଇପାରେ । ନିଜ ମିଷ୍ଟ ବାଣୀ ଯୋଗୁଁ କାହାକୁ ବି ଆକର୍ଷିତ କରିପାରିବେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ଅର୍ଥ ଲାଭ ହୋଇପାରେ । ଆଜି ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।
ମିଥୁନ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହେବେ । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ମାନସିକ ଶାନ୍ତି ମିଳିବ। ଯାତ୍ରା କରନ୍ତୁ ନାହିଁ, ଆଜିର ଦିନଟି ଯାତ୍ରା ପାଇଁ ଉପଯୋଗୀ ନୁହେଁ ।
କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ଅବସ୍ଥାରେ ସୁଧାର ଆସିପାରେ । ଆଜି ଆପଣ ସୁସ୍ଥ ରହିବେ।
ସିଂହ: ମନ ଦେଇ କାମ କରନ୍ତୁ । କାର୍ଯ୍ୟ ହିସାବରେ ଫଳ ଆସିବ ନାହିଁ ।କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ ।
କନ୍ୟା: ତୁମର କଥାବାର୍ତ୍ତାରେ ମଧୁରତା ନୂତନ ସମ୍ପର୍କର ବିକାଶ ଏବଂ ଅନେକ ସ୍ଥାନରେ ଲାଭ ପାଇବାରେ ସହାୟକ ହେବ । ବ୍ୟବସାୟରେ ସଫଳ ହେବେ । ଭଲ ଲାଭ ମଧ୍ୟ ପାଇପାରନ୍ତି । ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ । ପ୍ରିୟଜନ ଏବଂ ବନ୍ଧୁମାନଙ୍କୁ ଭେଟିବା ଏକ ଆନନ୍ଦଦାୟକ ହେବ । ସେମାନଙ୍କ ପକ୍ଷରୁ ଉପହାର ଗ୍ରହଣ କରିବାକୁ ସମର୍ଥ ହେବେ । ବିବାହିତ ଜୀବନ ଅଧିକ ଶକ୍ତିଶାଳୀ ହେବ । ଏକ ନୂତନ ସମ୍ପର୍କ ଆରମ୍ଭ କରିପାରନ୍ତି ।
ତୁଳା: ନିଜର କ୍ରୋଧ ପରିହାର କରିବାକୁ ଚେଷ୍ଟା କରନ୍ତୁ । ନହେଲେ କ୍ରୋଧ ତଥା କର୍କଶ ବାକ୍ୟର ବ୍ୟବହାର ବହୁ ବନ୍ଧୁଙ୍କଠାରୁ ତୁମକୁ ଦୂରେଇ ଦେବ । ବ୍ୟବସାୟ ମାନ୍ଦା ହେବ । କର୍ମଚାରୀଙ୍କ ସଙ୍ଗେ ବଚସା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ଅନ୍ତରଙ୍ଗ ବନ୍ଧୁବାନ୍ଧବଙ୍କ ସଙ୍ଗେ ତିକ୍ତତା ସୃଷ୍ଟି ହୋଇପାରେ । ଶରୀରର ଯତ୍ନ ନିଅନ୍ତୁ । ଦୁର୍ଘଟଣାର ଶିକାର ହୋଇପାରନ୍ତି । ନିଜକୁ ହୋହଲ୍ଲା ଠାରୁ ଦୂରେଇ ରଖ । ନୀରବ ରୁହନ୍ତୁ ଓ ଧ୍ୟାନ ଦିଅନ୍ତୁ ।
ବିଛା: ଯଦି ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ହୋଇପାରେ। ଆଜି ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ । ଏହା ସହ ଧ୍ୟାନ ରଖନ୍ତୁ ଯେ, ତୁମେ ଅସୁବିଧାରେ ଯେପରି ନପଡନ୍ତୁ।
ଧନୁ: ଆଜି ଦିନଟି ସୁଖପୂର୍ଣ୍ଣ ରହିବ । ବିବାହିତମାନେ ଆନନ୍ଦ ଉଲ୍ଳାସରେ ରହିବେ । ପାରିବାରିକ ଶାନ୍ତି ପରିବେଶକୁ ସୁଦୃଢ କରିବ । କାର୍ଯ୍ୟ ତଥା ଆର୍ଥିକ ସ୍ଥିତି ପାଇଁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ ଦ୍ବାରା ସଫଳତା ତଥା ଆତ୍ମ ସନ୍ତୋଷ ମିଳିବ ।
ମକର: ନକାରାତ୍ମକ ଚିନ୍ତାଧାରା ଭରିଯିବାକୁ ଦିଅନ୍ତୁ ନାହିଁ । ହଠାତ ଖର୍ଚ୍ଚାନ୍ତ ହୋଇପାରନ୍ତି । ତଥାପି, ଅପରାହ୍ନରେ ପରିସ୍ଥିତିରେ କିଛି ହାଲୁକା ଅନୁଭବ ହେବ । ଏକ ଧାର୍ମିକ ସ୍ଥାନକୁ ପରିଦର୍ଶନ କରିପାରନ୍ତି । କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ ।
କୁମ୍ଭ: କର୍ମଜୀବୀମାନେ ନିଜର ପଦୋନ୍ନତି ପାଇପାରନ୍ତି, ଦରମା ବୃଦ୍ଧି ମଧ୍ୟ ହୋଇପାରେ । ନିଜର ଶାରୀରିକ ସୁସ୍ଥତା ବଜାୟ ରହିବା ଯୋଗୁଁ ମାନସିକ ଶାନ୍ତି ଦିନ ତମାମ ବଜାୟ ରହିବ ।
ମୀନ: ଆଜି ପରିବାର ଏବଂ ସାଙ୍ଗମାନଙ୍କ ସହିତ ବାହାରକୁ ଯିବାକୁ ଏକ ଯୋଜନା କରିପାର୍ନତି । ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଆତ୍ମବିଶ୍ବାସ ରହିବ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଏକ ଭଲ ଦିନ । ପିଲାମାନଙ୍କର ଅଗ୍ରଗତି ସହିତ ମନ ଖୁସି ରହିବ । ପ୍ରେମ ଜୀବନରେ ଏକ ସକରାତ୍ମକ ମନୋଭାବ ରହିବ ।












Click it and Unblock the Notifications