For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଦିନ

ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ'ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

RASHI PHAL

ମେଷ: ଆଜି ଆପଣ ପୁରା ଫିଟ୍ ରହିବେ। ମନ ପ୍ରସନ୍ନ ରହିବ। ଆପଣଙ୍କ ସହକର୍ମୀ ଆପଣ ଙ୍କ ର କିଛି ଜରୁରୀ ଜିନିଷ ଚୋରି କରି ପାରନ୍ତି। ତେଣୁ ଆପଣ ନିଜ ଜିନିଷ ଦାୟିତ୍ଵ ରେ ରଖନ୍ତୁ। ଆପଣଙ୍କ ଜୀବନସାଥୀ ଙ୍କ ସହ ଅଧିକ ସମୟ ବିତାଇବେ। ମାନସିକ ଶାନ୍ତି ଅତ୍ୟନ୍ତ ଜରୁରୀ। ତେଣୁ ପାଖ ଉଦ୍ୟାନ କିମ୍ବା ମନ୍ଦିର ଯାଆନ୍ତୁ।

ବୃଷ : କାମ ବୋଝ ବଢ଼ି ପାରେ। ଘରୁ ବାହାରିବା ବେଳେ ଗୁରୁଜନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ। ଏହାଦ୍ବାରା ଆପଣଙ୍କୁ ଧନ ଲାଭ ହୋଇପାରେ। ଯାହା ସହ କେବେ କେବେ ଦେଖା ହୁଏ ତାଙ୍କ ସହ ସମ୍ପର୍କ ବଢେଇବା ପାଇଁ ଭଲ ଦିନ । ଆପଣଙ୍କ ପସନ୍ଦର କାମ କରିବେ ।

ମିଥୁନ: ଅନ୍ୟର ସଫଳତାରେ ଆପଣ ଖୁସି ହେବେ। ବନ୍ଧୁଙ୍କ ଠାରୁ ଅର୍ଥିକ ସହାୟତା ପାଇବେ। ଆପଣଙ୍କ ବ୍ୟବହାର ପରିବର୍ତ୍ତନ କରନ୍ତୁ, ପରିବାର ସହ ସମୟ ବିତାନ୍ତୁ। ଭୋରୁ ଉଠି କାମ କରିବା ଆରମ୍ଭ କରନ୍ତୁ । ନହେଲେ ଆପଣ ପୁରା ଦିନ ବର୍ବାଦ ହେବା ଭଳି ଆପଣକୁ ଅନୁଭବ ହେବ ।

କର୍କଟ: ଜୀବନସାଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ, ତାଙ୍କୁ ଭଲ ବ୍ୟବହାର କରନ୍ତୁ। ଆଜିର ଦିନଟି ସଠିକ୍ ଭାବେ ପୁଞ୍ଜି ନିବେଶ କରିବା ନିମନ୍ତେ ଭଲ ଦିନ। ଆପଣଙ୍କ ପସନ୍ଦର ବହି ପଢ଼ିବା ସହ ଗୀତ ଶୁଣନ୍ତୁ। ନିଜ ପାଇଁ ବେଶୀ ସମୟ ମିଳିବ। ସଠିକ୍ ଭାବେ ଉପଯୋଗ କରନ୍ତୁ।

ସିଂହ: ଗର୍ଭବତୀ ମହିଳାଙ୍କୁ ସାବଧାନ ରହିବା ଉଚିତ୍। ଆଜିର ଦିନଟି ଆର୍ଥିକ ସ୍ଥରରେ ବେଶୀ ଖରାପ ରହିବ ନାହିଁ। ଆପଣାଙ୍କ ଘରକୁ ଅତିଥି ଆସି ପାରନ୍ତି। ଦିନଟି ଅନ୍ୟ ଦିନ ଅପେକ୍ଷା ଭଲରେ ବିତିବ। ପରିବାର ସହ ସବୁଠୁ ଭଲ ସମୟ ବିତାଇବେ।

କନ୍ୟା: ଦିନଟି ଲାଭ ଦାୟକ ହେବ । କେଉଁ ପୁରୁଣା ରୋଗ ରୁ ଟିକେ ତ୍ରାହି ପାଇ ପାରନ୍ତି । ଅଯଥା ଖର୍ଚ୍ଚ ବନ୍ଦ କରିବା ଦ୍ଵାରା ଧାନ ସଞ୍ଚୟ କରିପାରିବେ। ଏହିକଥା ଆଜି ଆପଣ ନିଜେ ବୁଝିବେ। ଆପଣ ଙ୍କ ପ୍ରେମୀ କୁ ମନ କଥା କହି ଦିଅନ୍ତୁ। ଆଜି ହିଁ ଆପଣ ଙ୍କ ପାଇଁ ଭଲ ଦିନ। କଲି ହୁଏତ ଡରି ହେଇ ଯିବ।

ତୁଳା: ସନ୍ଧ୍ୟା ସମୟ ରେ ଆରାମ କରନ୍ତୁ। ଭାଗିଦାରୀ ବ୍ୟବସାୟ ଅର୍ଥ ନିବେଶ କରନ୍ତୁ ନାହିଁ। ଅନେକ ଦିନରୁ ଅସୁସ୍ଥ ଥିବା ବନ୍ଧୁଙ୍କୁ ଦେଖିବା ପାଇଁ ଯାଆନ୍ତୁ। ଛୋଟ ପିଲମାନଙ୍କ ସହ ନିଜେ ପିଲା ଭଳି ବ୍ୟବହାର କରିବେ । ଅନେକ ସମୟ ପିଲାଙ୍କ ସହ ବିତିପାରେ।

ବିଛା: ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚେଇ ରଖନ୍ତୁ। ସନ୍ଧ୍ୟା ସମୟ ବନ୍ଧୁ ଙ୍କ ସହ କଟିବ। ସାଙ୍ଗ ହେଇ ଛୁଟି କଟାଇବା ନେଇ ଚର୍ଚ୍ଚା ହେଇପାରେ। ଆପଣଙ୍କ କଥା କହିବା ଶୈଳୀ ଓ କ୍ଷମତା ଫଳପ୍ରଦ ହେବ । ଜୀବନସାଥୀ ଙ୍କ ଠାରୁ ଅଧିକ ପ୍ରେମ ମିଳିପାରେ। ମା ବାପାଙ୍କ ମନ ପସନ୍ଦର ଡିସ୍ ଘରକୁ ଆଣନ୍ତୁ । ଏହା ଦ୍ବାରା ଘରେ ସକାରାତ୍ମକ ମହୋଲ ତିଆରି ହେବ।

ଧନୁ: ସ୍ୱାସ୍ଥ୍ୟ ଟିକେ ଖରାପ ରହିପାରେ। ଜରୁରୀ କାମ କୁ ସମୟ ନ ଦେଇ ଅଯଥା ସମୟ ବର୍ବାଦ କରିବ ଆପଣଙ୍କ ପାଇଁ ଘାତକ ହେବ। ଜୀବନସାଥୀ ଙ୍କ ମିଶି କିଛି ରୋମାଞ୍ଚକ କାର୍ଯ୍ୟ କରିପାରନ୍ତି। ଆଜିଠୁ ଆପଣ ଜିମ୍ ଯିବା କଥା ଭାବି ପାରନ୍ତି।

ମକର: ଶାରୀରିକ ବ୍ୟାୟାମ ଆପଣଙ୍କ ପାଇଁ ଲାଭ ଦାୟକ ହେବ। ଦିନ ଆରମ୍ଭ ରୁ ଅର୍ଥହାନୀ ହେଇ ପରେ। ବିବାହ ପ୍ରସ୍ତାବ ନେଇ ଦିନ ଟି ଖୁବ୍ ଭଲ। ନିଜକୁ ଅଧିକ ସମୟ ଦେବେ। ଆପଣ ଙ୍କ ଜୀବନ ସାଥି ଆପଣ ଙ୍କ ପାଇଁ କିଛି ଖାସ୍ କରି ପାରନ୍ତି। ଆଜି ଆପଣ ଫୋଟୋଗ୍ରାଫି କରି କିଛି ସ୍ମୃତି ସାଇତି ପାରନ୍ତି।

କୁମ୍ଭ: ବାଦ ବିବାଦ ରୁ ବଞ୍ଚି ରୁହନ୍ତୁ। କିଛି ଲୋକ ଜାଣିଶୁଣି ଆପଣଙ୍କୁ ଫସାଇବାକୁ ଚେଷ୍ଟା କରିବେ। ଆଜି ଘରେ ବିବାହକୁ ନେଇ କଥାବାର୍ତ୍ତା ହୋଇପାରେ। ଅଜଣା ବ୍ୟକ୍ତିଙ୍କ କଥାରେ ଆପଣ ପୁଞ୍ଜି ନିବେଶ କରିଥିଲେ, ଆଜି ତାର ଫଳ ପାଇବେ ।

ମୀନ: ଆପଣଙ୍କ ସ୍ପଷ୍ଟ ଏବଂ ନିଡର ପ୍ରକୃତି ଆପଣଙ୍କ ବନ୍ଧୁଙ୍କୁ କଷ୍ଟ ଦେଇପାରେ। ଜୀବନସାଥୀଙ୍କ ସହ କିଛି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବନ୍ଧୁ ଏବଂ ଜୀବନସାଥୀଙ୍କ ଠାରୁ ସୁଖ ଲାଭ କରିବେ । କିନ୍ତୁ ଦିନ ସାରା ଆପଣ ଭାବୁକ ହୋଇ ପାରନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Know more about how you spend our day. stay connected with oneindia odia Daily horoscope.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X