ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଦିନ
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନଇଣ୍ଡିଆ ଓଡିଆ ଦ
ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା, ପ୍ରେମ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ୱାନଇଣ୍ଡିଆ ଓଡିଆ ଦୈନିକ ରାଶିଫଳ ସହ ଯୋଡି ହୋଇ ରୁହନ୍ତୁ ...

ମେଷ: ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ। ଆଜି ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି । ଆପଣ ଅମିମାଂସିତ ସମସ୍ୟାର ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିପାରନ୍ତି ।
ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି । ଦ୍ୱିପ୍ରହରରେ ଅର୍ଥ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ। ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖଦାୟକ ହେବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ବଢିବ ।
କର୍କଟ: ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ । ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ ।
ସିଂହ: ଆପଣ ଏକକାଳୀନ ବିଷର୍ଣ୍ଣତା ଓ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି । ହେଲେ ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆଙ୍କ ସହିତ ଭୁଲ ବୁଝାମଣା ହୋଇପାରେ ।
କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଖୁବ ଭଲ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ। ଆଜି ବନ୍ଧୁମିଳନ ଘଟିପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ ।
ତୁଳା: ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । ମତାନ୍ତର ଓ ମନାନ୍ତରରୁ ଦୂରେଇ ରହିବା ନିମନ୍ତେ ନିଜର ବାର୍ତ୍ତାଳାପରେ ସଂଞ୍ଜତ ହୁଅନ୍ତୁ । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ହୋଇପାରେ ।
ବିଛା: ଆଜି ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭପ୍ରଦ ହେବ। ଆପଣ ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ଦିନର ଶେଷରେ ଏକ ଖୁସି ଖବର ମିଳିପାରେ ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂୟମତା ରକ୍ଷା କରନ୍ତୁ । ସ୍ୱାସ୍ଥ୍ୟରେ ଅବନତି ହେବା ସହ ଦୁର୍ଘଟଣାର ସାମନା କରିପାରନ୍ତି । ତେଣୁ ସାବଧାନ ରୁହନ୍ତୁ ।
ମକର: ପରିଶ୍ରମୀ ହୁଅନ୍ତୁ ଓ ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ୱପ୍ନ ଉପରେ ଭରଷା ରଖନ୍ତୁ । ଆପଣଙ୍କ ସଂଗଠନରେ କିଛି ଅପ୍ରୀତିକର ଘଟଣା ଘଟିବାର ସମ୍ଭାଵନା ଅଛି, ସେଥିପ୍ରତି ସତର୍କ ରୁହନ୍ତୁ ।
କୁମ୍ଭ: କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ ତେବେ ତାହା ଅତିଶୀଘ୍ର ପୂର୍ଣ୍ଣ ହେବ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇଵ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇଵ ।
ମୀନ: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ । ଆପଣଙ୍କର ପ୍ରତିଦ୍ୱନ୍ଦୀ ପରାଜୟ ସ୍ୱୀକାର କରିବେ ।












Click it and Unblock the Notifications