ଆଜିର ରାଶିଫଳ: କେମିତି କଟିବ ଆଜିର ଦିନ, ଜାଣନ୍ତୁ?

କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଓ ପରିବାର ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....

କେମିତି ରହିବ ଆପଣଙ୍କ ଆଜିର ଦିନ ? ପ୍ରେମ,ଶିକ୍ଷା, ବ୍ୟବସାୟ ଓ ପରିବାର ଆଦିରେ କଣ ରହିଛି ରାଶି ଉପରେ ଗ୍ରହର ସ୍ଥିତି? ଏସବୁ ବିଷୟ ରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ ଆଜିର ରାଶିଫଳ....

rashi

ମେଷ: ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ। ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ସେଗୁଡିକର ସାମନା କରିବେ । ଭାବିଚିନ୍ତି କାମ କରନ୍ତୁ । ନଚେତ୍ ବହୁତ୍ ପଛରେ ରହିଯିବେ। ପରିବାର ସଦସ୍ୟଙ୍କ ସହ କିଛି ସମୟ ବିତେଇବେ।

ବୃଷ: ଆଜି ଆପଣ ଦେହ ସୁସ୍ଥ ରହିବ । ଅନେକ ଦିନରୁ ବିବାହ କୁ ନେଇ ଚିନ୍ତା ରେ ଥିଲେ , ଆଜି ବିବାହର ଯୋଗ ରହିଛି । ଦୂର ସ୍ଥାନ କୁ ଭ୍ରମଣର ଯୋଜନା କରିପାରନ୍ତି । ଅଯଥା ଖର୍ଚ୍ଚ ବଢିବ , ଏହାକୁ ନେଇ ଆପଣ ପରବର୍ତ୍ତୀ ମୁହୂର୍ତ୍ତରେ ଚିନ୍ତିତ ରହିବେ।

ମିଥୁନ: ଆଜି ଦିନଟି ଏତେ ଶୁଭ ଦାୟକ ହେବ ନାହିଁ। କିଛି ନୂତନ କାର୍ଯ୍ୟ ର ଆରମ୍ଭ କରିପାରନ୍ତି। ସୁସ୍ଥ ରହିବେ । ପରିବାର ସହ ସମୟ ବିତାଇ ପାରନ୍ତି।

କର୍କଟ: ହଠାତ ଅଧିକ ମାତ୍ରାରେ ଖର୍ଚ୍ଚ କରିବେ । ନୂଆ କାମ ଆରମ୍ଭ କରି ପାରନ୍ତି। ଆଜି ଯାତ୍ରା କରନ୍ତୁ ନାହିଁ । ନଚେତ୍ ଦୁର୍ଘଟଣାର ଶିକାର ହୋଇପାରନ୍ତି। ସାବଧାନ ରୁହନ୍ତୁ।

ସିଂହ: ଆଜି ଆପଣ ଅସୁସ୍ଥତ ରହିବେ । ପରିବାର କେହି ଜଣଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସରକାରୀ କାମ ସାବଧାନ ହୋଇ କରନ୍ତୁ। କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ ।
କନ୍ୟା: ବନ୍ଧୁ ମିଳନର ଯୋଗ ରହିଛି। ଆଜି ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ଆଖ ପାଖରେ ଥିବା କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଅର୍ଥ ଲାଭ ହୋଇପାରେ ।

ତୁଳା: ଜରୁରୀ ଓ ନୂତନ କାମର ନିର୍ଣ୍ଣୟ ନିଅନ୍ତୁ ନାହିଁ । ଘରେ କୌଣସି କଥାକୁ ନେଇ ବଚସା ହୋଇପାରେ। ନିଜ କଥା ଉପରେ ସଂଯତ ରଖନ୍ତୁ । କାହାକୁ ଖରାପ ରେ କଥା କହିଲେ ସଂପର୍କ ରେ ତିକ୍ତତା ଦେଖା ଦେବ।

ବିଛା: ଆପଣଙ୍କର ଆଜିର ଦିନ ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଭଲ ରହିବ । ବହୁମୂଲ୍ୟ ସମୟ ନିଜ ପ୍ରିୟଜନଙ୍କ ପାଇଁ ଦେବେ । ଶୁଭ ଖବର ମିଳିବ । ପାରିବାର ସହ ବୁଲିବା ପାଇଁ ଯାଇପାରନ୍ତି।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ସେତେଟା ଭଲ ନାହିଁ। ରାଗରୁଷା ଠାରୁ ନିବୃତ ରୁହନ୍ତୁ । ଶାରୀରିକ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚ ବଢିବ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଭଲ । ଆଜି ଆପଣ ନିଜର ଅନ୍ତରଙ୍ଗ ବନ୍ଧୁଙ୍କ ସାକ୍ଷାତ କରିପାରନ୍ତି। ଯାତ୍ରା ଯୋଗ ରହିଛି ।ପ୍ରିୟ ସ୍ଥାନ କୁ ବୁଲି ଯାଇ ପାରନ୍ତି।

କୁମ୍ଭ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଚାକିରୀ ରେ ପଦୋନ୍ନତି ହୋଇପାରେ। ଭଲ କାର୍ଯ୍ୟ ଯୋଗୁଁ ପ୍ରଶଂସିତ ହେବେ। ପରିବାର ଲୋକ ମଧ୍ୟ ଆପଣଙ୍କ ସଫଳତାରେ ଖୁସି ହେବେ।

ମୀନ: ଆଜି ଆପଣ ଅସୁସ୍ଥ ରହିବେ। ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଟଙ୍କା ପଇସା ନେଇ କଳହ ହୋଇ ପାରେ। ଧ୍ୟାନର ସହ ଆଜିର ଦିନଟି ବିତାନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+