Get Updates
Get notified of breaking news, exclusive insights, and must-see stories!

ଦୈନିକ ରାଶିଫଳ: ଜାଣନ୍ତୁ କେମିତି ରହିବ ଆଜି ଆପଣଙ୍କର ଦିନ

ଦୈନିକ ରାଶିଫଳ: ଜାଣନ୍ତୁ କେମିତି ରହିବ ଆଜି ଆପଣଙ୍କର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଦିନଟି ସେତେଟା ଭଲରେ ରହିବ ନାହିଁ । ନୂଆ ବନ୍ଧୁକଙ୍କ ସହିତ ଭେଟ୍ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ । ଶତ୍ରୁମାନେ ପରାସ୍ତ ହେବେ, ତଥାପି ସତର୍କ ରହିବା ଆବଶ୍ୟକ । ପରିବାରରେ କେହି ଅସୁସ୍ଥ ହୋଇ ପାରନ୍ତି । ଆଜି ଆପଣ ଧନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ବୃଷ: ଆଜି ବିବାହିତ ଜୀବନ ସୁଖୀ ହେବ । ଅଧିକ କାମ ପାଇଁ ଆଜି ଆପଣଙ୍କ ମାନସିକ ଚାପ ବଢିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସତର୍କ ରହିବା ପାଇଁ ପଡିବ । ପରିବାର ସହାୟତା ଉପଲବ୍ଧ ହେବ । ଆପଣ ନିଜ ସାଥୀଙ୍କ ସହିତ କିଛି ସମୟ ବିତାଇ ପାରିବେ । ଆପଣଙ୍କ ବ୍ୟବହାର ଆଜି କାହାର ହୃଦୟରେ ଆଘାତ ଦେଇପାରେ । ଛାତ୍ରଛାତ୍ରୀ ମାନେ ପାଠ ପଢାରେ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ ।

ମିଥୁନ: ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନଟି କଟିବ । ବ୍ୟବସାୟୀମାନଙ୍କୁ ଭଲ ଲାଭ ମିଳିବ । ଆଗକୁ କିଛି ଗୁରୁତ୍ୱପୂର୍ଣ୍ଣ ପାରିବାରିକ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ, ନଚେତ୍ ଭବିଷ୍ୟତରେ ଆପଣଙ୍କ ପାଇଁ କିଛି ଜଟିଳ ସମସ୍ୟା ଉପୁଜିପାରେ । ପ୍ରତିରକ୍ଷା, ସିଭିଲ୍ ସର୍ଭିସେସ୍ ର ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ ।

Daily Horoscope

କର୍କଟ: ଆପଣଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପରିବାରରେ କୌଣସି ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ । ବ୍ୟବସାୟ ପ୍ରତି ଆପଣଙ୍କର ସଚେତନତା ଅନଲାଇନ୍ବ୍ୟ ବସାୟରେ ଲାଭଦାୟକ ହେବ । କାରବାରରେ ସାବଧାନ ରୁହନ୍ତୁ । ଚାକିରି କ୍ଷେତ୍ରରେ ସମ୍ମାନ ପାଇବ । ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ କିଛି ବଡ ପରିବର୍ତ୍ତନ ଆସିପାରେ । ପିଲାମାନଙ୍କ ସହିତ ଜଡିତ କୌଣସି ଖବର ସାନ୍ତ୍ୱନା ଦେବ । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାନ୍ତି ।

ସିଂହ: ଦିନଟି ଅନିଶ୍ଚିୟତା ଭିତରେ କଟିବ । ସେତେଟା ଭଲ ରେ ବିତିବ ନାହିଁ। ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣ କ୍ରୋଧିତ ହେବେ। ଆପଣ ନିଜର ମାଆଙ୍କୁ ନେଇ ଚିନ୍ତା ରେ ଥାଆନ୍ତି । ଆଜି ଟିକେ ବେଶୀ ଚିନ୍ତା କରିବେ। ପାଠ ପଢାରେ ମନ ଲାଗିବ ନାହିଁ ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବା ସହିତ ଆପଣଙ୍କ ପୁରସ୍କୃତ ହେବେ । କୌଣଲି ଖୁସି ଖବର ପାଇପାରନ୍ତି । ଛତ୍ରଛାତ୍ରୀ ପଠାପଢାରେ ଉନ୍ନତି କରିବେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ଦିନର ଖୁସି ଦ୍ଵିଗୁଣିତ ହେଇ ଯିବ।

ତୁଳା: ଆଜି ଦିନଟି ଶୁଭ ରହିବ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ସବୁ କ୍ଷେତ୍ରରେ ସଫଳ ହେବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ନୂଆ ଘର ଆଦି କ୍ରୟ କରି ପାରନ୍ତି। ପିଲାମାନେ ଜିଦଖୋର୍ ହେବେ। ସେମାନଙ୍କୁ ବୁଝାନ୍ତୁ ।

ବିଛା: ପାରିବାରିକ ସମସ୍ୟା ଦେଖାଦେଇ ପାରେ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । ଦୂରସ୍ଥାନ ଯାତ୍ରା କରନ୍ତୁ ନାହିଁ । ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ। ନଚେତ ଅନେକ ସମସ୍ୟାର ସମ୍ମୁଖିନ ହେବେ ।

ଧନୁ: ଆଜି ଆପଣଙ୍କୁ ଜଗିରଖି ରହିବା ପାଇଁ ପଡିବ । ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ । ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆର୍ଥିକ ଅନାଟନ ଲାଗିରହିବ । ଏନେଇ ଚିନ୍ତା ବଢିବ। ଦେଖି ଚାହିଁ କଥା କୁହନ୍ତୁ। ନଚେତ୍ ଅଯଥା କଳହ ଭିତରେ ପେଶୀ ହେବେ। ଏହାଦ୍ବାରା ଆପଣଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେବ ।

ମକର: ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । କ୍ୟାରିୟର ନିର୍ମାଣ କ୍ଷେତ୍ରରେ ଆଶାର କିରଣ ସୃଷ୍ଟି ହେବ, ଯାହା ଭବିଷ୍ୟତରେ ଲାଭ ଏବଂ ସୁଖ ପ୍ରଦାନ କରିବ । ଚାକିରିରେ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତିଦ୍ୱନ୍ଦ୍ୱୀମାନେ କିଛି ମାତ୍ରାରେ ସକ୍ରିୟ ରହିବେ । ଖର୍ଚ୍ଚ ଅଧିକ ହୋଇପାରେ ।

କୁମ୍ଭ: ଭ୍ରମଣ ଯୋଗ ରହିଛି । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସହିତ ଝଗଡା ହୋଇପାରେ । ମାନସିକ ଚିନ୍ତା ବଢିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବ ।

ମୀନ: ପରିବାର ଏବଂ ଜୀବନସାଥୀ ସହିତ ହସଖୁସିରେ ପ୍ରତି ମୁହୂର୍ତ୍ତ ଆପଣ ବିତାଇବେ। ଦୂରସ୍ଥାନକୁ ଯାତ୍ରା କଲେ ସୁଫଳ ପାଇବେ । ବେରୋଜଗାରମାନଙ୍କୁ ଆଜି ଚାକିରୀ ମିଳିବା କଷ୍ଟ ହୋଇପାରେ । କିନ୍ତୁ ଆପଣ ଆପଣଙ୍କର ଚେଷ୍ଟା ଜାରି ରଖନ୍ତୁ । ଦେଖିବେ ଖୁବ ଶୀଘ୍ର ସଫଳ ହେବେ । କିଛି ନୂତନ ଖର୍ଚ୍ଚ ମଧ୍ୟ ଆସିବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟରେ କିଛି ବିଳମ୍ବ ହୋଇପାରେ । କାହା ସହିତ ମତଭେଦ ଦେଖାଦେଇ ପାରେ । କ୍ଳାନ୍ତ ଅନୁଭବ କରିବ । ପାରିବାରିକ ସମସ୍ୟା ଜାରିରହିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+