For Quick Alerts
Turn On Notification  
For Daily Alerts
Oneindia App Download

8th December Horoscope: ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଜିର ଦିନ

8th December Horoscope: ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଜିର ଦିନ

|

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହବି । ପରିବାର ସହ ଆନ୍ଦରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ରହିବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବାସାୟରେ ଉନ୍ନତି ହେବ । କର୍ମ ଖେତ୍ରରେ ସମ୍ପୁର୍ଣ୍ଣ ଆଗ୍ରହର ସହ ନିଜ କାର୍ଯ୍ୟ ଶେଷ କରିବେ । ଦୂରଯାତ୍ରା କରିପାରନ୍ତି । ଶୁଭ ରଙ୍ଗ-ହଳଦିଆ

RASHI PHALA

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଅନେକ ଦିନରୁ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟିବ । ବ୍ୟବାସାୟ କରୁଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଶତ୍ରୁ ମାନେ କୌଣସି କ୍ଷତି କରିପାରିବେ ନାହିଁ । ଯାତାୟତ ସମୟରେ ସତର୍କ ରୁହନ୍ତୁ । ପାରିବାରିକ ସମସ୍ୟା ପାଇଁ ଚିନ୍ତାରେ ରହିବେ ।

ମିଥୁନ: ଆଜିର ଦିନଟି ଆପଣ ଧାର୍ମୀକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ପ୍ରତିଷ୍ଠା ଏବଂ ମାନସମ୍ମାନ ବୃଦ୍ଧି ପାଇବ । ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ । ନୂଆ ଲକ୍ଷ ପୂରଣ କରିବା ପାଇଁ ପରିବାରର ସାହାଯ୍ୟ ସହଯୋଗ ପାଇବେ । ବକୟା ଟଙ୍କା ଫେରି ପାଇବେ । ଛାତ୍ରଛାତ୍ରୀ ପାଠପଢାରେ ସମୟ ଅତିବାହିତ କରିବେ ।

କର୍କଟ: ଶୁଭ ଖବର ପାଇପାରନ୍ତି । ଆର୍ଥିକ ସମସ୍ୟା ଦୂର ହେବ । ଛାତ୍ରଛାତ୍ରୀ ପାଠପଢାରେ ମନ ଲଗାଇବେ । କୌଣସି କାରଣରୁ ଦୂରଯାତ୍ରା କରିପାରନ୍ତି । ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ପରିବରା ସହ ସମୟ ଅତିବାହିତ କରନ୍ତୁ ।

ସିଂହ:ରାଜନୀତି କ୍ଷେତ୍ରରେ ସୁଫଳ ପାଇବେ । ସାମାଜିକ ପତିଆରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ସୁନାମ ଅର୍ଜନ କରିବେ । ନୂଆ ଯାନବାହନ କିଣିବାରେ ସମସ୍ୟା ସୃଷ୍ଟି ହୋଇ ପାରେ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ ।

କନ୍ୟା: ଆଜିର ଦିନଟି ଭଲରେ କଟିବ । ପରିବାର ସହ ସମୟ ବିତାଇବେ । ଭାଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ହେବ । ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଚିନ୍ତାରେ ରହିପାରନ୍ତି । ଛୋଟପିଲାଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ ।

ତୁଳା:ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟେକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଧନ ପ୍ରାପ୍ତି ହେବ । ବିଦେଶ ଯାତ୍ରାର ସୁଯୋଗ ପାଇପାରନ୍ତି । କାର୍ଯ୍ୟାଳୟରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ ।

ବିଛା: ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅର୍ଥ ଲାଭ କରିପାରନ୍ତି । ଉଚ୍ଚ ଆଶା ପୂରଣ ହେବ । ବୈବାହିକ ଜୀବନ ସୁଖମୟ ହେବ ।

ଧନୁ:ପରିବାର ଓ ବନ୍ଧୁଙ୍କ ସହ ଦିନଟି କଟିବ । କର୍ତ୍ତବ୍ୟ ପରାୟଣ ହେବେ । ପରୀକ୍ଷା ଏବଂ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ

ମକର: କର୍ମକ୍ଷେତ୍ରରେ ଅନେକ ଦିନର ଆଶା ପୂରଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନୁକୂଳ ପରିଣାମ ପାଇବେ । ଜୀବନସାଥୀଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ ।

କୁମ୍ଭ: କାର୍ଯ୍ୟରେ ସଫଳତା ମିଳିବ । ଅଫିସ ପରିସ୍ଥିତିକୁ ନେଇ ଚିନ୍ତାରେ ରହିବେ । ରାସ୍ତାଘାଟରେ ସତର୍କ ହୋଇ ଯିବା ଆସିବା କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ: ଆଜି ଆପଣଙ୍କ ଦିନଟି ମିଶ୍ରିତ ଫଳ ଦେବ । ନିଜ ଭବିଷ୍ୟତ ପାଇଁ ବା କ୍ୟାରିୟର ପାଇଁ କୌଣସି ବଡ଼ ପଦକ୍ଷପ ନେଇ ପାରନ୍ତି । ପରିବାର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି କୌଣସି ଶୁଭ ସମ୍ବାଦ ପାଇପାରନ୍ତି । ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily horoscope 8th December prediction of the today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X