ଆଜିର ରାଶିଫଳ : କିପରି ରହିବ ଆପଣଙ୍କ ଆଜିର ଦିନ, ଜାଣନ୍ତୁ କ'ଣ କହୁଛି ରାଶି
ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।
ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: କିଛ ମାନସିକ ଚାପ ଓ ବିବାଦ ଆପଣଙ୍କୁ ବିରକ୍ତ କରି ପାରନ୍ତି । ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ ।ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ପାରିବାରିକ ଦାୟିତ୍ବକୁ ଅଣଦେଖା କଲେ କ୍ରୋଧର ଶିକାର ହେବେ
ବୃଷ: ଆଜି ବ୍ୟବସାୟୀ ଭାଗିଦାର ସହଯୋଗ କରିବେ ଓ ଆପଣ ତାଙ୍କ ସହିତ ମିଶି ବହୁତ ଦିନରୁ ରହି ଯାଇ ଥିବା କାର୍ଯ୍ୟ ପୁରା କରିପାରିବେ । ଆଜି କେହି ଜଣେ ଆଧ୍ୟାତ୍ମିକ ନେତା କିମ୍ବା ଗୁରୁଜନୋଚିତ ଲୋକ ପରାମର୍ଶ ପ୍ରଦାନ କରି ପାରନ୍ତି । ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇପାରେ।
ମିଥୁନ: କୌଣସି ଦାମିକା କାର୍ଯ୍ୟ କି ଯୋଜନାରେ ମୁଣ୍ଡ ଭର୍ତ୍ତି କରିବା ଆଗରୁ ଭଲ ଭାବରେ ଭାବି ଚିନ୍ତି ନିଅନ୍ତୁ ।ପରିବାରର ଆବଶ୍ୟକତା ପୂର୍ଣ୍ଣ କରିବାରେ ଆପଣ ନିଜ ବିଷୟରେ ଭାବିବା ଭୁଲି ଯାଇଛନ୍ତି । ଆଜି କିନ୍ତୁ ଆପଣ ନିଜପାଇଁ ସମୟ ବାହାର କରିପାରିବେ ।ବିବାହ ପରେ ପ୍ରେମ ଶୁଣିବାକୁ କଷ୍ଟକର ଲାଗେ, କିନ୍ତୁ ଆଜି ଆପଣଙ୍କୁ ସମ୍ଭବ ବୋଲି ଅନୁଭବ ହେବ ।
କର୍କଟ: ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଂକ ପ୍ରତି ଆକର୍ଷିତ ହେବେ । ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷକୁ ଟିକେ ବେଶୀ ଚିନ୍ତା କରିବେ । ଆଜି ଧାର୍ମିକ ଓ ସାମାଜିକ ଉତ୍ସବ ପାଇଁ ଉତ୍ତମ ଦିନ । ଆପଣଙ୍କୁ ଖୁସିରେ ଭରା ବୈବାହିକ ଜୀବନର ମହତ୍ୱ ଅନୁଭବ ହେବ ।
ସିଂହ: ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବିଗିଡ଼ି ଯାଇପାରେ । ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ।
କନ୍ୟା : ଆଜି ଆପଣଙ୍କ ଦିନ କେବଳ ମୋବାଇଲ ଦେଖି ଦେଖି ବିତି ଯିବ । ଦିନ ସରିବା ବେଳକୁ ଆପଣ ଭାବିବେ କାହିଁକି ଦିନ ନଷ୍ଟ କଲେ ବୋଲି। ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ ନିଜକୁ ଭାଗ୍ୟଶାଳୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ ।
ତୁଳା : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳି ପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ, କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରି ପାରେ । ବ୍ୟାପାରରେ ଆପଣଙ୍କର ଆଜି ଲାଭ ହୋଇପାରେ । ଆଜିର ଦିନରେ ଆପଣଙ୍କର ବ୍ୟାପାରକୁ ନୂଆ ସଫଳତା ମିଳିପାରେ । ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି ।
ବିଛା : ମନେ ରଖନ୍ତୁ କି ସହଯୋଗ ଜୀବନର କେନ୍ଦ୍ର ବିନ୍ଦୁ । ଆପଣଙ୍କ ପ୍ରିୟ ଆଜି ପ୍ରେମର ମନୋଦଶାରେ ଥିବେ ।ପାରିବାରିକ ଆସନ୍ତି ଯୋଗୁଁ ଆଜି ଆପଣଙ୍କ ମନ କାମରେ ଲାଗିବନାହିଁ ।ସେମାନେ ଆପଣଙ୍କୁ ଆଘାତ କରିପାରନ୍ତି । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ । ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି । ଆପଣାକୁ ଅନୁଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ ।
ଧନୁ: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ। ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇପାରେ। ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ସେ ସାରା ଜୀବନ ଆପଣଙ୍କ ସହିତ ସଂପର୍କ ରଖିବେ ।
ମକର: ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲରେ ଫିଲ୍ମ ଦେଖି ସମୟ କାଟିବେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବ । ପୁରୁଣା ସାଙ୍ଗ ଘରକୁ ଆସି ପାରନ୍ତି । ଅନେକ ବର୍ଷ ପରେ ସେମାନଙ୍କୁ ଦେଖି ଆନନ୍ଦିତ ହେବେ ।
କୁମ୍ଭ: ଅର୍ଥ ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ। ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି । ଆଗକୁ ସନ୍ତାନ ନେଇ ନବବିବାହିତ ଦମ୍ପତି ଚିନ୍ତା କରିପାରନ୍ତି । କିନ୍ତୁ କିଛି ଦିନ ପରେ ମନ ବଦଳେଇ ପାରନ୍ତି ।
ମୀନ: ଲାଭ ପାଇବା ପାଇଁ ବୟସ୍କ ଲୋକଙ୍କୁ ନିଜର ଆନ୍ତରିକ ଉର୍ଜାର ସକାରାତ୍ମକ ଉପଯୋଗ କରିବା ଉଚିତ ।ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି । ସାନ ଭାଇ-ଭଉଣୀ ଆପଣଙ୍କ ମତ ମାଗିବେ । ଆଜି ଆପଣଙ୍କ କାରଣରୁ ଚାରି ଆଡେ ପ୍ରେମ ହିଁ ପ୍ରେମ ବ୍ୟାପିବ ।ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି ।












Click it and Unblock the Notifications