Get Updates
Get notified of breaking news, exclusive insights, and must-see stories!

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା,ପ୍ରେମ ଏବଂ କ୍ୟାରିଅରରେ କିପରି ରହିବ ରାଶିର ଗ୍ରହର ସ୍ଥିତି ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ ...

ଆଜି କେମିତି ରହିବ ଆପଣଙ୍କ ଦିନ ? ଶିକ୍ଷା,ପ୍ରେମ ଏବଂ କ୍ୟାରିଅରରେ କିପରି ରହିବ ରାଶିର ଗ୍ରହର ସ୍ଥିତି ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ ...

rashi

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦେବ। ଆଧ୍ୟାତ୍ମିକ ରୁଚିର କାର୍ଯ୍ୟ କରିବା ପାଇଁ ଭଲ ଦିନ । ବ୍ୟବସାୟରେ ଲାଭ ଆଜି ଆପଣଙ୍କ ଚେହେରାରେ ଖୁସି ଆଣିପାରେ। ଆପଣଙ୍କ ବନ୍ଧୁ ଆପଣଙ୍କ ଠାରୁ କିଛି ସମୟ ଚାହାନ୍ତି, କିନ୍ତୁ ଆପଣ ତାଙ୍କ ଇଛା ପୂର୍ଣ୍ଣ କରିପାରିବେ ନାହିଁ । ଫଳରେ ସେ ଦୁଃଖି ହେବେ । ଆଜି ଆପଣଙ୍କ ଜୀବନସାଥୀ ସ୍ୱାର୍ଥପର ହୋଇ ପାରନ୍ତି । ଯାହା ଆପଣଙ୍କୁ କଷ୍ଟ ଦେଇପାରେ।

ବୃଷ: ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଦିନଟା ଶୁଭ । ଏହାକୁ ସଫଳ କରିବା ପାଇଁ ଅନ୍ୟ ଲୋକଙ୍କ ସାହାଯ୍ୟ ନିଅନ୍ତୁ । ଯଦିଓ କୌଣସି ବିଶେଷ କାରଣରୁ କିଛି ଅସୁବିଧା ସୃଷ୍ଟି ହେଇ ବି ଯାଏ,ତାହେଲେ ଆପଣ ଫେରିଲା ପରେ ତାକୁ ଆରାମରେ ସମାଧାନ କରି ପାରିବେ । ରାତିରେ ଅଫିସରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ। ଦୁର୍ଘଟଣା ହୋଇପାରେ । ଆପଣଙ୍କ ଜୀବନସାଥୀ ସତରେ ଆପଣଙ୍କ ପାଇଁ ଦେବଦୂତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ ।

ମିଥୁନ: ଆପଣଙ୍କ ପ୍ରେମକୁ ଅସ୍ବୀକାର କରି ପାରନ୍ତି । ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ । କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ । ଆଜି ଆପଣଙ୍କ ପତ୍ନୀ ଓ ପ୍ରେମିକା ଙ୍କ ସହିତ ଅଧିକ ସମୟ କାଟିବାକୁ ମିଳିବ ଯାହାଦ୍ୱାରା ସେ ଆପଣ ତାଙ୍କ ଉପରେ ଧ୍ୟାନ ଦେଉଥିବାର ଦେଖି ବହୁତ ଖୁସି ହେବେ । ହସମଜାରେ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କୌଣସି ପୁରୁଣା କଥାକୁ ନେଇକି ଝଗଡା ହୋଇପାରେ।

କର୍କଟ : ଆପଣଙ୍କର ଜୀବନସାଥୀର ଚାପ ଦୂର କରିବା ପାଇଁ ଘରୋଇ କାର୍ଯ୍ୟରେ ସାହାଯ୍ୟ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ତାଙ୍କ ସହିତ କାର୍ଯ୍ୟ କରିବାକୁ ଆନନ୍ଦ ମିଳିବ । ଆପଣଙ୍କୁ ଏମିତି ଅନୁଭବ ହୋଇ ପାରେକି ଆପଣଙ୍କ ସୃଜନଶୀଳତା କୌଣସି ଜାଗାରେ ହଜି ଯାଇଛି ତେଣୁ ଆପଣଙ୍କୁ ନିଷ୍ପତି ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ।

ସିଂହ: ଆଜି ଆପଣଙ୍କ ଦିନରେ ପ୍ରେମମୟ ରହିବ । ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ଆଜି କାର୍ଯ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆଜି ଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲ ହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି । ବ୍ୟବସାୟୀଙ୍କ ପାଇଁ ଦିନଟି ସାଧାରଣ ରହିବ। ଜୀବନସାଥୀର ନିରୀହତା ଆପଣଙ୍କ ଦିନକୁ ଅଧିକ ଭଲ କରିବ । ଦିନଟି ଅଳସୁଆ ଲାଗିପାରେ ।

କନ୍ୟା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ । ବନ୍ଧୁମାନଙ୍କ ସହିତ ସମୟ ବିତିବ । ବନ୍ଧୁ ମାନଙ୍କ ସହିତ ସମୟ କାଟିବା ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ । ଆପଣ ପଢ଼ା ବା ଚାକିରୀ ପାଇଁ ବାହାରେ ରହୁଛନ୍ତି ତାହେଲେ ଖାଲି ସମୟରେ ପରିବାର ସହିତ କଥା ହୋଇପାରନ୍ତି । ଏହି ସମୟରେ ଆପଣ ଭାବୁକ ହୋଇପାରନ୍ତି । ଜୀବନସାଥୀଙ୍କ ଦ୍ୱାରା ପରିବାର ଓ ସାଙ୍ଗ ମାନଙ୍କ ମଧ୍ୟରେ ନକରାତ୍ମକ ଭାବରେ ନିଜର ବୈବାହିକ ଜୀବନର କଥା କାହାକୁ କହିପାରନ୍ତି ।

ତୁଳା:ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଦିନ । ସକାଳ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମୌଜ ମଜଲିସ କରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ ।

ବିଛା: ଆପଣ ଯେକୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି । ଆଜି ଆପଣ ନିଜର ଦୃଢ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଦ୍ୱାରା କାର୍ଯ୍ୟସାଧନ କରିବେ । ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ଣ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ଯଥେଷ୍ଟ ପ୍ରଶଂସା କରିପାରନ୍ତି । କର୍ମକ୍ଷେତ୍ରରେ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ । ଦରମା ବୃଦ୍ଧି କିମ୍ବା ପଦୋନ୍ନତି ହୋଇପାରେ ।

ଧନୁ: ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । ସଂଧ୍ୟା ସମୟରେ ଆପଣ କିଛି ବାକି ଥିବା କାର୍ଯ୍ୟ ହାତକୁ ନେଇପାରନ୍ତି । ଦିନଟି ଭଲରେ କଟିବ ।

ମକର: ଆଜି ଆପଣ ନିଜର କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ । ଆପଣ ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରିବେ । ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଆପଣ ଯତ୍ନଶୀଳ ହେବେ । ସେଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟରକ୍ଷାର ସମସ୍ତ କୌଶଳ ଅଭ୍ୟାସ କରିବାକୁ ପଡିବ ।

କୁମ୍ଭ: ଆପଣଙ୍କ ବ୍ୟବସାୟ ପାର୍ଟନର ସହିତ ସନ୍ତୋଷଜନକ କାରବାର କରନ୍ତୁ। ଏହା ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସହକର୍ମୀଙ୍କ ସହିତ ଆଲୋଚନା ଏଡାନ୍ତୁ, ଏହା ତାଙ୍କ ସହିତ ଥିବା ଭଲ ସଂପର୍କ ନଷ୍ଟ କରିଦେଇପାରେ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ଆପଣଙ୍କ କାର୍ଯ୍ୟରେ ଆପଣ ଆଶା ଅନୁସାରେ ଫଳ ପାଇବେ ନାହିଁ । ଘରର ପରିବେଶ ଶାନ୍ତ ରହିବ ।

ମୀନ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସଂପର୍କ ରହିବ। କିନ୍ତୁ ଆପଣଙ୍କ ପାର୍ଟନରଙ୍କ ସହିତ ସାମାନ୍ୟ ଯୁକ୍ତିତର୍କ ହୋଇପାରେ । ଫଳରେ ଦିନର ଅବଶିଷ୍ଟ ସମୟ ଆପଣ ଦୁଃଖି ରହିପାରନ୍ତି । ସାବଧାନ ହୋଇ କଥାବାର୍ତ୍ତା କରନ୍ତୁ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+