For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ : କେମିତି କଟିବ ଆପଣଙ୍କ ଦିନ,ଜାଣନ୍ତୁ

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ? ପ୍ରେମ, ଭବିଷ୍ୟତ, ପରିବାରର ପାଇଁ କଣ ରହିଛି ଗ୍ରହର ସ୍ଥିତି , ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ଆଜିର ରାଶିଫଳ....

|

ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ ? ପ୍ରେମ, ଭବିଷ୍ୟତ, ପରିବାରର ପାଇଁ କଣ ରହିଛି ଗ୍ରହର ସ୍ଥିତି , ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆ ଆଜିର ରାଶିଫଳ....

astrology

ମେଷ: ପିଲାମାନେ ଆଶା ପୁରୁଣ ନ କରିବା କାରଣରୁ ଆପଣ ନିରାଶ ହୋଇ ପାରନ୍ତି । ସ୍ୱପ୍ନକୁ ପୁରା ପାଇଁ ତାଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି । ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ ଓ ନିଜ ଚିହ୍ନା ଲୋକଙ୍କ ଠାରୁ ପରାମର୍ଶ ନିହାତି ନିଅନ୍ତୁ । ସମୟର ଚାହିଦା ଅନୁସାରେ ଆପଣ ସମସ୍ତଙ୍କ ଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦ କରିବେ। ଏହା ଆପଣଙ୍କ ପାଇଁ ହିତକାରୀ ମଧ୍ୟ ହେବ । ବୈବାହିକ ଜୀବନ ଅଧିକ ସୁଖମୟ ହେବ।

ବୃଷ : ଲୋକ ବିଶେଷ କରି ଆପଣଙ୍କ ପ୍ରଶଂସା କରି ପାରନ୍ତି । ଆଜି ଦିନଟି ଭଲରେ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । କୌଣସି ଭୁଲ କାମରେ ଆସକ୍ତ ହୁଅନ୍ତୁ ନାହିଁ । ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ। ଆଜି ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ।

ମିଥୁନ: ଭବିଷ୍ୟତରେ ଆର୍ଥିକ ଉନ୍ନତି ପାଇଁ ଆଜିଠାରୁ ସଞ୍ଚୟ କରନ୍ତୁ। ପୂର୍ବପୁରୁଷଙ୍କ ଜମିର ଖବର ଶୁଣିକି ପରିବାର ଲୋକ ଖୁସି ହେବେ । ଆଜି ଆପଣ ନିଜ ପ୍ରିୟକୁ ନିଜ ମନ କଥା କହିବା ପାଇଁ ଅସୁବିଧା ଅନୁଭବ କରିବେ । ପର୍ଯ୍ୟଟନ କ୍ଷେତ୍ର ଆପଣଙ୍କୁ ଉତ୍ତମ କ୍ୟାରିଅର ଦେଇ ପାରେ । ଏହି ସମୟ ନିଜର ଆଶାକୁ ବୁଝିବା ଓ ତାହାକୁ ପୁରା କରିବା ପାଇଁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି।

କର୍କଟ: ଆଜି ଆପଣ ଦିନ ସାରା ଫୁର୍ତ୍ତୀ ରହିବେ ଓ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପରବାରଘ ଲୋକେ ଆଜି ଆପଣଙ୍କ ଉପରେ ଘର କାମ ନ କରିବା ଯୋଗୁ ଅଧିକ ଚିଡ଼ିବେ । ପ୍ରେମ ଜୀବନର ଦୃଷ୍ଟିରୁ ଆଜି ଦିନ ଅତି ଉତ୍ତମ। କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ମିଳିପାରେ । ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ।

ସିଂହ: ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ । ଜୀବନସାଥୀ ଆପଣଙ୍କୁ ନିଶା ଛାଡ଼ିବାକୁ ଉତ୍ସାହିତ କରିବେ । ଏହା ସମୟ ଅନ୍ୟ ଖରାପ ନିଶା ଛାଡ଼ିବାକୁ ବି ଉତ୍ତମ। କାରଣ ଯେତେବେଳେ ଲୁହା ଗରମ ଥାଏ ତେବେ ହିଁ ବାଡେଇବା କଥା।

କନ୍ୟା: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ। ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି। ବନ୍ଧୁ ମାନଙ୍କ ସହିତ ସମୟ କାଟିବା ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ । ନିଜର ପ୍ରିୟଜନଙ୍କୁ ଅବହେଳା କରିବା କାରଣରୁ ଘରେ ବିବାଦ ହୋଇ ପାରେ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ ।

ତୁଳା: ଆଜି ପାର୍ଟିରେ ଆପଣ କୋଣସି ଏମିତି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ । ଆଜି ଆପଣଙ୍କ ପ୍ରଫୁଲ ଭରା ବ୍ୟବହାର କାରଣରୁ ଆପଣଙ୍କ ଆଖପାଖ ଲୋକ ଖୁସି ରହିବେ । ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ହେବା । ଯଦି ଆପଣ ଚେଷ୍ଟା କରିବେ ତାହେଲେ ଆପଣ ନିଜର ଜୀବନ-ସାଥୀ ସହିତ ଜୀବନର ସବୁଠୁ ଉତ୍ତମ ଦିନ କାଟି ପାରିବେ ।

ବିଛା: ଘରୋଇ ବିବାଦ ଆପଣଙ୍କୁ ମାନସିକ ଚାପ ଦେଇ ପାରେ । ଯେଉଁ ବ୍ୟାପାରୀ ମାନଙ୍କର ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଅଛି ସେମାନେ ବିଶେଷତଃ ବେଶୀ ସଂଯମତାର ସହିତ ଆଜି ଖର୍ଚ୍ଚ କରିବା ଉଚିତ କାରଣ ଆଜି ଧନହାନୀର ସମ୍ଭାବନା ବହୁତ ଅଛି । ଆଜି ଦିନଟା ଖୁସି ଭରା ରହିବ। କାରଣ ଆପଣଙ୍କୁ ଆପଣଙ୍କର ଜୀବନସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ। ଉତ୍ତମ ଜୀବନସାଥୀ ସହିତ ଜୀବନ ସତରେ ଅଦ୍ଭୁତ ଲାଗେ ଓ ଆଜି ଆପଣ ଏହି କଥାକୁ ଅନୁଭବ ମଧ୍ୟ କରିବେ ।

ଧନୁ: ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ । ଆପଣ ଯଦି ଆଜି ଆପଣଙ୍କ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାପାଇଁ ଯାଉଛନ୍ତି ତେବେ ସାବଧାନ ହୋଇ ରହିବେ । ନଚେତ ଅଯଥା ଅପବ୍ୟୟ ହେବାର ସମ୍ଭାବନନା ରହିଛି । ଏହି ରାଶିର ଛାତ୍ର ଛାତ୍ରୀ ମାନେ ବହୁତ ସମୟ ଟିଭି ଓ ମୋବାଇଲ ଦେଖି କାଟିବେ। ଏହା ସେମାନଙ୍କର ସମୟ କେବଳ ନଷ୍ଟ କରିବ ।

ମକର: ଗର୍ଭବତୀ ମହିଳା ମାନଙ୍କ ଚଲାବୁଲା କଲା ସମୟରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବ ତା ଏମିତି ଲୋକଙ୍କ ଠୁ ଦୁରେଇ ରୁହନ୍ତୁ ଯେଉଁ ମାନେ ସିଗାରେଟ ଟାଣନ୍ତି,କାରଣ ଏହା କାରଣରୁ ନବଜାତ ଶିଶୁକୁ ବିପଦ ହୋଇ ପାରେ । ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ । କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ। ଆଜି ନିଜ ସୀମା ବାହାରକୁ ଯାଇକି ବଡ଼ ପଦରେ ବସି ଥିବା ଲୋକଙ୍କ ସହିତ ସାକ୍ଷାତ କରି ପାରିବେ। ଆଜି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ ।

କୁମ୍ଭ: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ମାନସିକ ଚାପ ଠାରୁ ଆରାମ ମିଳିବ । ପ୍ରେମ କରିବାକୁ ଆଜି କିଛି ସୁଯୋଗ ମିଳିବ ନାହିଁ। ଯଦି ଆପଣ ଲମ୍ବା ସମୟରୁ କାହା ସହିତ କଥା ହେବାକୁ ଚେଷ୍ଟା କରୁଥିଲେ, ତାହେଲେ ଆଜି ତାଙ୍କ ସହିତ କଥା ହୋଇ ପାରନ୍ତି । ଆଜି କୌଣସି କାରଣରୁ ଅଫିସରୁ ଶୀଘ୍ର ଘରକୁ ଫେରିପାରନ୍ତି । ପରିବାର ସହିତ ପିକନିକ ବା ବାହାରକୁ ବୁଲିଯିବାପାଇଁ ଯୋଜନା କରିପାରନ୍ତି ।

ମୀନ: ନିଷ୍ପତି ନେବା ସମୟରେ ନିଜର ଗର୍ବକୁ ମଝିରେ ଆସିବାକୁ ଦିଅନ୍ତୁ ନାହିଁ। ନିଜଠୁ କନିଷ୍ଠ ସହକର୍ମୀ ମାନଙ୍କ କଥା ଉପରେ ଗୁରୁତ୍ୱ ଦିଅନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ ଖରାପ ହେଇଯିବ ଦେଖି ଆପଣ ମନଦୁଃଖ କରିବେ ଓ ସେ କଥା ଭାବି ସମୟ ମଧ୍ୟ ନଷ୍ଟ କରିବେ । ଆଜି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ବେଶୀ ହିଁ ଯୁକ୍ତିତର୍କ ହୋଇ ପାରେ ଯାହାର ଦୂରଗାମୀ ପରିଣାମ ବୈବାହିକ ଜୀବନ ପାଇଁ ନକରାତ୍ମକ ହୋଇ ପାରେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
nd English description: All zodiac signs have their own characteristics and traits which define someone’s personality. Wouldn’t it be helpful if you started your day by already knowing about what’s going to come your way? Read on to find out whether the odds will be in your favour today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X