For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ: ସୁଧୁରିବ କି ଆପଣଙ୍କ ଆର୍ଥିକ ସ୍ଥିତି, ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

|

ମେ​ଷ :​‌ ଆଜିର ଦିନଟିକୁ ଆପଣ ଆନନ୍ଦମୟ ରହିବ। ଆପଣ ଆଜି ସ୍ନେହୀ ଓ ସାହସୀ ହେବେ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସହାୟତା ମିଳିପାରେ। ବିଦ୍ୟାର୍ଥୀ ସଫଳ ହେବେ। ପରିବାର ସଦସ୍ୟଙ୍କ ଭିତରେ ବୁଝା ମଣା ଠିକ୍ ରହିବ।

ବୃଷ : ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିବ। ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ନିଜର କାର୍ଯ୍ୟ ନେଇ ଖୁବ୍ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ପରିବାର ସହିତ ସମୟ ବିତାଇବେ। ଛୋଟ ପିଲାଙ୍କ ସହିତ ଖେଳି ଦିନ ବିତିବା ସହିତ ଆପଣ ଖୁସି ରହିବେ ।

 astrology

ମିଥୁନ : ନିଜ ଉପରେ ନିୟନ୍ତ୍ରଣ ରଖିବେ। ଆଇନଗତ କାର୍ଯ୍ୟରେ ଆଜି ସଫଳ ହେବେ। ଅର୍ଥ ଲାଭ ହେବାର ଯୋଗ ରହିଛି। ବ୍ୟବସାୟୀ ମାନେ ଅର୍ଥ ଲାଭ ପାଇବେ । ସନ୍ତାନଙ୍କ ପାଠ ପଢା ପାଇଁ ଚିନ୍ତା ବୃଦ୍ଧି ହେବ। ସେମାନେ ପରିଶ୍ରମୀ ହେବେ। କୌଣସି ଏକ ଜିନିଷ ପାଇଁ ଜିଦ୍ କରି ପାରନ୍ତି। ଆପଣ ସେ ଜିଦ୍ ଆଗରେ ହାରି ଯିବେ।

କର୍କଟ : ଦିନଟି ଭଲରେ କଟିବ। ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ । ଏନେଇ ସବୁ ଧନ ଆପଣ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ପରିବାର ସହିତ ଭଲ ସମୟ ବିତାଇବେ। ଶାରିରୀକ ସୁସ୍ଥତା ବଜାୟ ରହିବ। ଏହି କାର୍ଯ୍ୟକ୍ରମ ରେ ପୁରୁଣା ବନ୍ଧୁ ସାମିଲ ହୋଇ ପାରନ୍ତି। ଅନେକ ଦିନ ପରେ ବନ୍ଧୁ ମିଳନର ଯୋଗ ରହିଛି।

ସିଂହ : କର୍ମକ୍ଷେତ୍ରରେ ନିଜର ଜ୍ଞାନର ବିନିଯୋଗ କରିବେ। ଆପଣଙ୍କୁ ଆଜି ଧନ ଓ ସମ୍ମାନ ମିଳିପାରେ। କାର୍ଯ୍ୟାଳୟ ରେ ଆପଣଙ୍କ କାମକୁ ଖୁବ୍ ପ୍ରଶଂସା କରିବେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ନିଜର ପ୍ରିୟ ବ୍ୟକ୍ତିଙ୍କ ସହିତ ଦୂର ଯାତ୍ରା ଆପଣଙ୍କୁ ଆହୁରି ଖୁସି ଦେବ।

କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ବ୍ୟବସାୟରେ ଲାଭ ମିଳିବ । ପାରିବାରିକ ସ୍ନେହରେ ପରିବାର ସଦସ୍ୟ ଙ୍କୁ ଆପଣ ବାନ୍ଧି ରଖିବେ। ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ। ମା ଙ୍କ ଅସୁସ୍ଥତା କଷ୍ଟ ଦେବ। ଦିନ ସାରା ଆପଣ ଚିନ୍ତିତ ଏବଂ ଦୁଃଖୀ ରହିବେ।

ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ ଆହୁରି ମଧୁମୟ କରନ୍ତୁ। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ। ଖୁବ୍ ଆଗକୁ ବଢ଼ିବେ। ସର୍ବଦା କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ସେଥିରେ ସଫଳ ମଧ୍ୟ ହେବେ।

ବିଛା : ଧୈର୍ଯ୍ୟର ସହିତ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ଆଜିର ଦିନରେ କରନ୍ତୁ ନାହିଁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ। ଦୁର୍ଘଟଣା ର ସାମ୍ନା କରିପାରନ୍ତି। ଘରୁ ବାହାରିବା ବେଳେ ଗୁରୁଜନ ଙ୍କ ଆଶିର୍ବାଦ ନେଇ ଯାଆନ୍ତୁ। ଭଗଵାନ ଙ୍କୁ ବିଶ୍ୱାସ କରନ୍ତୁ ।

ଧନୁ : ସେବା ଭାବନାର ଆଗରେ ରହିବେ। କାର୍ଯ୍ୟାଳୟ ରେ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ପରିଶ୍ରମୀ ହେବେ। ପାଠ ପଢା କୁ ନେଇ ଅଧିକ ଚିନ୍ତା କରିବେ। ଭବିଷ୍ୟ ଖୁବ୍ ଭଲ ରହିଛି। ଆପଣ ପିଲାଙ୍କୁ କୌଣସି କାମ ପାଇଁ ବାଧ୍ୟ କରନ୍ତୁ ନାହିଁ ।

ମକର : ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧାରେ ପକାଇବା। ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ମନରେ ଅହଂକାର ରଖନ୍ତୁ ନାହିଁ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିବା ଖୁସିରେ ଖୁସି ହେବେ ପୁରା ପରିବାର ।

କୁମ୍ଭ : ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। କେଉଁ ବି ସୋର୍ସରୁ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି। ଭଲ ଜାଗାକୁ ବୁଲି ଯିବା ଯୋଗୁଁ ମନ ଅତ୍ୟନ୍ତ ଖୁସି ରହିବ ।

ମୀନ : କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଜି ଆପଣ ସାମିଲ ହୋଇପାରନ୍ତି। ଦେବ । ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। କଠିନ ପରିଶ୍ରମ ଦ୍ବାରା ଆପଣ ସର୍ବଦା ସଫଳ ହେବେ। ପାଠ ପଢା ଠାରୁ ଅଫିସ୍ କାମ, ଆପଣ ସବୁଥିରେ ଆଗୁଆ ରହିବେ। ଆପଣଙ୍କ ଭିତରେ ଲିଡରସିପ କ୍ୱାଲିଟି ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope signifies the astrological predictions for all the 12 zodiac signs on a daily basis. It gives you forecasts for the day you choose and also for the near future sometimes. These daily predictions are given by expert astrologers for each of the 12 zodiac signs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X