ଆଜିର ରାଶିଫଳ : କେମିତି ବିତିବ ଆପଣଙ୍କ ଦିନ ?

କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆ ଆଜିର ରାଶିଫଳ...

କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ? ଏନେଇ ପଢନ୍ତୁ ୱାନଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ରହିବ ନାହିଁ। ଆପଣ ମାନସିକ ଭାବରେ ବିଶ୍ରାମବିହୀନ ରହିବେ । ଏଥିନେଇ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ କୌଣସି କାର୍ଯ୍ୟ କରିପାରିବେ ନାହିଁ । ଆଜି କିଛି ବି କାମ କରିବାରେ ଆପଣ ସଫଳ ହେବେ ନାହିଁ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ସ୍ଥଗିତ ରଖନ୍ତୁ । ଅଫିସ୍‌ ପକ୍ଷରୁ ବାହାରକୁ ଯାଇପାରନ୍ତି। ସତର୍କ ରୁହନ୍ତୁ। ଦେଖି ଚାହିଁ କାମ କରନ୍ତୁ। ନଚେତ ଆପଣଙ୍କ ଚିନ୍ତା ବଢିବ ।

ବୃଷ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ରହିବ । ଆଜି ଆପଣ ସୁସ୍ୱାଦୁ ଭୋଜନ ସହିତ ଖାଦ୍ୟ ଖାଇବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । କିିଛି ଭଲ ଦରକାରୀ ଜିନିଷ କିଣନ୍ତୁ । ଅଯଥା ଖର୍ଚ୍ଚ ଯୋଗୁଁ ଆଗାମୀ ଦିନ ଗୁଡ଼ିକ କଷ୍ଟ ସହିତ ବିତେଇବାକୁ ପଡିପାରେ। ବ୍ୟବସାୟୀ କ୍ଷତିର ସାମନା କରିବେ ।

ମିଥୁନ: ଆଜି ଦିନରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ବଢିଆ ଖାଦ୍ୟ ଖାଇ, ନିଜର ପ୍ରିୟ ପୋଷାକ ପିନ୍ଧିବା ସହିତ ବନ୍ଧୁ ଏବଂ ସମ୍ପର୍କୀୟ ଗହଣରେ ମଜା ମଜଲିସ୍‌ କରି ଆନନ୍ଦ ନେଇପାରନ୍ତି । ଶରୀରିକ ସୁସ୍ଥତା ବଜାୟ ରହିବ । ବିଦ୍ୟାର୍ଥୀ ସଫଳ ହେବେ । ସଫଳତା ପାଇଁ ଅଧିକ ପରିଶ୍ରମ କରିବେ ।

କର୍କଟ: ଆଜି ଦିନରେ ଆପଣ ଟେନସନରେ ରହିପାରନ୍ତି । ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବା ନେଇ ଭାବନ୍ତୁ। ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ବୁଝାମଣାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ବିଶେଷ କରି ମହିଳାମାନେ ଭଲ ବ୍ୟବହାର କରିବେ। ଗୋଟିଏ ଭଲ ଜାଗାକୁ ବୁଲିଯିବାର ସମ୍ଭାବନା ଅଛି । ଯଦି ଆପଣ ବିଳମ୍ବ କରିବେ ତେବେ ସୁଯୋଗ ହାତଛଡା ହୋଇଯିବ । ପିଲାମାନେ ଚିଡଚିଡା କରାଇ ପାରନ୍ତି । ଆପଣ ବିରକ୍ତ ନହୋଇ ସହଜରେ ସ୍ଥିତି ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ ।

କନ୍ୟା: ଆଜି ଆପଣଙ୍କ ପରିବାରକୁ ନେଇ ଚିନ୍ତା ବଢିବ । ବ୍ୟବସାୟ, ପାରିବାରିକ ସମସ୍ୟା ଦୂର ହୋଇପାରେ। ପରିବାର ସହ ସମୟ ଅତିବାହିତ କରନ୍ତୁ। ଭ୍ରମଣ ସମୟରେ ଧ୍ୟାନ ରଖନ୍ତୁ କେହି ଯେମିତି ଆପଣଙ୍କ ଠାରୁ ଦୂରେଇ ନଯାଆନ୍ତି । ସମସ୍ତଙ୍କ ସହ ସମ୍ପର୍କ ମଜବୁତ ହେବ । ବ୍ୟବସାୟୀ ମାନେ ସଫଳ ହେବେ ।

ତୁଳା: ଆଜି ଦିନଟି ପେଶାଦାର ମାନେ ଏବଂ ଅଫିସ୍‌ ଯାଉଥିବା ଲୋକମାନେ ସହକର୍ମୀମାନଙ୍କଠାରୁ ସହଯୋଗ ପାଇବେ। ଆପଣ ଗଭୀର ଭାବରେ ଭାଷା ଏବଂ ଜ୍ଞାନ ଭିତ୍ତିକ ବିଷୟ ଉପରେ ଅଧିକ ମଜ୍ଜି ରହିବେ । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଏଥିଯୋଗୁଁ ଆପଣଙ୍କ ମାନସିକ ଅବସ୍ଥା ଭଲ ରହିବ ।

ବିଛା: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ । ନିଜର ଦକ୍ଷତା ଉପରେ ଭରସା ରଖ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦ ଯନ୍ତ୍ରଣା ସହିତ ଆଉ କିଛି ଶାରିରୀକ ସମସ୍ୟା ଦେଖାଦେଇପାରେ । ସାବଧାନ ରୁହନ୍ତୁ। କିଛି ପସନ୍ଦର କାମ କରନ୍ତୁୁ ।

ଧନୁ: ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ । ପରୀକ୍ଷାରେ ଅସଫଳ ହୋଇ ପାରନ୍ତି ।

ମକର: କାର୍ଯ୍ୟ ଚାପ ଆପଣଙ୍କୁ ବିରକ୍ତ କରିବ। କାମରେ ସତର୍କ ରହିବା ଦ୍ଵାରା ଆପଣ ଦୀର୍ଘ ସମୟର ଲାଭ ପାଇପାରିବେ । ଅନେକ ଉପାୟରେ ଲାଭବାନ ହୋଇପାରେ ଯାହାର ଆପଣଙ୍କ କୌଣସି ଆଶା ନଥିବ । ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିପାରନ୍ତି । ବନ୍ଧୁଙ୍କ ସହିତ କିଛି ସମୟ ବିତାଇବାର ସୁଯୋଗ ମିଳିବ ।

କୁମ୍ଭ: ଆପଣଙ୍କ ପାଇଁ ଭଲ ଖବର ଆସି ଆପଣ ପାଇଁ ଖୁସି ଆଣିଦେବ । ସବୁ ସକାରାତ୍ମକ ରହିଛି । ଏହା ଆପଣଙ୍କ ମନୋଭାବରେ ମଧ୍ୟ ପ୍ରତିଫଳିତ ହେଉଛି । ଆପଣଙ୍କ ଖୁସିକୁ ଆପଣଙ୍କ ପରିବାର ସହ ବାଣ୍ଟନ୍ତୁ। ଦେଖିବେ ଆପଣଙ୍କୁ ଭଲ ଲାଗିବ। ପିଲାମାନେ ଖୁସି ଖବର ଦେବେ । ପରିବାରକୁ ନେଇ ଖୁସି ବଜାୟ ରହିବ ।

ମୀନ: ଆଜି ଆପଣଙ୍କୁ କେହି ଅଜଣା ଲୋକ ମିଠା ମିଠା କଥା କହି କାମରେ ଫସାଇ ଦେଇ ପାରେ। ଏଥିନେଇ ସାବଧାନ ରୁହନ୍ତୁ। ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ । ପତି-ପତ୍ନୀଙ୍କ ସହ ପୁରୁଣା ବିବାଦର ସମାଧାନ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବିଶେଷ ଅର୍ଥହାନୀ ଘଟିବ ନାହିଁ। ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+