For Quick Alerts
Turn On Notification  
For Daily Alerts
Oneindia App Download

ଦୈନିକ ରାଶିଫଳ: ଆପଣ ଆଜି ପାଇବେ କି ଲାଭ, ପଢନ୍ତୁ କ'ଣ କହୁଛି ଆପଣଙ୍କ ରାଶି

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

|

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଜି ଦିନଟା ଯାକ ଆପଣ ବହୁତ ଖୁସି ଅନୁଭବ କରିବେ ଓ ଅପରିଚିତ ବ୍ୟକ୍ତିବି ନିଜ ପରି ଲାଗି ପାରନ୍ତି। ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ । ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ ।

ବୃଷ: ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ ଠାରୁ ହିଁ ହେବ । ଆଜି ଆପଣ ଅନ୍ୟ ଦିନ ତୁଳନାରେ ନିଜର ଲକ୍ଷକୁ ଟିକେ ବେଶୀ ଉଚ୍ଚ ଉଦ୍ଦେଶ୍ୟ ପ୍ରାପ୍ତ କରି ପାରିବେ । ଯଦି ପରିଣାମ ଆପଣଙ୍କ ଆଶା ହିସାବରେ ନ ଆସେ, ତାହେଲେ ନିରାଶ ହେବେ ନାହିଁ । ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି ।

ମିଥୁନ: ପିଲା ମାନଙ୍କ କାରଣରୁ ଆପଣଙ୍କ ସନ୍ଧ୍ୟା ଖୁସିରେ ଚମକିବ । ଥକା ଓ ଦୁର୍ବଳତାକୁ ବିଦାୟ କରିବା ପାଇଁ ଗୋଟେ ବଢିଆ ଦିନରର ଯୋଜନା ବନାନ୍ତୁ । ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ । କୌଣସି ଏମିତି ବନ୍ଧୁ ଯିଏ ବହୁତ ଦୂରରେ ରୁହନ୍ତି,ଆଜି ଆପଣଙ୍କୁ ସମ୍ପର୍କ କରି ପାରନ୍ତି ।

କର୍କଟ: ଆଜି ଆପଣଙ୍କ ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରନ୍ତି। ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ -ସହଭାଗୀ ମାନେ ଆପଙ୍କ ଲାଭ ଉଠେଇ ପାରନ୍ତି । ଆଜି ଆପଣ ସାନ ମାନଙ୍କ ସହିତ ହସ ଖୁସିରେ ଦିନ କାଟିବେ । ବୈବାହିକ ଜୀବନର ଦୃଷ୍ଟିରୁ ଯଦି ଦେଖିବେ ତାହେଲେ ଜିନିଷ ଆପଣଙ୍କ ପକ୍ଷରେ ଦେଖାଯିବ ।

ସିଂହ: ଯୋଗ ଯୋଗୁଁ ଆଜି ଆପଣଙ୍କ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଆଜି ଆପଣ ଜୀବନସାଥୀଙ୍କ ସହିତ ଘରର କିଛି ଜରୁରୀ ଜିନିଷ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବିଗିଡ଼ି ଯାଇପାରେ । ଆଜି ଦିନଟା ଖୁସି ଭରା ରହିବ,କାରଣ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ସବୁ ପ୍ରକାର ଖୁସି ଦେବାକୁ ପ୍ରୟାସ କରିବେ।

କନ୍ୟା : ଛୋଟ ମୋଟ ବାଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସହକର୍ମୀ ମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ । ଆଜି ଆପଣ ଆପଣଙ୍କ ଖାଲି ସମୟ ଟିଭି, ମୋବାଇଲ ବା ଇଣ୍ଟରନେଟ୍ ସର୍ଫିଙ୍ଗ କରି କାଟିବେ । ଏହାଦ୍ୱାରା ଆପଣଙ୍କ ଜୀବନସାଥୀ ଆପଣଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି କାରଣ ଆପଣ ତାଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସେ ଭାବିପାରନ୍ତି। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପାଇ ନିଜକୁ ଭାଗ୍ୟଶାଳୀ ଭାବୁଛନ୍ତି, ଏହି ସମୟର ଲାଭ ଉଠାନ୍ତୁ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ବିଦ୍ୟାର୍ଥୀ ନିଜ ପାଠ ପଢାରେ ସଫଳ ହେବେ । ଭବିଷ୍ୟତର ଚିନ୍ତା ଘାରିବ । ପରିବାରର ଆର୍ଶୀବାଦ ସର୍ବଦା ବଜାୟ ରହିବ ।

ବିଛା : ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ପରିବାର ଭିତରେ ଏନେଇ ଅଶାନ୍ତି ହୋଇପାରେ । ଛୋଟପିଲା ଏଥିରେ ଅଧିକ ପ୍ରଭାବିତ ହେବେ । ସାନସିକ ସ୍ତରରେ ସେମାନେ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ଭୟ କରିପାରନ୍ତି ।

ଧନୁ: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କୌଣସି ବଡ ସଂସ୍ଥାନରେ ଜଡିତ ହେବା ଆପଣ ମାନଙ୍କ ପାଇଁ ଅତି ଲାଭକାରୀ ହେବ। ଯଦିଓ ଆପଣଙ୍କ ଖର୍ଚ୍ଚ ଟିକେ ବଢି ଯାଇପାରେ। ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି ।

ମକର: ଆପଣଙ୍କ ହୃଦୟର ସ୍ପନ୍ଦନ ଆପଣଙ୍କ ପ୍ରିୟ ସହିତ ଏମିତି ଚାଲିବ ଯେପରି ଜୀବନରେ ପ୍ରେମର ସଂଗୀତ ବାଜି ଉଠିବ । ବଡ଼ ଉଦ୍ୟୋଗପତିଙ୍କ ସହିତ ଭାଗୀଦାରୀତାର ବ୍ୟବସାୟ ଲାଭକାରୀ ରହିବ । ଏହି ସମୟ ନିଜ ଯୋଜନା ଓ ଶକ୍ତିକୁ ପରୀକ୍ଷା କରିବା ପାଇଁ ଶୁଭ ଅଛି । ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ ଖୁସି ଦେବ ।

କୁମ୍ଭ: ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ । ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ । ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ। ପିଲା ମାନଙ୍କୁ ପାଠ ଉପରେ ଲଗେଇ ଓ ଭଵିଷ୍ୟ ପାଇଁ ଯୋଜନା ବନେଇବାର ଆବଶ୍ୟକତା ଅଛି । ଆପଣଙ୍କ ରହିବା ଏହି ଦୁନିଆରେ ଆପଣଙ୍କ ପ୍ରିୟକୁ ଖୁସି ଦିଏ ।

ମୀନ: ଆପଣଙ୍କ ପାଖରେ ଆଜି ଆପଣଙ୍କ କ୍ଷମତାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳିବ । ଏହି ରାଶିର କୌଣସି ଛାତ୍ର ବା ଛାତ୍ରୀ ଟିଭି ବା ମୋବାଇଲ ରେ ଫିଲ୍ମ ଦେଖି ସମୟ କାଟିବେ । ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope signifies the astrological predictions for all the 12 zodiac signs on a daily basis. It gives you forecasts for the day you choose and also for the near future sometimes. These daily predictions are given by expert astrologers for each of the 12 zodiac signs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X