Get Updates
Get notified of breaking news, exclusive insights, and must-see stories!

ଆଜିର ଦିନ ହେବ କି ଆପଣଙ୍କ ପାଇଁ ମଙ୍ଗଳମୟ, ପଢନ୍ତୁ ଆଜିର ରାଶିଫଳ

ଆଜିର ଦିନ ହେବ କି ଆପଣଙ୍କ ପାଇଁ ମଙ୍ଗଳମୟ, ପଢନ୍ତୁ ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? ଆପଣଙ୍କ ଜୀବନସାଥୀଙ୍କ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ୱାନ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ....

ଆଜି ଦିନ
ଆଜି ୨୦୨୨ ମସିହା, ନଭେମ୍ବର ମାସ ୩୦ ତାରିଖ, ବୁଧବାର, ବିଛା ୧୫ ଦିନ, ମାର୍ଗଶିର ମାସ, ଶୁକ୍ଲପକ୍ଷ, ସପ୍ତମୀ ତିଥି, ଶିତଭିଷା ନକ୍ଷତ୍ର ।

ମେଷ: ସୂର୍ଯ୍ୟଙ୍କ ପ୍ରଭାବ ହେତୁ ଆପଣଙ୍କ ରୋଗ ଦୂର ହେବ । ଚାକିରି କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ । କୋର୍ଟ ମାମଲା ସମାଧାନ ହେବାକୁ ଯାଉଛି । ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାରେ ଅଧିକ ପରିଶ୍ରମ କରିବା ପାଇଁ ପଡିବ ।

ବୃଷ: ଆୟରେ ଉନ୍ନତି ହେବ । କାର୍ଯ୍ୟକ୍ଷେତ୍ରରେ ନିଜ ସହକର୍ମୀଙ୍କ ଉପରେ ବିଶ୍ୱାସ କରି ଦିନ ଆରମ୍ଭ କରନ୍ତୁ । ସୁଫଳ ପାଇବ । ପରିବାର ସହିତ ଭଲ ସଂପର୍କ ରହିବ । ପରିବାରକୁ ସମୟ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଅନୁକୂଳ ହେବ। ଛାତ୍ରମାନେ ନିଜ କ୍ଷେତ୍ରରେ ଭଲ ଫଳାଫଳ ପାଇବେ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ରାଜନୀତି ସହିତ ଜଡିତ ଲୋକମାନେ ସାମାଜିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ ।

ମିଥୁନ: ଅର୍ଥ ଅବସ୍ଥାରେ ଉନ୍ନତି ହେବ । ସମସ୍ତଙ୍କ ସହିତ ମଧୁର ସମ୍ପର୍କ ବନେଇ ରଖିବାକୁ ଚେଷ୍ଟା କରନ୍ତୁ । ଅନଲାଇନ୍ ବ୍ୟବସାୟ କରୁଥିବା ବ୍ୟବସାୟୀ ଆୟ ଭଲ ରହିବ, ଦିନଟି ଭଲ ରହିବ । ବାହାରକୁ ଯିବାକୁ ବିଚାର କରିପାରନ୍ତି । ଛାତ୍ରମାନେ ଅଧ୍ୟୟନରେ ବ୍ୟସ୍ତ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

Daily Horoscope

କର୍କଟ: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୟକ ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ । ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ ।

ସିଂହ: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଏବଂ ପ୍ରତିଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆଜି ଘରେ ପୂଜା ପାଠ ଓ ବିଭିନ୍ନ ଶୁଭ କାର୍ଯ୍ୟ ହେବ । ଛାତ୍ରମାନେ ମିଶ୍ରିତ ଫଳାଫଳ ପାଇବେ । ପରିବାର ସହିତ ସମ୍ପର୍କ ମଧୁର ହେବ । ରାଜନୀତି ସହିତ ଜଡିତ ଲୋକଙ୍କୁ କୌଣସି ସାମାଜିକ ପ୍ଲାଟଫର୍ମରେ ସମ୍ମାନିତ କରାଯାଇପାରିବ ।

କନ୍ୟା: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ମଧ୍ୟମ ଫଳପ୍ରଦ ହେବାକୁ ଯାଉଛି । ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ଦେବେ । ଯାତ୍ରା ପାଇଁ ଦିନଟି ଅନୁକୂଳ ନୁହେଁ । ଛାତ୍ରମାନଙ୍କ ପାଠପଢାରେ ଆଗ୍ରହ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ । ଆପଣ ପାର୍ଟ ଟାଇମ୍ କାର୍ଯ୍ୟରେ ସଫଳତା ପାଇବେ ।

ତୁଳା: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ହେବ । ଖର୍ଚ୍ଚ କମ୍ ହେବ ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ମଜବୁତ ହେବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପ୍ରତି ସଚ୍ଚୋଟ ରହିବେ । ଦାମ୍ପତ୍ୟ ଜୀବନ ପାଇଁ ଦିନଟି ସୁଖଦ ହେବାକୁ ଯାଉଛି । ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ବିଛା: ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । କୌଣସି ଯାତ୍ରା ଯୋଜନା ଥିଲେ , ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ। ଧନ ସଞ୍ଚୟ କରିବା ଦ୍ବାରା ଆପଣଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ।

ଧନୁ: ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ଉନ୍ନତି କରିବେ । ରାଜନୀତିରେ ଦୁର୍ବଳ ରହିବେ । ବିଦ୍ୟାର୍ଥୀ ମାନେ ପାଠପଢାରେ ମନନିବେଶ କରିବେ । କର୍ମ ସ୍ଥାନରେ ବହୁ ବାଧାବିଘ୍ନ ଦେଖିବା ପାଇଁ ମିଳିପାରେ । ଆଜି ନିଜ ଜୀବନସାଥିଙ୍କ ପାଇଁ ସମୟ ବାହାର କରନ୍ତୁ ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କର୍ମ ସ୍ଥାନରେ ସବୁ କିଛି ଆପଣଙ୍କ ପକ୍ଷରେ ଥିଲା ପରି ଲାଗିବ । ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ । ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଦେଖା ଦେଇ ପାରେ ।

କୁମ୍ଭ: ପରିବାର ସଦସ୍ୟଙ୍କ ସାହାଯ୍ୟରେ କିଛି ନୂତନ କାର୍ଯ୍ୟର ଆରମ୍ଭ କରିପାରନ୍ତି । ବିବାହିତଙ୍କ ଜୀବନରେ ଟେନସନ ବୃଦ୍ଧି ପାଇବ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ । ପରିବାରର ସମର୍ଥନ ପାଇବେ । ସମ୍ମାନରେ ବୃଦ୍ଧି ହେବ । ପୁସ୍ତକ ବ୍ୟବସାୟରେ ନୂତନ ଟେକ୍ନୋଲୋଜି ବ୍ୟବହାର କରିବା ଆପଣଙ୍କ ପାଇଁ ଭଲ ହେବ । ବ୍ୟବସାୟରେ, ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ମୀନ: ନିଜ କାମ ପ୍ରତି ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ପାରିବାରିକ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନ ପରିବେଶକୁ ଦୃଷ୍ଟିରେ ରଖି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ମହିଳା ମାନେ ନୂତନ ଜିନିଷ କିଣିବାରେ ମନ ନିବେଶ କରିପାରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+