ଆଜିର ରାଶିଫଳ 30 ଅଗଷ୍ଟ : ଜାଣନ୍ତୁ କେମିତି ବିତିବ ଆପଣ ଆଜିର ଦିନ
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ସନ୍ତାନଙ୍କ ପାଇଁ କଣ ରହିଛି ରାଶିରେ ଗ୍ରହର ସ୍ଥିତି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ପ୍ରେମ, ଶିକ୍ଷା, ବ୍ୟବସାୟ ଓ ସନ୍ତାନଙ୍କ ପାଇଁ କଣ ରହିଛି ରାଶିରେ ଗ୍ରହର ସ୍ଥିତି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ଦିନଟି ଭଲରେ ବିତିବ ନାହିଁ । ପରିବାର ସହିତ କିଛି ସମୟ ଅତିବାହିତ କରିବା ପାଇଁ ଆପଣ ଚେଷ୍ଟା କରିବେ । କିନ୍ତୁ ସଫଳ ହେବେ ନାହିଁ। ଆଶା କରିନଥିବା କିଛି ଘଟଣା ଘଟିପାରେ । କୌଣସି ପାଟିତୁଣ୍ଡ ସ୍ଥାନକୁ ଯାଆନ୍ତୁ ନାହିଁ । ନିଜକୁ ଏଥିରୁ ଦୂରେଇ ରଖନ୍ତୁ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପ୍ରେମ ସଂପର୍କରେ ଫାଟ ଦେଖାଦେଇପାରେ । ଛାତ୍ରଛାତ୍ରୀ ଅସଫଳ ହେବେ ।
ବୃଷ: ଆଜି କୌଣସି ଭଲକାମ କରିବେ ଯାହା ସମସ୍ତଙ୍କୁ ପସନ୍ଦ ଆସିବ। ସେମାନେ ବାହାବାଃ ଦେବେ । ଆପଣଙ୍କ ଗୁଣ ଯୋଗୁଁ ଆପଣ ଲୋକଙ୍କ ପ୍ରିୟ ଭାଜନ ହେବେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । କାର୍ଯ୍ୟାଳୟର ସିନିୟର ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଏହି ଖବର ଆପଣଙ୍କୁ ଖୁସି ଆଣିଦେବ ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଭଲ ଯାଗାକୁ ଯାତ୍ରା କରନ୍ତୁ, ମାନସିକ ଶାନ୍ତି ମିଳିବ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟ ହାତକୁ ନେବେ । ଦିନର ଅଧା ହସଖୁସିରେ କଟିବ । ବ୍ୟବସାୟୀ ଲାଭବାନ ହେବେ । ଲାଭ ପାଇଁ ଅଧିକ ପରିଶ୍ରମ କରିବେ । ଦିନେ ନା ଦିନେ ସଫଳ ହେବେ ।
କର୍କଟ: ଆଜି ଆପଣଙ୍କୁ ଅର୍ଥ ଲାଭ ହୋଇପାରେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ପ୍ରେମ ସଂପର୍କର ଆରମ୍ଭ କରନ୍ତୁ , ସଫଳ ହେବେ । ପିଲାମାନେ ଜିଦଖୋର ହେବେ । ଏନେଇ ଆପଣ ରାଗି ପାରନ୍ତି । ନିଜ କ୍ରୋଧ ନିୟନ୍ତ୍ରଣ କରନ୍କୁ ।
ସିଂହ: କାର୍ଯ୍ୟସ୍ଥଳରେ ଶତ୍ରୁ ବୃଦ୍ଧି ହୋଇପାରେ । ଜଗିରଖି କାମ କରନ୍ତୁ । ପ୍ରିୟଜନଙ୍କ ସହ ଏକାକୀ ସମୟ ବିତାଇ ଆନନ୍ଦିତ ହେବେ। ପରିବାର ସହିତ ଦୂର ସ୍ଥାନ ବୁଲି ଯାଇ ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ । ସେ କିଛି ଶୁଭ ଖବର ଦେବେ ।
କନ୍ୟା: ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ଘର ପାଇଁ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ବଦଖର୍ଚ୍ଚ ଆପଣଙ୍କୁ ଭବିଷ୍ୟତରେ ଅସୁବିଧାରେ ପକାଇବ । ସେତେବେଳକୁ କିଛି ନଥିବ ।
ତୁଳା: ଆପଣ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ସନ୍ଧ୍ୟା ସମୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କିନ୍ତୁ ସେଗୁଡିକୁ ନଦେଖି କାର୍ଯ୍ୟ କରିଚାଲନ୍ତୁ । ନିଶ୍ଚୟ ସଫଳ ହେବେ । କୌଣସି କଥାକୁ ନେଇ ଆପଣଙ୍କୁ ଚିନ୍ତା ଘାରିବ । ହେଲେ ମଧ୍ୟ ଆପଣ ଏଥିରୁ ନିଜକୁ କିପରି ନିବୃତ୍ତ ରଖିବେ ସେ କଥା ଜାଣନ୍ତି ।
ବିଛା: ଆପଣଙ୍କ ଦିନ ଶକ୍ତିସମ୍ପନ୍ନ ରହିବ । ଅଫିସରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ । କୌଣଶି ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି । ବନ୍ଧୁ ମିଳନର ଯୋଗ ରହିଛି ।
ଧନୁ: ଆପଣଙ୍କ ଜୀବନସାଥୀଙ୍କ ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମତାନ୍ତରର ସମାଧାନ କରିପାରିବେ ।
ମକର: ଆଜି ଆପଣ କୌଣସି ଏକ କଥାକୁ ନେଇ ଖୁବ କ୍ରୋଧ ଦେଖାଇବେ । ଆପଣଙ୍କ ରାଗ ଦେଖି ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । କିଛି କହିବା ପୂର୍ବରୁ ଭାବନ୍ତୁ ଓ କୌଣସି ଗୁରୁତର ଭୁଲ କରିବା ପୂର୍ବରୁ ସବୁ କଥା ଭାବି କାମ କରନ୍ତୁ । ଅନେକ କହଳର ସାମନା କରିବା ପାଇଁ ପଡିବ ।
କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହିତ ରହିବେ । ଆଜି ଆପଣ କିଛି ନୂଆ କାମ ଆରମ୍ଭ କରିବେ । କୌଣସି ଏକ ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପରିବାର ସହିତ ଭଲ ମସୟ ବିତାଇବେ । ବିଦ୍ୟାର୍ଥୀ ସଫଳ ହେବେ । ଭବିଷ୍ୟତ କଥା ଚିନ୍ତା କରିବେ ।
ମୀନ: ଆଜି ଆପଣ କ୍ଷତି ହେବ । କୌଣସି ଏକ କଥାକୁ ନେଇ ମାନସିକ ଅଶାନ୍ତି ହେବେ । ଧ୍ୟାନ କିମ୍ୱା ଯୋଗ କରି ମାନସିକ ସ୍ତରରେ ଶାନ୍ତି ଆଣି ପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications