ଆଜିର ରାଶିଫଳ: ଆନନ୍ଦମୟ ରହିବ କି ଆପଣଙ୍କର ଦିନ?

ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ପରିବାର, ପ୍ରେମ ଓ ଶିକ୍ଷା, ବ୍ୟବସାୟ ଓ ସ୍ପାସ୍ଥ୍ୟ ପାଇଁ କେମିତି ରହିବ ଆଜିର ଦିନ ? ଆପଣଙ୍କ ରାଶିରେ ପଡିବ କେଉଁ ଗ୍ରହର ପ୍ରଭାବ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ....

astrology

ମେଷ: ଆଜିର ଦିନଟି ଭଲରେ କଟିବ । ପରିବାର ସହିତ ସମୟ ବିତାଇବେ । ଯାହା ଦ୍ବାରା ଆପଣ ଅସୁସ୍ଥ ହୋଇ ପାରନ୍ତି । କାର୍ଯ୍ୟାଳୟରେ ଭଲ କାମ କରି ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ସଫଳ ହେବେ । ପ୍ରେମ ସଂପର୍କ ମଜବୁତ ହେବ ।

ବୃଷ: ଅନୈତିକ କାର୍ଯ୍ୟରୁ ନିଜକୁ ବଞ୍ଚାଇ ରଖନ୍ତୁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନୁଅନ୍ତୁ ନାହିଁ । କାରଣ ଏହା ଫଳପ୍ରଦ ହୋଇ ନପାରେ । ନିଜକୁ ଖୁସି ରଖିବା ପାଇଁ ଆପଣ ବେଶୀ ଚିନ୍ତା କରନ୍ତୁ ନାହିଁ। କିଛି ନୂଆ ସ୍ଥାନ ବୁଲି ଯାଆନ୍ତୁ । ବନ୍ଧୁ ମିଳନ ହୋଇପାରେ ।

ମିଥୁନ: ଆଜି ଦିନର ଆରମ୍ଭରେ ଆମୋଦପ୍ରମୋଦ, ଖୁସୀରେ ବିତିବ । ସଂଧ୍ୟା ସମୟରେ ଆପଣ ଅସୁବିଧାରେ ସମ୍ମୁଖୀନ ହେବେ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ । ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ସମୟ ବିତାନ୍ତୁ । ଦେଖିବେ କିଛି ମାନସିକ ଦୁଃଶ୍ଚିନ୍ତା ରହିବ ନାହିଁ ।

କର୍କଟ: ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ସରିବ । ନକରାତ୍ମକ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ନଚେତ ସେମାନେ ଆପଣ ଅସୁବିଧାରେ ପଡିବେ ।

ସିଂହ: ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ । ଅଫିସ୍‌ରେ ପରିବେଶ ଅନୁକୂଳ ରହିବ । ରେଷ୍ଟୁରାଣ୍ଟ୍‌ ଖାଦ୍ୟରୁ ଦୂରେଇ ରହନ୍ତୁ, ନଚେତ ଦେହ ଖରାପ ହେବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

କନ୍ୟା: ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ। ପରିବାର ସଦସ୍ୟ ଯଶ ହାନୀ ହୋଇପାରେ। ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ। ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା: ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ଏହା ଫଳପ୍ରଦ ହୋଇପାରେ । ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ । ବିଦ୍ୟାର୍ଥୀ ଯଶସ୍ବୀ ହେବେ ।

ବିଛା: ଦିନଟି କଷ୍ଟକର ହେବ। ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ । କିନ୍ତୁ କିଛି ସମୟ ପରେ ଏହି ସମୟ ପରିବର୍ତ୍ତିତ ହୋଇଯିବ । ପରିବାର ଭିତରେ ଅର୍ଥହୀନ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ। କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।

ମକର: ଆଜି ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ, ନଚେତ ଅସୁବିଧାରେ ପଡିବେ । ବ୍ୟବସାୟୀ କ୍ଷତି ସହିବେ । ବିଦ୍ୟାର୍ଥୀଙ୍କୁ ପରିଶ୍ରମର ଫଳ ମିଳିବ ନାହିଁ । ପରିବାରର ଗୁରୁଜନଙ୍କ କଥା ମାନନ୍ତୁ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଭଲ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । କିନ୍ତୁ ସଂଧ୍ୟା ସମୟରେ ପରିସ୍ଥିତି କଷ୍ଟକର ହେବ । ଘରର ପରିବେଶ ଶାନ୍ତରୁ ଅପ୍ରିତିକର ଆଡକୁ ଗତି କରିବ । ପିଲାମାନେ ଜିଦ୍ କରିବେ । ଯାହା ଦ୍ବାରା ଆପଣ ଶାସନ କରିବେ ।

ମୀନ: ଆଜି ଆପଣ ଉନ୍ନତି କରିବେ । ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ । ଏଥିସହ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଦିନ ଆପଣଙ୍କ ପାଇଁ ଖୁସି, ଶାନ୍ତତା ଆଣିଦେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+