For Quick Alerts
Turn On Notification  
For Daily Alerts
Oneindia App Download

ଦୈନିକ ରାଶିଫଳ ଜାଣନ୍ତୁ କେମିତି ବିତିବ ଆପଣଙ୍କ ଆଜିର ଦିନ

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

|

ପ୍ରେମ, ବ୍ୟବସାୟ ଓ ଭବିଷ୍ୟତ ପାଇଁ କଣ କହୁଛି ଆପଣଙ୍କ ରାଶି, ଏନେଇ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ମେଷ: ନିଜର ଇଛାକୁ ପୂରଣ କରିବା ପାଇଁ ବ୍ୟକ୍ତିଗତ ସମ୍ବନ୍ଧର ଉପଯୋଗ କରିବା ଆପଣଙ୍କ ଜୀବନସାଥିକୁ ନିରାଶ କରି ପାରେ । ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ । ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳିପାରେ । ଆପଣଙ୍କ ପ୍ରେମ ବୃତି ହେବ । ଆଜି ଆପଣ ପ୍ରେମରେ ସଫଳ ହେବେ । ଦିନର ଆରମ୍ଭ ଆପଣଙ୍କର ପ୍ରିୟଙ୍କ କଥାରୁ ହେବ ଓ ରାତି ତାଙ୍କର ସ୍ବପ୍ନ ଦେଖି ବିତିବ।

ବୃଷ: ଆଜି ଦିନଟା ଭାବି ଚିନ୍ତି ପାଦ ବଢେଇବାର ଅଛି,ସେଥିପାଇଁ ସେତେ ପର୍ଯ୍ୟନ୍ତ ନିଜର ବିଚାର ପ୍ରସ୍ତୁତ କରନ୍ତୁ ନାହିଁ ଯେପର୍ଯ୍ୟନ୍ତ ଆପଣ ସେମାନଙ୍କର ସଫଳତା ପାଇଁ ଆଶ୍ୱସ୍ତ ନ ହୁଅନ୍ତି । ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ । କିନ୍ତୁ କାମର ପ୍ରେସର ହେତୁ ତାହା କରିବାରେ ଅକ୍ଷମ ହେବେ । ଆଜି ଆପଣ ଅନୁଭବ କରିବେକି ବିବାହର ବନ୍ଧନ ପ୍ରକୃତରେ ସ୍ବର୍ଗର ଅନୁଭବ ଦିଏ ।

astrology

ମିଥୁନ: ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କହଳ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

କର୍କଟ: ବନ୍ଧୁଙ୍କ ସହିତ ରହିବା ଦ୍ବାରା ଆପଣଙ୍କ ମାନସିକ ଶାନ୍ତି ମିଳିବ । ଆପଣ ଭାଗ୍ୟଶାଳୀ କି ଆପଣଙ୍କ ପାଖରେ ଏମିତି ବଂନ୍ଧୁ-ବାନ୍ଧବ ଅଛନ୍ତି । ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ଆପଣଙ୍କୁ ନିଜର ବିଫଳତାରୁ କିଛି ଶିକ୍ଷା ଶିଖିବାକୁ ଦରକାର ଅଛି,କାରଣ ଆଜି ଆପଣଙ୍କ ମନର କଥା ପ୍ରକାଶିତ କଲେ କ୍ଷତି ବି ହୋଇ ପାରେ ।

ସିଂହ: କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି । କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ ।

କନ୍ୟା: ଆଜିର ଦିନରେ ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ । ସେ ଆପଣଙ୍କ ଜୀବନରେ ଏକ ଆର୍ଶୀବାଦ ସଦୃଶ ପାଲଟିବେ । ଅସୁବିଧା ସମୟରେ ଠିଆ ହେବେ । ବ୍ୟବସାୟୀ ଲାଭାବାନ ହେବେ ।

ତୁଳା : ଆପଣ ବିନା କୌଣସି ସହାୟତାରେ ଧନ ଅର୍ଜନ କରିପାରିବେ । ଆଜି ଦିନ ସାରା କିଛି ବିଶେଷ ନ କରିବା ଦ୍ବାରା ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପରେ ଆକର୍ଷିତ କରିବାରେ ସଫଳ ରହିବେ । ବାହାରକୁ ବୁଲି ଯାଇ ପାରନ୍ତି ।

ବିଛା : ଆପଣଙ୍କ ପ୍ରିୟାର ଖାମଖିଆଲ ଭାବ ଆପଣଙ୍କୁ ହଇରାଣ କରିପାରେ । ଆଜି ଆପଣଙ୍କ ପାଖରେ ନିଜର ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ବଳ ଓ ଜ୍ଞାନ ଦୁଇଟା ହିଁ ରହିବ । ଯିଏ ବି ଆପଣଙ୍କ ସହିତ ମିଶିବେ ତାଙ୍କ ସହିତ ବିନମ୍ର ଓ ସୁଖଦ ବ୍ୟବହାର ରଖନ୍ତୁ । ବହୁତ କାମ ଲୋକ ହିଁ ଆପଣଙ୍କ ଏହି ଆକର୍ଷକ ଚରିତ୍ରର ରହସ୍ୟ ଜାଣି ପାରିବେ । ଲୋକଙ୍କର ହସ୍ତକ୍ଷେପ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ ।

ଧନୁ: ଆଜି ଆପଣ ଆଶାର ଯାଦୁ ଦୁନିଆରେ ଥିବା ଭଳି ଅନୁଭବ କରିବେ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳିପାରେ। ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ନିଜ ଘର ଲୋକଙ୍କ ସାଙ୍ଗରେ ସମୟ କାଟନ୍ତୁ ।

ମକର: ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇପାରେ । କାମକାର୍ଯ୍ୟରେ ଆପଣଙ୍କୁ ବହୁତ ଲାଭ ହୋଇ ପାରେ । ଯଦି ଆପଣ ବିବାହିତ, ଆଜି ଆପଣଙ୍କ ପିଲାମାନେ ଆପଣ ତାଙ୍କୁ ସମୟ ଦେଉନାହାନ୍ତି ବୋଲି ଅଭିଯୋଗ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଦୈନିକ କାର୍ଯ୍ୟ କରିବାଠୁ ପଛ ଘୁଞ୍ଚା କରି ପାରନ୍ତି, ଯାହା କାରଣରୁ ଆପଣଙ୍କ ମନ ଦୁଃଖୀ ହେବାର ସମ୍ଭାବନା ଅଛି ।

କୁମ୍ଭ : ଆପଣଙ୍କ ସବୁଠୁ ବଡ ସ୍ବପ୍ନ ସତରେ ବଦଳିପାରେ । କିନ୍ତୁ ନିଜର ଉତ୍ସହାକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଅତି ଖୁସି ହେବା ବିପଦ ସ୍ତୃଷ୍ଟି କରିପାରେ । ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳିପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ପ୍ରେମ ଆଜି ଆପଣଙ୍କୁ ଉତ୍ତେଜିତ କରିବା ତେଣୁ ଯାହାକୁ ବି ଆପଣ ଭଲ ପାଉଛନ୍ତି ତାଙ୍କୁ ଆଜି ଯୋଗାଯୋଗ କରନ୍ତୁ ଓ ଦିନର ଲାଭ ଉଠାନ୍ତୁ ।

ମୀନ: ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର । ସମାଜଠୁ ଦୂରରେ ରହିଲେ ଆବଶ୍ୟକତା ସମୟରେ କେହିବି ଆପଣଙ୍କ ପାଖକୁ ଆସିବେନି । ଆପଣଙ୍କ ଜୀବନସାଥି ଆପଣଙ୍କୁ ଖୁବ ଭଲ ପାଆନ୍ତି, ଆଜି ଆପଣ ତାଙ୍କୁ ବୁଝି ପାରିବେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All zodiac signs have their own characteristics and traits which define someone’s personality. Wouldn’t it be helpful if you started your day by already knowing about what’s going to come your way?
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X