For Quick Alerts
Turn On Notification  
For Daily Alerts
Oneindia App Download

ରାଶିଫଳ: ଆପଣଙ୍କୁ ମିଳିବ କି ଲାଭ, ପଢନ୍ତୁ

ଦୈନିକ ରାଶିଫଳ ପଢନ୍ତୁ । ଜାଣନ୍ତୁ କଣ ରହିଛି 12 ଟି ରାଶିରେ ।

|

ଦିନ କିପରି ଯିବ ? କେଉଁ କାର୍ଯ୍ୟକଳାପ ଗୁଡିକ ଗ୍ରହଣ କରାଯାଇପାରିବ ଏବଂ ଯାହାକୁ ଏଡାଇବା ଉଚିତ ? ଯାହା ଦ୍ୱାରା ଆପଣ ଆବଶ୍ୟକ ସତର୍କତା ଅବଲମ୍ବନ କରିପାରିବେ କିମ୍ବା ବାଧାଦୂର କରିବା ପାଇଁ ପ୍ରତିକାର କରିପାରିବେ , ସେନେଇ ୱାନ ଇଣ୍ଡିଆ ଓଡିଆରେ ପଢନ୍ତୁ ଆଜିର ରାଶିଫଳ ....

astrology

ମେଷ: ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ପରିବାର ସହିତ ସମୟ ବିତାନ୍ତୁ । ଦେଖିବେ ଆପଣ ପୂର୍ବାପେକ୍ଷା ଭଲ ଅନୁଭବ କରିବେ। ଦୂର ସ୍ଥାନକୁ ବୁଲି ଯିବେ । କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ ପାରନ୍ତି । ପରିବାରରେ ଶୁଭ ଖବର ମିଳିବ । ବିଦ୍ୟାର୍ଥୀ ସଫଳ ହେବେ ।

ବୃଷ: ଭଲ ଭାବରେ ଆରାମ କରନ୍ତୁ । ବହୁତ ଦିନରୁ ଅଟକି ଥିବା ଅର୍ଥ ଆଜି ମିଳିବା ଯୋଗୁଁ ଅର୍ଥ ଅବସ୍ଥାରେ ଉନ୍ନତି ହେବ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇ ଆସିବ। ବଡ ମାନଙ୍କର ଆର୍ଶୀବାଦ ରହିବ ।

ମିଥୁନ: ଆପଣଙ୍କୁ ଆଜିର ଦିନ ସମୟ ନଷ୍ଟ ହେଲାପରି ଲାଗିପାରେ । କର୍ମଚାରୀଙ୍କ ମନୋବଳ ବଢାଇବା ଏବଂ ଖୁସି କରିବା ପାଇଁ ସେମାନଙ୍କୁ କିଛି ଉପହାର ଦେଇପାରନ୍ତି। ପିଲାମାନେ ପାଠପଢା ପ୍ରତି ଚିନ୍ତା କରିବା ସହିତ ପରିଶ୍ରମ କରିବେ । ଜୀବନସାଥୀଙ୍କ ସହିତ କଳହ ହୋଇପାରେ।

କର୍କଟ: ଏହି ରାଶିର ବ୍ୟକ୍ତିମାନଙ୍କୁ ଆଜି ଜମିଜମା ମାମଲାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା କରନ୍ତୁ । ଯାହାକୁ ଆପଣ ପସନ୍ଦ କରନ୍ତି, ତାଙ୍କ ସହିତ ଆପଣଙ୍କ କଠୋର ବ୍ୟବହାର ଆପଣଙ୍କ ସମ୍ବନ୍ଧରେ ଦୂରତା ବଢ଼େଇପାରେ। ଏନେଇ ବିବାଦ ଲାଗିପାରେ । ସାବଧାନ ରହିବା ସହିତ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ଜୀବନସାଥୀଙ୍କ କାରଣରୁ ଆପଣଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ବାହାରକୁ ଯିବାକୁ ପଡ଼ିପାରେ, ଯାହା ପରେ ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ । ନକ୍ଷେତ୍ର କହୁଛନ୍ତିକି ଆଜି ଆପଣ ନିଜର ଦିନ ଟିଭି ଦେଖିବାରେ ବିତାଇବେ । ପରିବାର ସହିତ ଦିନ କାଟିବେ । କିଛି ନୂଆ ବହି ପଢିବେ ।

କନ୍ୟା: ଆଜି ଦିନ ସାରା କିଛି ବିଶେଷ ନ କରିକି ଆପଣ ସହଜ ଭାବରେ ଲୋକଙ୍କ ଧ୍ୟାନ ନିଜ ଉପାରେ ଆକର୍ଷିତ କରିବାରେ ସଫଳ ରହିବେ। ଆଜି ଆପଣଙ୍କ ଘରର କୌଣସି ସଦସ୍ୟ ଆପଣଙ୍କ ବିରୁଦ୍ଧରେ କଥା କହିପାରନ୍ତି । ଏହାଦ୍ୱାରା ଆପଣଙ୍କର ଭାବନା ଆହତ ହୋଇପାରେ । ଆପଣ ଏନେଇ ବେଶୀ ଦୁଃଖି ହେବେ । କାହାକୁ ମନର କଥା କହି ପାରିବେ ନାହିଁ । ଦିନଟି ଭଲରେ ବିତିବ ନାହିଁ ।

ତୁଳା: ଧନଲାଭର ଆଜି ବହୁତ ସମ୍ଭାବନା ଅଛି । ନୂତନ ଜିନିଷ ଉପରେ ଧ୍ୟାନ ଲଗାନ୍ତୁ ଓ ସବୁଠୁ ଭଲ ସାଙ୍ଗଠୁ ସାହାଯ୍ୟ ନିଅନ୍ତୁ । ବୈବାହିକ ଜୀବନରେ ସବୁ ଅସୁବିଧା ପରେ ବି ଆପଣ ଓ ଆପଣଙ୍କ ଜୀବନସାଥୀ ପୁଣି ଠାରେ ପ୍ରେମର ଗଭୀରତା ଅନୁଭବ କରିବେ । ଦିନଟି ମୋଟା ମୋଟି ଭାବେ ଭଲରେ ବିତିବ ।

ବିଛା: ଡାକ କିମ୍ବା ଇମେଲରୁ ଆସିଥିବା କୌଣସି ମହତ୍ଵପୂର୍ଣ୍ଣ ସନ୍ଦେଶ ପାଇ ଖୁସି ହେବେ । ପରିବାର ସହିତ ଏହି ଖବର ସେୟାର କରି ସେମାନଙ୍କକୁ ମଧ୍ୟ ଖୁସି କରାଇବେ। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ । କାର୍ଯ୍ୟରେ ସଫଳ ହେବେ ।

ଧନୁ: ଦିନଟି ପୁରା ଟେନସନରେ ବିତିବ। ଅଫିସରେ ଅଧିକ କାମ ପଡିବ । ଯାହାକୁ ନେଇ ଆପଣ ଚିନ୍ତାରେ ପଡିବେ । ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ । ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ ।

ମକର: ବିଦେଶକୁ ଯାଇ ଶିକ୍ଷା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ । ଦେଖା ଗଲେ ଆଜି ଦିନଟା ଭଲ କଟିବ । କିନ୍ତୁ ଯାହା ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି , ସିଏ ଆପଣଙ୍କ ବିଶ୍ୱାସରେ ବିଷ ମିଶେଇ ପାରେ । ଦିନଟି ମଧ୍ୟମ ଧରଣର ରହିବ।

କୁମ୍ଭ: ଜୀବନସାଥୀଙ୍କ ସହିତ ଭଲ ସମୟ କାଟିବେ, ଆପଣ ଅନୁଭବ କରିବେ କି ଆପଣ ଦୁଇଜଣଙ୍କ ମଧ୍ୟରେ କେତେ ପ୍ରେମ ଅଛି । ସୋସିଆଲ ମିଡ଼ିଆରେ ଆବଶ୍ୟକତାରୁ ଅଧିକ ସମୟ ବିତାଇବା କେବଳ ସମୟ ନଷ୍ଟ କରିବା, ସ୍ୱାସ୍ଥ୍ୟ ଦୃଷ୍ଟିରୁ ବି ଭଲ ନୁହେଁ ।

ମୀନ: କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ। ଜୀବନର ଅଡୁଆ ସମାଧାନ କରିବା ପାଇଁ ନିଜକୁ ହିଁ ପ୍ରୟାସ କରିବା ଆବଶ୍ୟକ । ଅନ୍ୟମାନେ କେବଳ ଆପଣଙ୍କୁ ଉପଦେଶ ବା ତାଙ୍କର ମତ ଦେଇପାରନ୍ତି । ଏହାକୁ ଗ୍ରହଣ କରି କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରନ୍ତୁ । ନଚେତ ଅସୁବିଧାରେ ପଡିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Daily Horoscope signifies the astrological predictions for all the 12 zodiac signs on a daily basis. It gives you forecasts for the day you choose and also for the near future sometimes. These daily predictions are given by expert astrologers for each of the 12 zodiac signs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X