ଆଜିର ରାଶିଫଳ : ଜାଣନ୍ତୁ କ'ଣ କହୁଛି ରାଶି, କେମିତି କଟିବ ଆପଣଙ୍କର ଦିନ

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେ​ଷ :​‌ ଆଜିର ଦିନଟିକୁ ଆପଣ ଆନନ୍ଦର ସହିତ ବିତେଇବେ। ସାହସୀ ହେବେ। ସବୁ କାମରେ ସଫଳ ହେବେ। ଭ୍ରାତୃଭାବ ଅତୁଟ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ପରିବାର ସହିତ ସମୟ ବିତାଇବେ। ପିଲାମାନେ ଖୁସି ଖବର ପ୍ରଦାନ କରିବେ।

ବୃଷ : ଆପଣଙ୍କ ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିବ। ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତି। ଏନେଇ ଖୁବ୍ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ପାଠ ପଢ଼ାରେ ସଫଳ ହେବେ।

ମିଥୁନ : ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ଆଇନଗତ କାମରେ ଆଜି ସଫଳ ହେବେ। ଅର୍ଥ ଲାଭ ହେବାର ଯୋଗ ରହିଛି। ସନ୍ତାନ ପାଇଁ ଚିନ୍ତା ବୃଦ୍ଧି ହେବ। ସେ କଥା ଅମାନ୍ୟ କରିବା ଯୋଗୁଁ ଆପଣ କ୍ରୋଧିତ ହେବେ।

କର୍କଟ : ଆଜି ଆପଣଙ୍କ ଶରୀର ସୁସ୍ଥ ରହିବ। ସତ୍ୟଧର୍ମ ପରାୟଣ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ ଓ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ପ୍ରାପ୍ତ ହେବ। ପରିବାର ସହିତ ସମୟ ବିତାଇବେ।

ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଦିନଟି ଭଲରେ ବିତିବ। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ପାଥେୟ କରି କର୍ମକ୍ଷେତ୍ରରେ ବିନିଯୋଗ କରିବେ। କେଉଁ ଏକ ନୂତନ ସ୍ଥାନ କୁ ଯାତ୍ରା କରି ପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।

କନ୍ୟା : ଦିନଟି ଆପଣଙ୍କ ପାଇଁ ଖୁବ୍ ଶୁଭ ଦାୟକ। ଆପଣ ଦୟାଧର୍ମକୁ ଆଦରି ନେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ପାରିବାରିକ ସ୍ନେହରେ ପରିବାରକୁ ବାନ୍ଧି ରଖିବେ।ପୁରୁଣା ବନ୍ଧୁଙ୍କ ସହ ମିଳନ ହୋଇପାରେ। ଫଳରେ ଆପଣଙ୍କ ଆନନ୍ଦ ଦ୍ଵିଗୁଣିତ ହେବ।

ତୁଳା : ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧୀଶକ୍ତି ସମ୍ପନ୍ନ ହେବେ। ଦାମ୍ପତ୍ୟ ଜୀବନକୁ କୁସୁମିତ କରିପାରନ୍ତି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ଅଛି। ପତ୍ନୀଙ୍କ ଠାରୁ ଉପହାର ମିଳିପାରେ। ଦୁହିଁଙ୍କ ଭିତରେ ପ୍ରେମ ବଢିବ।

ବିଛା : ଧୈର୍ଯ୍ୟବାନ୍‌ ହେବେ। କୌଣସି କାମକୁ ନିଡର ହୋଇ କରନ୍ତୁ , ଦେଖିବେ ଆପଣ ସବୁ ଥିରେ ସଫଳ ହେବେ। ଆତ୍ମବଳରେ ବଳୀୟାନ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସତର୍କତାର ଦିନ ଆଜି। ଗାଡି ଧୀରେ ଚଲାନ୍ତୁ। କେଉଁ ଆଡେ ଯାତ୍ରା କରୁଥିଲେ ସବାଧାନ ରୁହନ୍ତୁ।

ଧନୁ : ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। କାର୍ଯ୍ୟାଳୟ ରେ ଭଲ କାମ କରି ଲୋକପ୍ରିୟ ହେବେ। ପ୍ରତିଭାସମ୍ପନ୍ନ ହେବେ। ସ୍ବକର୍ମ ପାଇଁ ଉପୁଜିଥିବା ଅହଂଭାବ ଦୂର ହେବ। ପିଲାମାନେ ଶୁଭ ଖବର ଦେବେ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ।

ମକର : ଅନ୍ୟକୁ ଦୟାଭାବ ସହିତ କଥା ହୁଅନ୍ତୁ। ଅହଂକାର ଦୂର ହେଲେ ଭକ୍ତି ପ୍ରକଟିତ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ପ୍ରମୋସନ ମିଳିପାରେ। ଅଯଥା ଖର୍ଚ୍ଚ ଆପଣଙ୍କୁ ଅସୁବିଧା ରେ ପକେଇ ପାରେ। ତେଣୁ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ।

କୁମ୍ଭ : ପ୍ରତି ଆହ୍ବାନକୁ ଉତ୍କର୍ଷର ସୋପାନ ଭାବେ ଗ୍ରହଣ କରିବେ। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ଚେଷ୍ଟା ଶୂନ୍ୟ ହୋଇ ମଧ୍ୟ ଅର୍ଥାଗମ ହେବ। ଏହା ଆପଣଙ୍କ ଖୁସିକୁ ଦ୍ଵିଗୁଣିତ କରିବ। ପରିବାର ସହିତ ବାହାରକୁ ବୁଲି ଯାଇ ପାରନ୍ତି।

ମୀନ : କୌଣସି ଏକ କାର୍ଯ୍ୟକ୍ରମରେ ଆଜି ଆପଣ ସାମିଲ ହୋଇପାରନ୍ତି। ଆଜି ଆପଣ ସୁଖ, ଶାନ୍ତି, ସମୃଦ୍ଧିର ବାସ୍ତବ ଆଧାର ହେବେ। ସୁସ୍ଥ ଓ ନିରାମୟ ରହିବେ। ପୂର୍ବ ଚିନ୍ତିତ କାମରେ ଆଜି ସଫଳତା ମିଳିବ। ଟିକିଏ ଚେଷ୍ଟା କରନ୍ତୁ। ପରିଶ୍ରମ କଲେ ସବୁ ସ୍ଥାନରେ ସଫଳ ହେବେ। ଆପଣଙ୍କୁ ସବୁ କାମରେ ଜଲଦି ସଫଳତା ପ୍ରାପ୍ତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+