For Quick Alerts
Turn On Notification  
For Daily Alerts
Oneindia App Download

ଆଜିର ରାଶିଫଳ : ବ୍ୟବସାୟୀ ହେବେ କି ଲାଭବାନ, ଜାଣନ୍ତୁ କ'ଣ କହୁଛି ରାଶି

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

|

ପ୍ରେମ, ଶିକ୍ଷା ଓ ବ୍ୟବସାୟ ପାଇଁ କେମିିତି ରହିବ ଆଜିର ଦିନ , ରାଶିରେ କ'ଣ ରହିଛି ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...

astrology

ମେଷ: ଆଜି ଆପଣଙ୍କ ଆତ୍ମବିଶ୍ଵାସରେ ରେ ବୃଦ୍ଧି ଓ ପ୍ରଗତି ନିଶ୍ଚିତ ହେବ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ । ପରିବାର ଲୋକେ ଆପଣଙ୍କ ବିଚାରର ସମର୍ଥନ ଦେବେ । ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ । ଆଜି ଅଧିକତର ସମୟ ଆପଣ ଶୋଇ ରହିବେ । ସନ୍ଧ୍ୟାରେ ଆପଣ ବୁଝିପାରିବେ ଆପଣ କେତେ ସମୟ ନଷ୍ଟ କରି ସାରିଛନ୍ତି ।

ବୃଷ: ପ୍ରେମରେ ସଫଳତା ମିଳିବ ନାହଁ । ବିବାହିତ ବ୍ୟକ୍ତି ଆଜି ଆପଣଙ୍କ ପାଇଁ କିଛି ବିଶେଷ କରିବାକୁ ଚେଷ୍ଟା କରିବେ । ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଆଜି କୌଣସି ନଦୀ ପାଖରେ କିମ୍ବା କୌଣସି ପାର୍କ ବୁଲିବା ଉତ୍ତମ ବିକଳ୍ପ । ପରିବାର ସର୍ବଦା ଆପଣଙ୍କ ସାଥିରେ ରହିବେ । ଭଗବାନଙ୍କ ଆର୍ଶୀବାଦ ଯୋଗୁଁଁ ଆପଣ ଖୁବ ଉନ୍ନତି କରିବେ।

ମିଥୁନ: ଆଖପାଖ ଲୋକଙ୍କ ସହଯୋଗ ଆପଣଙ୍କୁ ସୁଖଦ ଅନୁଭୂତି ଦେବ । ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପିତା ଅଥବା ପିତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ । ଆପଣଙ୍କୁ ନିଜର ଭାବନା କୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇ ପାରେ,ନିଜର ଆଖ-ପାଖ ଲୋକଙ୍କ ସହିତ ବିବାଦ ନ କରନ୍ତୁ ନଚେତ ଆପଣ ଏକା ରହି ଯିବେ ଆଜି ଆପଣ ପ୍ରିୟ ସହିତ ସମୟ କାଟିବା ଓ ଉପହାର ପାଇବାର ଆଶା କରି ପାରନ୍ତି ।

astrology

କର୍କଟ: ଆଜି ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣ ଭାବୁକ ନ ହୋଇ ରହି ପରିବେ ନାହିଁ । ଆଜି ଘରୁ ବାହାରିବା ପୂର୍ବରୁ ନିଜର ସମସ୍ତ ଜରୁରୀ କାଗଜପତ୍ର ଦେଖିନିଅନ୍ତୁ । ନେହେଲେ ବାଟରେ ଅସୁବିଧାରେ ପଡିବେ । ଆଇନ ଜାଲରେ ଫସନ୍ତୁ ନାହିଁ । ସମସ୍ତ କାର୍ଯ୍ୟ ସଫଳ ହେବ। ଆଜି ଆପଣଙ୍କୁ ଆପଣଙ୍କ କାମ ଠିକ ସମୟରେ ସାରିବା ଆବଶ୍ୟକ । ମନେ ରଖନ୍ତୁ ଘରେ କେହି ଆପଣଙ୍କୁ ଅପେକ୍ଷା କରିଛନ୍ତି ଯେ ଆପଣଙ୍କ ଉପସ୍ଥିତି ଚାହାନ୍ତି । ଲାଗୁଚି ଆଜି ନିଜର ଜୀବନସାଥୀଙ୍କ ସହିତ ବହୁତ ଖର୍ଚ୍ଚ କରିବେ। କିନ୍ତୁ ଏହା ପରେ ବି ଆପଣ ସମୟର ଆନନ୍ଦ ନେବେ ।

ସିଂହ: ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ । ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ଋଣ ଆରମରେ ସୁଝି ପାରିବେ । ଘର ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଜଡିତ ହୁଅନ୍ତୁ ଯେଉଁ ମାନେ ଭବିଷ୍ୟରେ ଧାରା ଦେବାରେ ଆପଣଙ୍କ ସାହାଯ୍ୟ କରି ପାରିବେ । ସମୟ ବହୁତ ମୂଲ୍ୟବାନ । ତେଣୁ ତାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ । କିନ୍ତୁ ତା ମଧ୍ୟରେ ପରିବାର ଓ ନିଜ ପାଇଁ ସମୟ କାଢ଼ିବ ବି ଅତି ଜରୁରୀ ।

କନ୍ୟା: ଯାତ୍ରାରେ କୌଣସି ସୁନ୍ଦର ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଆପଣ ବହୁତ ଖୁସି ଅନୁଭବ କରିପାରନ୍ତି । ପରିବାରର ଆର୍ଶୀବାଦ ଆପଣଙ୍କ ଉପରେ ସବୁବେଳେ ରହିବ। ପିଲାମାନେ ଖୁସି ଖବର ଦେବେ । ବିଦ୍ୟାର୍ଥୀ ସଫଳ ହେବେ । ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି ।

ତୁଳା: ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ। କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି । ଯିଏ ଆପଣଙ୍କ ଜୀବନରେ ଅଧିକ ଖୁସି ଆଣିଦେବେ । ସର୍ବଦା ଆପଣଙ୍କୁ ସହଯୋଗ କରିବେ ।

ବିଛା: ଆପଣଙ୍କ ଜୀବନସାଥୀ ଆଜି ଉର୍ଜା ଓ ପ୍ରେମରେ ଭରା ରହିବେ । ଆଜି ଦିନ ବହୁତ ବଢ଼ିଆ ହୋଇପାରେ । ସାଙ୍ଗ କିମ୍ବା ଚିହ୍ନା ଲୋକଙ୍କ ସହିତ ବାହାରକୁ ଯାଇ ଚଳଚିତ୍ର ଦେଖିବାର ଯୋଜନା କରିପାରନ୍ତି । ସଂଧ୍ୟାରେ ବୁଲା ବୁଲି କରିବେ । ପରିବାରରେ ଆନନ୍ଦ ଭରି ରହିବ ।

ଧନୁ: ଆପଣଙ୍କ ରାଗ ବଢ଼ି ପାରେ, ଯାହା କାରଣରୁ ପରିବାର ଲୋକ ନିରାଶ ହୋଇ ପାରନ୍ତି । ସେଇ ଲୋକ ମାନେ ବହୁତ ଭାଗ୍ୟଶାଳୀ ଯିଏ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖି ପାରନ୍ତି । ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧନ ଲାଭ କରାଇପାରେ ।

ମକର: ଆପଣ ଖୁବ ଶୀଘ୍ର ଲମ୍ବା ସମୟରୁ ଚାଲି ଆସୁଥିବା ରୋଗରୁ ଉଭରି ଆସିବେ । ହଠାତ ନୂତନ ସୂତ୍ରରୁ ଧନ ମିଳିବ, ଯାହା ଆପଣଙ୍କ ଦିନକୁ ସୁଖମୟ ବନେଇ ଦବ । ଆଜି ବନ୍ଧୁ ମାନେ ସାହାଯ୍ୟ କରିବାକୁ ଆସିବେ ଯଦି ଆପଣଙ୍କୁ ଦରକାର ପଡିବ । ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ ।

କୁମ୍ଭ : ଆଜି ଅନୁଭବୀ ଲୋକନକ ସହିତ ଜଡିତ ହୋଇ ଜାଣିବାକୁ ଚେଷ୍ଟା କରନ୍ତୁ କି ତାଙ୍କୁ କଣ କହିବାର ଅଛି । ଆପଣ ଯେ କୌଣସି ପ୍ରତିଯୋଗିତାରେ ପା ରଖିବେ, ଆପଣଙ୍କ ପ୍ରତିଯୋଗିତାମୂଳକ ସ୍ଵଭାଵ ଜିତିବାରେ ସଫଳତା ଦେବ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି ।

ମୀନ: ଆଜି ପରିବାରର ବହୁତ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ । ପରିବାରକୁ ସମୟ ଦେଇ ପାରିବେ ନାହିଁ ।।ଅବସର ସମୟରେ ନିଜର କୌଣସି ରୁଚିପୂର୍ଣ୍ଣ କରି ସମୟ ଅତିବାହିତ କରିବେ । ମାନସିକ ଶାନ୍ତି ମିଳିବା ନେଇ ଆପଣ ସର୍ବଦା ଚେଷ୍ଟିତ ଥାଆନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
To know more about your day, read daily horoscope and follow one India Odia Dainika Rashi Phala.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X