ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଆଜିର ଦିନ
ଶିକ୍ଷା, ପ୍ରେମ ଓ ବ୍ୟବସାୟ ଆଦି ନେଇ କଣ ରହିଛି ରାଶି ଓ ଗ୍ରହର ସ୍ଥିତି । ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...
ଶିକ୍ଷା, ପ୍ରେମ ଓ ବ୍ୟବସାୟ ଆଦି ନେଇ କଣ ରହିଛି ରାଶି ଓ ଗ୍ରହର ସ୍ଥିତି । ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡିଆରେ ଆଜିର ରାଶିଫଳ...ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଆଜି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ।

ବୃଷ: ଆଜିର ଦିନ ଭଲ ରହିବ। ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବ । ସନ୍ଧ୍ୟାରେ ଭ୍ରମଣରେ ଯାଇପାରନ୍ତି । ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଏକ ଭଲ ଦିନ, ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି ।
ମିଥୁନ: ଆପଣ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି । ଉଚ୍ଚ ଅଧିକାରୀ ମାନେ ଲାଭାନ୍ୱିତ ହେବେ । ପଡୋଶୀଙ୍କ ବ୍ୟବହାରକୁ ନେଇ ମନ ଦୁଃଖ ହେଇପାରେ। ଯଦି ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ୱା କିଛି ବିଷୟରେ ନିଜର ମତ ବଦଳି ପାରେ। ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।
କର୍କଟ: ଆପଣ ଆଜି ସତର୍କ ରୁହନ୍ତୁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧରେ ସଞ୍ଜମତା ରକ୍ଷାକରନ୍ତୁ । ଆପଣ ନିଜକୁ କୌଣସି ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରଖନ୍ତୁ । ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ୱା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ।
ସିଂହ: ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ। କ୍ଷିପ୍ର ଗତିରେ ଆପଣଙ୍କ ଠାରେ ପରିବର୍ତ୍ତନ ଦେଖା ଦେବ। ଗୁରୁଜନମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇବେ । ସମାଜରେ ଆପଣଙ୍କ ମର୍ଯ୍ୟାଦା ବଢିବ । ଆପଣଙ୍କର ମତକୁ ସଞ୍ଜତ କରନ୍ତୁ। ନଚେତ୍ ଅଯଥା ଝାମେଲାରେ ପଡ଼ିବେ। ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।
କନ୍ୟା: ଆଜି ଆପଣ ଦିନ ଉତ୍ସାହରେ କଟିବ । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇ ଖୁସି ହେବେ। ଆପଣ ନିଜର କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ ।
ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଫଳ ଦେଇପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ । ସାବଧାନ ରୁହନ୍ତୁ।
ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ । ଆପଣଙ୍କ ନିଜ କାମକୁ ନେଇ ପ୍ରଶଂସିତ ହେବେ । କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ସହଜରେ ହୋଇଯିବ । ସଫଳତା ମିଳିବ, ଏଥିପାଇଁ ଖୁସି ମନାନ୍ତୁ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ।
ଧନୁ: ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦୀମାନଙ୍କୁ ହରାଇ ପାରିବାରେ ସକ୍ଷମ ରହିବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ଆପଣ ଆଜି ବନ୍ଧୁଙ୍କ ସହିତ ବହାରକୁ ବୁଲି ଯାଇ ପାରନ୍ତି। ସେଠାରେ ପୁରୁଣା ସ୍ମୃତି ମନେ ପକାଇ ଖୁସି ହେବେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ । ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିବାହ ପାଇଁ ଉତ୍କଣ୍ଠିତ ଥିବା ଯୁବକ ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଆଜି ଦିନଟି ଶୁଭ।
କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ପ୍ରେମଭରା ରହିବ। ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣି ପାରନ୍ତି। ଯଦି ପୂର୍ବରୁ ଇଚ୍ଛା ଅଛି ଆଜି ନୂଆ ଗାଡି ମଧ୍ୟ କିଣି ପାରନ୍ତି । ସନ୍ଧ୍ୟା ସମୟରେ ପରିବାର ସହିତ ସମୟ ବିତାଇବେ ।
ମୀନ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସିଦେବ । ଆପଣଙ୍କ କଥାରେ ହିଁ ସହଜରେ କାମ କରାଇପାରିବେ । ମହିଳା ମାନେ ଉପହାର ପାଇପାରନ୍ତି ।












Click it and Unblock the Notifications