ଆଜିର ରାଶିଫଳ: ପ୍ରେମମୟ ହେବ କି ଆପଣଙ୍କ ଦିନ ?
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...
ଶିକ୍ଷା, ପ୍ରେମ ଓ ପରିବାର, ବ୍ୟବସାୟ ପାଇଁ କେମିତି ରହିଛି ଦିନ? ରାଶିରେ କେଉଁ କଣ ରହିଛି ଗ୍ରହର ପ୍ରଭାବ? ଏସବୁ ବିଷୟରେ ଜାଣିବା ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆରେ ଆଜିର ରାଶିଫଳ ...

ବୃଷ: ଆଜି ଆପଣଙ୍କ ଦିନ ମଧ୍ୟମ ଧରଣର ରହିବ । ବିଦେଶରେ ରହୁଥିବା ବନ୍ଧୁ ଭଲ ଖବର ଦେବେ । ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ। ଛାତ୍ରଛାତ୍ରୀ ମାନେ ସଫଳ ହେବେ। ପ୍ରେମିକାଙ୍କ ସହ ବୁଲି ଯିବେ ।
ମିଥୁନ: ସତର୍କ ରୁହନ୍ତୁ । କିଛି ଅପ୍ରୀତିକର ଘଟଣା ଘଟିପାରେ। ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗିରହିବ । ଅଯଥା ଖର୍ଚ୍ଚ ଲାଗି ରହିବ । ଦୁର୍ଘଟଣାର ଶିକାର ହୋଇ ପାରନ୍ତି । ପତ୍ନୀଙ୍କ ସହ କଳହ ହୋଇପାରେ।
କର୍କଟ: ଆଜି ଆପଣ ନିଜର ପରିବାରର ସହ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ। ପ୍ରିୟଜନଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ।
ସିଂହ: ଆଜି ଦିନଟି ଶୁଭଙ୍କର ନୁହେଁ । ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ଉପରିସ୍ଥ ଅଧିକାରୀ ପସନ୍ଦ କରିବେ ନାହିଁ।
କନ୍ୟା: ଆଜିର ଦିନଟି ଭଲ ରହିବ । କିନ୍ତୁ ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେନି । ଅର୍ଥହାନୀ ହୋଇପାରେ। ଦେଖି ଚାହିଁ ରୁହନ୍ତୁ ।
ତୁଳା: ମନ ଭଲ ରହିବ । ପାରିବାରିକ ଜୀବନରେ ଶାନ୍ତିରେ କଟିବ । ଯୁକ୍ତିତର୍କରୁ ଦୁରେଇ ରୁହନ୍ତୁ । ନଚେତ ଆପଣଙ୍କ ମାନ ସମ୍ମାନ ହାନି ହେଇପାରେ ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦିନ ନୁହେଁ । ନୂତନ କାର୍ଯ୍ୟ ଶୁଭାରମ୍ଭ କରନ୍ତୁ ନାହିଁ। ମାନସିକ ସ୍ତରରେ ଅଶାନ୍ତି ରହିବେ । ଶତ୍ରୁ ବୃଦ୍ଧି ହେବ ।
ଧନୁ: ମନରେ ଦ୍ୱିଧା ରଖି କାମ କରନ୍ତୁ ନାହିଁ। ଯଦି କିଛି ସମସ୍ୟା ରହିଛି ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି ।
ମକର: ସହକର୍ମୀଙ୍କ ସହ ସଂପର୍କ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ । ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ। ପଦୋନ୍ନତି ମିଳିପାରେ ।
କୁମ୍ଭ: ଅଧିକ ଖର୍ଚ୍ଚ ହୋଇପାରେ । ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ବଡ କଳହର ସାମ୍ନା କରିବାକୁ ହେବ। ସାବଧାନ ରୁହନ୍ତୁ । ସନ୍ତାନଙ୍କ ଚିନ୍ତା ଘାରିବ । ଘରେ କଳି ହୋଇପାରେ । ବ୍ୟବସାୟରେ କ୍ଷତି ସହିବେ ।
ମୀନ: ବ୍ୟବସାୟରେ ଲାଭ ହେବ । ନିଜର କାମ ଯୋଗୁଁ ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବାରେ ସାହାଯ୍ୟ କରିବେ।ଛାତ୍ରଛାତ୍ରୀ ପରିଶ୍ରମୀ ହେବେ।












Click it and Unblock the Notifications